ଭୁବନେଶ୍ୱର ୧୯/୧୨: ଷ୍ଟାର୍ଟ ଅପ୍‌ ଓଡିଶା ଦ୍ୱାରା ଆସନ୍ତା ବର୍ଷ ଜାନୁଆରୀ ମାସରେ ଆୟୋଜିତ ହେବାକୁ ଥିବା ‘ଉତ୍କର୍ଷ ଓଡିଶା -୨୦୨୫’  ନିମନ୍ତେ ଏକ ‘ବିଲ୍ଡ ଅପ୍‌ ଇଭେଣ୍ଟ ‘ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଅଟଳ ଇନ୍‌କ୍ୟୁବେସନ୍‌ ସେଣ୍ଟରରେ ଆୟୋଜିତ ହୋଇଯାଇଛି । 

ଉତ୍କର୍ଷ ଓଡିଶା ୨୦୨୫  ସଚେତନତା କାର୍ଯ୍ୟକ୍ରମର ଏହା ଏକ ଅଂଶ ହୋଇଥିବା ବେଳେ ଶିଳ୍ପ କ୍ଷେତ୍ରର ନେତୃବର୍ଗ, ରାଜନେତା, ଶିକ୍ଷାବିତ୍‌ ଏବଂ ସୋଆର ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।  

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରତିନିଧି ମାନଙ୍କୁ ସ୍ୱାଗତ କରିବା ସହ ଯୁବ ଉଦ୍ୟୋଗୀ ମାନଙ୍କୁ ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଥିଲେ।

 

କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାଇକ୍ରୋ, ସ୍ମଲ୍‌ ଆଣ୍ଡ ମିଡିୟମ୍‌ ଏନ୍‌ଟର ପ୍ରାଇଜେସ୍‌ (ଏମ୍‌ଏସ୍‌ଏମ୍‌ଇ) ବିଭାଗର ଯୁଗ୍ମ ସଚିବ ତଥା ଷ୍ଟାର୍ଟ ଅପ୍‌ ଓଡ଼ିଶାର ଚିଫ୍‌ ଆଡମିନିଷ୍ଟ୍ରେଟିଭ୍‌ ଅଫିସର ଶ୍ରୀ କମଲଜୀତ ଦାସ ଯୋଗ ଦେଇ ଷ୍ଟାର୍ଟଅପ୍‌ ଓଡ଼ିଶା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। 

ଷ୍ଟାର୍ଟଅପ୍‌ ଓଡ଼ିଶାର ନଲେଜ ପାର୍ଟନର ଶ୍ରୀ ସୌମ୍ୟ ରଞ୍ଜନ ପଣ୍ଡା ଷ୍ଟାର୍ଟଅପ୍‌ ଗୁଡ଼ିକୁ ସହଯୋଗ କରିବା ନେଇ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସ୍‌ର ଚିଫ୍‌ ଅପରେଟିଂ ଅଫିସର ଡକ୍ଟର ନିବେଦିତା ଜେନା ଓଡ଼ିଶାରେ ଶିଳ୍ପ ଏବଂ ଷ୍ଟାର୍ଟଅପ୍‌ ଗୁଡ଼ିକର ଉନ୍ନତି କ୍ଷେତ୍ରରେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । 

ଟେଲିକମ୍ୟୁନିକେସନ୍‌ ବିଭାଗର ନିର୍ଦ୍ଦେଶକ (ଟେକ୍ନୋଲୋଜି) ଶ୍ରୀ ସୁବ୍ରତ ପୃଷ୍ଟି ଓଡିଶାର ସାଂସ୍କୃତିକ ପରମ୍ପରା କିଭଳି ଯୁବ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରୁଛି ସେ ବିଷୟରେ ଆଲୋଚନା କରିଥିଲେ । ବିକଶିତ ଭାରତ ମିଶନ୍‌ ଅଧିନରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ନେଇ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ (ଏସ୍‌ଟିପିଆଇ) ପକ୍ଷରୁ ଏକ ବିବରଣୀ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଟ୍ରାକ୍‌ର ୩ ଜଣ ଲେଖାଏଁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଏଆଇସି-ସୋଆ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌ ପୁରସ୍କାର ପ୍ରଦାନ କରିଥିଲେ।