ନୂଆଦିଲ୍ଲୀ: ଇତିହାସ ରଚିଲେ ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ । ସର୍ବକନିଷ୍ଠ ଖେଳାଳି ଭାବେ ଟିମ୍ ଇଣ୍ଡିଆ ପାଇଁ କରିଛନ୍ତି ଡେବ୍ୟୁ। ୧୫ ବର୍ଷ ୯୯ ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି ବୈଭବ । ସେ ଟିମ୍ ଇଣ୍ଡିଆର ଉପଅଧିନାୟକ ତିଲକ ବର୍ମାଙ୍କ ହାତରୁ ନେଇଛନ୍ତି କ୍ୟାପ୍ । ପୂର୍ବରୁ ଭାରତ ପାଇଁ ପୁରୁଷ ଦଳ ପକ୍ଷରୁ କମ ବୟସରେ ଡେବ୍ୟୁ କରିବାର ରେକର୍ଡ କିମ୍ବଦନ୍ତୀ କ୍ରିକେଟର ବା ମାଷ୍ଟର ବ୍ଲାଷ୍ଟର ଭାବେ ଜଣାଶୁଣା କ୍ରିକେଟର ଭଗବାନ ସଚିନଙ୍କ ନାମରେ ଥିଲା । ସଚିନ ୧୬ ବର୍ଷ ୨୦୫ ଦିନରେ ଡେବ୍ୟୁ କରିଥିବାବେଳେ ବୈଭବ ୧୫ ବର୍ଷ ୯୯ ଦିନରେ ଡେବ୍ୟୁ କରି ଏହି ରେକର୍ଡ ନିଜ ନାମରେ କରିଛନ୍ତି ।
କମ୍ ବୟସ ଡେବ୍ୟୁ ରେକର୍ଡ କାହା ନାମରେ...
ବୈଭବ ଯଦିଓ ଭାରତ ପାଇଁ କମ୍ ବୟସରେ ଡେବ୍ୟୁ କରିବାର ରେକର୍ଡ ନିଜ ନାମରେ କରିଛନ୍ତି । କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରରେ ସବୁଠାରୁ କମ୍ ବୟସରେ ଡେବ୍ୟୁ କରିବାର ରେକର୍ଡ ରହିଛି ହାସନ ରାଜାଙ୍କ ନାମରେ । ପାକିସ୍ତାନର ଏହି ପୂର୍ବତନ କ୍ରିକେଟର ୧୪ ବର୍ଷ ୨୨୭ ଦିନରେ କରିଥିଲେ । ସେ ଜିମ୍ବାଓ୍ବେ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ । ଆଉ ଏଯାବତ ତାଙ୍କ ରେକର୍ଡ ରହିଛି । ଏତେ କମ୍ ବୟସରେ କୌଣସି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିନାହାନ୍ତି । ସେପଟେ କିନ୍ତୁ ପୂର୍ଣ୍ଣ ସଦସ୍ୟ ନଥିବା ଦେଶମାନଙ୍କ ମଧ୍ୟରେ, କୁଏତର ମିଟ୍ ଭାଭସାର ୧୪ ବର୍ଷ୨୧୧ ଦିନ ବୟସରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ।
ସେପଟେ ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ । ବୈଭବଙ୍କ ଧମାକାଦାର ବ୍ୟାଟିଂକୁ ଚାହିଁଛନ୍ତି ବିଶ୍ବବାସୀ ।