ଲକ୍ଷ୍ନୌ, ୨୪/୧ : ଆଜିକାଲି ସମାଜରେ ଏତେ ବେକାରି ବଢ଼ି ଗଲେଣି ଚାକିରି ଖଣ୍ଡେ ପାଇଁ ନିଜକୁ ବିଦପରେ ମଧ୍ୟ ପକାଇବାକୁ ପଛାଉ ନାହାନ୍ତି । ସରକାରୀ ଚାକିରି କରିବେ ବୋଲି ନିଜ ଗୋଡ଼ କାଟିଦେଲେ ଯୁବକ । ଉତ୍ତରପ୍ରଦେଶର ଜୌନପୁର ଅଞ୍ଚଳରୁ ଆସିଛି ଏଭଳି ଖବର । ସୂରଜ ଭାସ୍କର ନାମକ ଜଣେ ଯୁବକଙ୍କ ନାଁରେ ଆସିଛି ଅଭିଯୋଗ । ପୁଲିସ ଏସମ୍ପର୍କରେ ଜାଣିବା ପରେ ତାଙ୍କ ପରିବାର ଲୋକଙ୍କୁ ଜେରା କରିବା ସହ ତଦନ୍ତ ଆରମ୍ଭ କରିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସୂରଜ ନିକଟରେ ଅଭିଯୋଗ ଆଣିଥିଲେ କି, ତାଙ୍କୁ କିଛି ଦୁବୃର୍ତ୍ତ ଆକ୍ରମଣ କରି ତାଙ୍କ ଗୋଡ଼ କାଟି ଦେଇଛନ୍ତି । ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ କି, କିଛି ଯୁବକ ତାଙ୍କୁ ଠେଙ୍ଗାରେ ଆକ୍ରଣ କରି ଗୋଡ଼ ଭାଙ୍ଗି ଦେଇଛନ୍ତି । ତେବେ ପୁଲିସ ଘଟଣାକୁ ଗୁରୁତର ସହ ନେଇଥିଲା । ପୁଲିସ ଏକ ହତ୍ୟା ମାମଲା ଦାୟର କରି ତଦନ୍ତ କରୁଥିବାବେଳେ ଜଣା ପଡ଼ିଥିଲା କି, କେହି ଆକ୍ରମଣ ନୁହେଁ ବରଂ ନିଜେ ଗୋଡ଼ କାଟି ଦେଇଛନ୍ତି । ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି କି, ଦିବ୍ୟାଙ୍ଗ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଯାହାର ଫାଇଦା ଉଠାଇବା ପାଇଁ ସେ ଚେଷ୍ଟା କରିଥିଲେ । ସରକାରୀ ଚାକିରି କୋଟାରେ ପାଇବା ଆଶାରେ ନିଜେ ଏଭଳି ଷଡ଼ଯନ୍ତ ରଚିଥିଲେ । ଆଉ ନିଜ ଗୋଡ଼ କାଟି ସରକାରୀ ଅନୁଦାନ ପାଇବା ପାଇଁ ଯୋଜନା କରିଥିଲେ । ସରକାରୀ ଚାକିରି ସାଙ୍ଗକୁ ଭତ୍ତା ପାଇବେ ବୋଲି ଭାବିଥିଲେ । ମାତ୍ର ତଦନ୍ତ ହେବା ପରେ ସବୁ ସତ ମାନିଛନ୍ତି । ଏବେ ମେଡିକାଲରେ ସେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।
ଏହାସହ ପଢ଼ନ୍ତୁ ରାଜ୍ୟ ଖବର : କିଏ ଯିବେ ରାଜ୍ୟସଭା ? ପ୍ରଶାନ୍ତ ମୁଦୁଲି ଦେଲେ ବଡ଼ ସୂଚନା