ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

Uttarapradesh: ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ; ୨୩ ଜଣଙ୍କ ଦ୍ୱାରା ନାବାଳିକା ହେଲେ ଗଣ ଦୁର୍ଷର୍ମର ଶିକାର, ୬ ଗିରଫ

Published By : Bijay Swain | April 7, 2025 5:45 PM

Image Courtesy: indiatoday

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣସୀରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ୨୩ ଜଣ ପୁରୁଷଙ୍କ ଦ୍ୱାରା ୭ ଦିନ ଧରି ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣା ମାର୍ଚ୍ଚ ୨୯ ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ଘଟିଥିବା ଜଣାପଡ଼ିଛି। ପୋଲିସ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଅନ୍ୟମାନଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେ ମାର୍ଚ୍ଚ ୨୯ ତାରିଖରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଏକ ହୁକାବାର ଯାଉଥିଲେ। ସେଠାରେ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ମୃଦୁ ପାନିୟରେ ନିଶା ମିଶାଇ ଅପହରଣ କରିନେଇଥିଲେ। ଏହାପରେ ତାଙ୍କୁ ଏକ ହୋଟେଲରେ ରଖି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏପ୍ରିଲ ୪ ତାରିଖରେ କୈଶଳକ୍ରମେ ସେଠାରୁ ଖସିଆସି ସେ ଘରେ ପହଞ୍ଚିଥିଲେ ଏବଂ ତାଙ୍କ ପରିବାରକୁ ଏହି ଅମାନୁଷିକ ଘଟଣା ବିଷୟରେ ଜଣାଇଥିଲେ। ପରିବାର ତୁରନ୍ତ ପୋଲିସରେ ଅଭିଯୋଗ ଦାୟର କରିଥିଲେ। ପୀଡ଼ିତା କହିଛନ୍ତି ଯେ ତାଙ୍କୁ ଏକ ସ୍ଥାନରେ ବନ୍ଦୀ କରାଯାଇ ଏବଂ ବାରମ୍ବାର ଦୁଷ୍କର୍ମ କରାଯାଇଥିଲା। ତାଙ୍କୁ ଜୋର ଜବରଦସ୍ତ ମଦ୍ୟପାନ କରାଇ ଅଚେତ ଅବସ୍ଥାରେ ରଖାଯାଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି।

ତାଙ୍କୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀଙ୍କ ମଧ୍ୟରେ ପୀଡିତାଙ୍କ ଇନଷ୍ଟାଗ୍ରାମ ବନ୍ଧୁ ରହିଥିବା ବେଳେ ଆଉ କେତେକ ତାଙ୍କ ପୂର୍ବତନ କ୍ଲାସମେଟ ବୋଲି ଜଣାପଡିଛି। ତେବେ ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ପୋଲିସ ପୀଡିତା ଯାଇଥିବା ହୁକାବାରରେ ପହଞ୍ଚି ସେଠାକାର କର୍ମଚାରୀମାନଙ୍କୁ ପଚରାଉଚରା କରିବା ସହ ସିସିଟିଭି ଫୁଟେଜ ଜବତ କରିଛି। 

ବାରାଣସୀର ଡିସିପି (ବରୁଣା ଜୋନ୍) ଚନ୍ଦ୍ରକାନ୍ତ ମୀନାଙ୍କ କହିବା ଅନୁସାରେ, ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଏକ ଏଫ୍ଆଇଆର୍ ଦାୟର କରାଯାଇଛି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଅନୁସାରେ ଧାରା ୭୦(୧) (ଗଣ ଦୁଷ୍କର୍ମ), ୭୪ (ମର୍ଯ୍ୟାଦା ହାନି), ୧୨୩ (ବିଷାକ୍ତ ପଦାର୍ଥ ପ୍ରୟୋଗ), ୧୨୬(୨) (ଗତିବିଧିରେ ବାଧା), ୧୨୭(୨) (ଅବୈଧ ବନ୍ଦୀତ୍ୱ), ଏବଂ ୩୫୧(୨) (ଅପରାଧିକ ଧମକ) ଅନୁସାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ପୋଲିସ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୧୭ ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଭିଯାନ ଚଳାଇଛି। ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ପଠାଯାଇଛି ଏବଂ ତାଙ୍କ ବୟାନ ମାଜିଷ୍ଟ୍ରେଟ୍ ସମ୍ମୁଖରେ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖାଦେଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି। ପୋଲିସ ଏହି ମାମଲାର ଗଭୀରତାକୁ ଦୃଷ୍ଟିରେ ରଖି ତ୍ୱରିତ ତଦନ୍ତ ଜାରି ରଖିବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.