ନୂଆଦିଲ୍ଲୀ,୧୫/୦୭: ଏଜବାଷ୍ଟନରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ଇଂଲଣ୍ଡକୁ ୬ ୱିକେଟରେ ପରାସ୍ତ କରି ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି । ଅଧିନାୟକ ଶୁଭମନ ଗିଲ ୮୦ ରନ୍ କରିଥିଲେ । ଅକ୍ଷର ପଟେଲ୍ ୪ ୱିକେଟ୍ ସହ ୫୭ ରନ୍ କରିଥିଲେ । ୨୫୯ ରନର ବିଜୟ ଲକ୍ଷ୍ୟ ପିଛା କରି ଭାରତ ୪୫.୨ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ଗିଲ୍ ୭୩ ବଲରେ ୮୦ ରନ୍ ଇନିଂସ ଖେଳିଥିଲେ । ଯେଉଁଥିରେ ୧୧ ଚୌକା ଗୋଟିଏ ଛକା ସାମିଲ ଥିଲା । କ୍ରାମ୍ପ ଏବଂ ହାମଷ୍ଟ୍ରିଙ୍ଗ୍ ଯନ୍ତ୍ରଣା ପାଇଁ ରିଟାୟର ହର୍ଟ ହୋଇଥିଲେ । ଏହାପରେ ଅକ୍ଷର ପଟେ ଅପରାଜିତ ୫୭ ରନ୍ , ୱାସିଂଟନ ସୁନ୍ଦର ୫୨ ରନ କରି ପଞ୍ଚମ ୱିକେଟରେ ୧୦୬ ରନର ପାର୍ଟନରସିପ କରିଥିଲେ । ଭାରତ ୬ ୱିକେଟରେ ବାଜି ମାରି ନେଇଥିଲା । ଏହି ବିଜୟ ସହିତ, ଭାରତ ୧୧ ବର୍ଷ ପରେ ଏଜବାଷ୍ଟନରେ ଇଂଲଣ୍ଡକୁ ପରାସ୍ତ କରିଥିଲା ଏବଂ ଲଗାତାର ଷଷ୍ଠ ଦିନିକିଆ ବିଜୟ ମଧ୍ୟ ରେକର୍ଡ କରିଥିଲା ।
୧. ୧୧ ବର୍ଷ ପରେ ଏଜବାଷ୍ଟନରେ ଇଂଲଣ୍ଡ ପରାସ୍ତ ହୋଇଛି । ୨୦୧୫ ପରଠାରୁ ଇଂଲଣ୍ଡ ଏଜବାଷ୍ଟନରେ ଲାଗାତାର ୮ଟି ଦିନିକିଆ ଜିତିଥିଲା । ଶେଷଥର ଏହି ମୈଦାନରେ ୨୦୧୪ରେ ଭାରତଠାରୁ ହାରିଥିଲେ । ୨୦୨୬ରେ ପୁଣି ଏହି ଧାରା ଭାଙ୍ଗିଛି ।
୨.ଇଂଲଣ୍ଡ ବିପକ୍ଷରେ ଭାରତର ଲଗାତାର ଷଷ୍ଠ ଦିନିକିଆ ବିଜୟ । ଏହା ଭାରତର ଯେକୌଣସି ସମୟରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ବିଜୟ ଧାରା ।
୩. ଗିଲଙ୍କ ଏଜବାଷ୍ଟନ୍ ସଂଯୋଗ: ଗତବର୍ଷ ସମାନ ଗ୍ରାଉଣ୍ଡରେ ଟେଷ୍ଟରେ ୨୬୯ ଏବଂ ୧୬୧ ରନ କରିଥିବା ଶୁଭମନ ଗିଲ୍ ଏକଦିବସୀୟରେ ୮୦ ରନର ଅଧିନାୟକ ଇନିଂସ ଖେଳି ପ୍ରମାଣ କରିଛନ୍ତି ଯେ, ଏଜବାଷ୍ଟନ ଏଥର ତାଙ୍କ ପ୍ରିୟ ଗ୍ରାଉଣ୍ଡ ପାଲଟିଛି ।
୪.ଅକ୍ଷରଙ୍କ ଶକ୍ତିଶାଳୀ ଉତ୍ତର: ଟି-୨୦ ସିରିଜରେ ସମାଲୋଚନାର ସମ୍ମୁଖୀନ ହୋଇଥିବା ଅକ୍ଷର ପଟେଲ ବଲ୍ ସହିତ ଚାରୋଟି ୱିକେଟ ନେଇଥିଲେ ଏବଂ ତା’ପରେ ଅପରାଜିତ ୫୭ ରନ କରି ମ୍ୟାଚର ହିରୋ ହୋଇଛନ୍ତି ।
୫.ୟୁକେ ଗସ୍ତର ପ୍ରଥମ ବିଜୟ: ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ବିପକ୍ଷରେ ନିରାଶାଜନକ ଟି-୨୦ ଅଭିଯାନ ପରେ ଚଳିତ ୟୁକେ ଗସ୍ତରେ ଏହା ଭାରତର ପ୍ରଥମ ବିଜୟ, ଯାହା ଦଳର ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି ।
ଏହା ବି ପଢନ୍ତୁ...IND VS ENG 1st ODI: କ୍ୟାପ୍ଟେନ୍ ଗିଲ୍ଙ୍କ 'ରିଟାୟାର ହର୍ଟ' କଲା ଏହି ରେକର୍ଡ, ସଚିନ୍ ବି ଏଠି ନମ୍ବର ୱାନ୍
ଏହା ବି ପଢନ୍ତୁ...Jasprit Bumrah: ୯୬୮ ଦିନ ପରେ ଦିନିକିଆକୁ ଫେରି ଇତିହାସ ରଚିଲେ ବୁମରା...ଇଂଲଣ୍ଡରେ ଇଣ୍ଡିଆର NO 1 ବୋଲର୍
କାହିଁକି ଖାସ୍ ଏହି ବିଜୟ- ଲଗାତାର ଟି-ଟ୍ୱେଣ୍ଟି ସିରିଜ୍ ହାରିଥିଲା ଭାରତ । ଆୟର୍ଲାଣ୍ଡଠାରୁ ୨-୦ରେ ହ୍ୱାଇଟୱାସ୍ ଏବଂ ଇଂଲଣ୍ଡ ବିପକ୍ଷରେ ୪-୦ରେ ସିରିଜ ହରାଇଥିଲା ଟିମ୍ ଇଣ୍ଡିଆ । ପ୍ଲେୟାର, ପ୍ରଦର୍ଶନ ଏବଂ ନେତୃତ୍ୱ ଉପରେ ପ୍ରଶ୍ନ ଉଠିଥିଲା । ବ୍ୟାକ୍ ଟୁ ବ୍ୟାକ୍ ସିରିଜ ହାରିବା ପରେ ପ୍ରଥମ ଦିନିକିଆ ବିଜୟ ଖାସ୍ ମନେ ହେଉଛି । କାରଣ ଏହା ଟି-ଟ୍ୱେଣ୍ଟି ସିରିଜ ପରାଜୟର ଦୁଃଖକୁ ଟିକେ କମ୍ କରିଛି ।