ନୂଆଦିଲ୍ଲୀ ୨୪/୦୭: ପ୍ରାୟ ୨ ବର୍ଷ ଧରି ଅନିଶ୍ଚିତତା ମଧ୍ୟରେ ରହିବା ପରେ ଶେଷରେ ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଯାଉଛି ବାନି କପୁରଙ୍କ ବହୁ-ପ୍ରତୀକ୍ଷିତ ଫିଲ୍ମ ‘ସର୍ବଗୁନ୍ ସମ୍ପନ୍ନ’ । ମ୍ୟାଡ୍ଡକ୍ ଫିଲ୍ମସ ପ୍ରଯୋଜିତ ଏହି ସାମାଜିକ ହାସ୍ୟରସପୂର୍ଣ୍ଣ ଫିଲ୍ମର ସୁଟିଂ ୨୦୨୩ରେ ଶେଷ ହୋଇଥିଲା । ଓଟିଟି ପ୍ଲାଟ୍ଫର୍ମ ଜି୫ରେ ଏହା ମୁକ୍ତିଲାଭ କରିବ । ତେବେ ନିର୍ମାତା ରିଲିଜ୍ ତାରିଖ ଘୋଷଣା କରିନାହାନ୍ତି । ଫିଲ୍ମରେ ବାନିଙ୍କ ସହ ଇଶୱାକ ସିଂହ ଅଭିନୟ କରିଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ସୋନାଲି ରତନ ଦେଶମୁଖ । ୧୯୯୦ ଦଶକର ପୃଷ୍ଠଭୂମି ଉପରେ ଏହାର କାହାଣୀ ପର୍ଯ୍ୟବସିତ । ଅଜବ କାହାଣୀ ବର୍ଣ୍ଣନା କରୁଥିବା ଏହି ଫିଲ୍ମରେ ବାନି ଜଣେ ଆଡଲ୍ଟ ଫିଲ୍ମ ଷ୍ଟାର୍ଙ୍କ ଭଳି ଦିଶୁଥିବା ଚରିତ୍ରରେ ଅଭିନୟ କରିଛନ୍ତି । ପାରମ୍ପରିକ କମେଡି ବଦଳରେ ଫିଲ୍ମର କାହାଣୀରେ ହାସ୍ୟରସ ଓ ଆବେଗର ମିଶ୍ରଣ ରହିଛି ।

ଆହୁରି ପଢ଼ନ୍ତୁ...Abhijeet Bhattacharya Targets Neha Kakkar : " ମୁଁ ତ ନାଁ ବି ନେବି ନାହିଁ, ସେ ଏବେ କାହାନ୍ତି ?" , ନେହା କକ୍କରଙ୍କ ଫି’କୁ ନେଇ ଅଭିଜିତଙ୍କ କଟାକ୍ଷ

ଏ ନେଇ ବାନି କହିଛନ୍ତି, ଫିଲ୍ମର ଥିମ୍ ତାଙ୍କୁ ଖୁବ୍ ଆକର୍ଷିତ କରିଥିଲା । ନିଜ ପରିଚୟ, ସମାଜ ଆମକୁ ଯେଉଁ ସ୍ଥାନରେ ରଖେ ଏବଂ ନିଜର ସତ ଖୋଜିବାର ଯାତ୍ରା ଉପରେ ଫିଲ୍ମର କାହାଣୀ ପର୍ଯ୍ୟବସିତ । ‘ସର୍ବଗୁନ୍ ସମ୍ପନ୍ନ’ ସହିତ ଦୀର୍ଘ ଦିନରୁ ଅପେକ୍ଷାରତ ଆଉ ଏକ ପ୍ରୋଜେକ୍ଟ ବି ଓଟିଟିରେ ଆସିବ । ପ୍ରାୟ ୪ ବର୍ଷ ପରେ ‘ପୂଜା ମେରି ଜାନ୍’ ମୁକ୍ତିଲାଭ କରିବ । ଏଥିରେ ହୁମା କୁରେଶୀ ଓ ମୃଣାଳ ଠାକୁର ସ୍କ୍ରିନ୍ ଶେୟାର କରିବେ । ନିକଟରେ ‘ମାଣ୍ଡାଲା ମର୍ଡର୍ସ’ରେ ପରଦାକୁ ଆସିଥିଲେ ବାନି ।