ଲକ୍ଷ୍ମୌ - ଲାଞ୍ଚ ମାମଲାରେ ନିଲମ୍ବିତ ହୋଇଥିବା ଆଇଏଏସ୍ ଅଭିଷେକ ପ୍ରକାଶଙ୍କର ପ୍ରଶାସନିକ ସେବାରେ ପୁଣିଥରେ ପ୍ରତ୍ୟାବର୍ତ୍ତନ ହୋଇଛି। ବର୍ଷ ପୂର୍ବରୁ ନିଲମ୍ବିତ ହୋଇଥିବା ଅଭିଷେକଙ୍କୁ ୟୁପି ସରକାର ଏକ ନୂତନ ଦାୟିତ୍ୱ ଦେଇଛନ୍ତି। ଆଇଏଏସ ଅଭିଷେକଙ୍କୁ ସଚିବ ସାଧାରଣ ପ୍ରଶାସନ ସଚିବ ଭାବରେ ନିଯୁକ୍ତ କରାଯାଇଛି। ଏହାକୁ ନେଇ ସରକାର ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଆଇଏଏସଙ୍କ ନିଲମ୍ୱନ ସରିବା ପରେ, ତାଙ୍କର ଚାକିରିକୁ ଫେରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ତଥାପି, ସେ ଏପର୍ଯ୍ୟନ୍ତ ତାଙ୍କର ଦାୟିତ୍ୱ ଗ୍ରହଣ କରି ନାହାଁନ୍ତି, ଯାହା ଉପରେ ଲୋକଙ୍କ ନଜର ରହିଛି।
ଏହା ସହ ମଧ୍ୟ ପଢନ୍ତୁ : ଡ୍ରଗ୍ସ ନେବା ବେଳେ ଧରା ପଡିଲେ ସାଂସଦ ଓ ପୂର୍ବତନ ବିଧାୟକ, ଚଢାଉ ବେଳେ ପୋଲିସ ଉପରକୁ କଲେ ଗୁଳିମାଡ଼
ବର୍ଷେ ପୂର୍ବେ ମାର୍ଚ୍ଚ ମାସରେ ନିଲମ୍ବିତ କରାଯାଇ ଥିବା ଆଇଏଏସ୍ ଅଧିକାରୀ ଅଭିଷେକ ପ୍ରକାଶଙ୍କୁ ମାର୍ଚ୍ଚ ୧୫ ତାରିଖରେ, ଉତ୍ତର ପ୍ରଦେଶ ସରକାର ପୁନଃସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ, ନିଯୁକ୍ତି ଧାରା ୫ ଦ୍ୱାରା ଜାରି ଆଦେଶରେ କୁହାଯାଇ ଥିଲା ଯେ , ଆଇଏଏସ୍ ଅଧିକାରୀ ଅଭିଷେକ ପ୍ରକାଶଙ୍କ ନିଲମ୍ୱନ ଅବଧି ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ବୈଧ ରହିବ। ଏହାପରେ, ମାର୍ଚ୍ଚ ୧୫ରୁ ତାଙ୍କୁ ଚାକିରିରେ ପୁନଃସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସରକାର ଏହି ଆଦେଶ ରାଜ୍ୟପାଳଙ୍କ ଅନୁମତିରେ ଜାରି କରି ଥିଲେ । ଏହାସହ ଆଦେଶରେ ସ୍ପଷ୍ଟ କରାଯାଇ ଥିଲା ଯେ ତାଙ୍କୁ ପୁନଃସ୍ଥାପିତ କରାଯିବା ସତ୍ତ୍ୱେ , ତାଙ୍କ ବିରୁଦ୍ଧରେ ଚାଲିଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଜାରି ରହିବ।
ଅଭିଷେକ ପ୍ରକାଶ ଏହା ପୂର୍ବରୁ ଇନଭେଷ୍ଟ ୟୁପିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଥିଲେ। ତାଙ୍କ ଉପରେ ଏକ ସୋଲାର କମ୍ପାନୀରୁ ପ୍ରକଳ୍ପ ଅନୁମୋଦନ ପାଇଁ ଏକ ଲାଞ୍ଚ ଦାବି କରିବା ଅଭିଯୋଗ ହୋଇ ଥିଲା। ଏହି ମାମଲା ସହିତ ଜଡିତ ରାଜ୍ୟ ସରକାର ତାଙ୍କୁ ୨୦ ମାର୍ଚ୍ଚ, ୨୦୨୫ରେ ନିଲମ୍ବିତ କରିଥିଲେ। ହେଲେ , ଫେବ୍ରୁଆରୀରେ ପରବର୍ତ୍ତୀ ଶୁଣାଣି ସମୟରେ, ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ପ୍ରମାଣ ଅଭାବରୁ ତାଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଚାର୍ଜସିଟ୍ ଖାରଜ କରି ଦେଇଥିଲେ। ସେବେଠାରୁ, ତାଙ୍କ ନିଲମ୍ବନର ସମୀକ୍ଷା କରାଯାଉ ଥିଲା।