ସୃଷ୍ଟିର ପ୍ରାରମ୍ଭ କାଳରୁ ବିଶ୍ୱରେ ମାନବ ସଭ୍ୟତା  ଅନେକ ଯୁଦ୍ଧର ବିଭୀଷିକା ସାମ୍‌ନା କରିଛି । ବିଭିନ୍ନ  କାଳଖଣ୍ଡରେ ସେ ଟ୍ରୋଜାନ ଯୁଦ୍ଧ ହେଉ, ମୋଙ୍ଗଲ ଆକ୍ରମଣ  ହେଉ, ଦ୍ୱିତୀୟ କଙ୍ଗୋ ଯୁଦ୍ଧ ହେଉ, ପ୍ରଥମ ବିଶ୍ୱଯୁଦ୍ଧ  ହେଉ, ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉ, ଭିଏତନାମ ଯୁଦ୍ଧ ହେଉ,  ଆମେରିକା ଗୃହ ଯୁଦ୍ଧ ହେଉ, ଆଫଗାନିସ୍ତାନ ଯୁଦ୍ଧ ହେଉ,  ରୁଷିଆ-ୟୁକ୍ରେନ ଯୁଦ୍ଧ ହେଉ କିମ୍ବା ଆମେରିକା-ଇରାନ  ଯୁଦ୍ଧ ହେଉ³ ସବୁ ସମୟରେ ପ୍ରଭୂତ ସମ୍ବଳ କ୍ଷତି, ଧନ  ଜୀବନ ହାନି ହେବା ସଙ୍ଗେ ସଙ୍ଗେ ବିଷାକ୍ତ ରାସାୟନିକ  ପଦାର୍ଥ ନିର୍ଗତ ହେବାଦ୍ୱାରା କର୍କଟ ଓ ହୃଦ୍‌ରୋଗ ବ୍ୟାପିବା  ସହ ଜୀବନକୁ ଦୁର୍ବିସହ କରିଥାଏ । ତେବେ ଏତେ ଚରମ  ଭୟାବହତା ସତ୍ତେ୍ୱ ମାନବ ସମାଜରେ ଚେତନାର ଉତ୍ତରଣ  ହେଉନାହିଁ କାହିଁକି?

​​​​​​​

ଏବେ ଆସନ୍ତୁ ଏହାର ସମ୍ଭାବ୍ୟ କାରଣ ସମ୍ପର୍କରେ  ସମ୍ୟକ ଆଲୋଚନା କରିବା । ମନସ୍ତତ୍ତ୍ୱବିତ୍‌ଙ୍କ ମତରେ  ଜଣେ ବ୍ୟକ୍ତିର ମାନସିକ ସ୍ତରରେ କେତେକ ଇଚ୍ଛା,  ଅଭୀପ୍ସା ପୂରଣ ନହେଲେ ସାଧାରଣତଃ ଈର୍ଷା, ଦ୍ୱେଷ,  ସନ୍ଦେହ, ଶତ୍ରୁ ମାନସିକତା, ଯୁଦ୍ଧ ମାନସିକତା ଭାବ  ଜାଗ୍ରତ ହୋଇଥାଏ । ଅନ୍ୟ ଜଣକର ପ୍ରଭାବ, ପ୍ରତିପତ୍ତି  ଲୋକପ୍ରିୟତା ବୃଦ୍ଧି ପାଇଲେ ଆମେ ନିଜର  ସ୍ଥିତି, ପ୍ରତିଷ୍ଠା, ସୁରକ୍ଷା ଓ ନିରାପତ୍ତା ପ୍ରତି  ବିପଦ ସୃଷ୍ଟି ବିଷୟରେ ଆବଶ୍ୟକତା ଠାରୁ  ଅଧିକ ଚିନ୍ତିତ ହୋଇପଡୁ । ସୁତରାଂ, ନିଜ  ସ୍ଥିତି ଓ ପ୍ରତିଷ୍ଠାକୁ ସୁଦୃଢ଼ କରିବା ପାଇଁ ସେହି  ବ୍ୟକ୍ତି ଶତ୍ରୁତାକୁ ମୁଖ୍ୟ ଆୟୁଧ କରିଥାଏ । ଏହି ଶତ୍ରୁତା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଗ୍ରାମ-ଗ୍ରାମ ମଧ୍ୟରେ, ରାଜ୍ୟ-ରାଜ୍ୟ ମଧ୍ୟରେ ବା ଦେଶ ଦେଶ ମଧ୍ୟରେ ହୋଇ ବେଳେବେଳେ ଘମାସାନ ଯୁଦ୍ଧରେ  ପରିଣତ ହେବା ପରେ ଭୟାନକ ପରିସ୍ଥିତି ସୃଷ୍ଟି କରିଥାଏ ।  ଏହି ଶତ୍ରୁ ମାନସିକତା ଯୁଦ୍ଧ ବ୍ୟତୀତ କେତେକ ମହାନ  ବ୍ୟକ୍ତିତ୍ୱଙ୍କ ପ୍ରାଣହାନିର ମଧ୍ୟ କାରଣ ହେବାର ନଜିର ଅଛି ।

ଏହି ଶତ୍ରୁ ମାନସିକତା ଅତୀତରେ ଏଭଳି ଉଗ୍ରରୂପ  ନେଇଥିଲା ଯେ, ଇତିହାସ ପୃଷ୍ଠା ଅବଲୋକନ କଲେ  ଯେକେହି ସ୍ତବଧ ହେବା ସ୍ୱାଭାବିକ । ଆଦର୍ଶଗତ ପାର୍ଥକ୍ୟ,  ରାଜନୈତିକ ଚକ୍ରାନ୍ତ ଓ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ  କେତେକ ନରପିଶାଚ ଶ୍ରେଣୀୟ ବ୍ୟକ୍ତିବିଶେଷ ଅନେକ  ମହାନ ଜ୍ଞାନୀ, ଗୁଣୀ, ତ୍ୟାଗୀ, ରାଷ୍ଟ୍ରନେତାଙ୍କୁ ହତ୍ୟା  କରିଥିଲେ ବା ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ସେହି  ମହାନ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଗ୍ରୀକ ଦାର୍ଶନିକ ସକ୍ରେଟିସ,  ଇଟାଲି  ଦାର୍ଶନିକ  ଜିଓର୍ଡାନୋ  ବ୍ରୁନୋ,  ଆମେରିକା  ରାଷ୍ଟ୍ରପତି ଦ୍ୱୟ ଆବ୍ରାହମ ଲିଙ୍କନ ଓ ଜନ୍‌ ଏଫ୍‌ କେନେଡ଼ି,  ଆମେରିକାର ନାଗରିକ ଅଧିକାର ଆନ୍ଦୋଳନ ନେତା ମାର୍ଟିନ  ଲୁଥର କିଙ୍ଗ ଜୁନିଅର, ଭାରତର ଜାତୀୟ ପିତା ମହାତ୍ମା  ଗାନ୍ଧୀ, ଯେଉଁମାନେ କି ନିସ୍ୱାର୍ଥପର ଭାବେ ନିଜ ଦେଶପାଇଁ  ପ୍ରାଣବଳି ଦେଇ ଅମର ସହିଦ ହୋଇଯାଇଛନ୍ତି ।

ଏଭଳି ଯୁଦ୍ଧଜନିତ ବିଭୀଷିକାମୟ ପରିସ୍ଥିତି ନିକଟ  ଅତୀତରେ ସୃଷ୍ଟି ହୋଇଛି ନିରୁତା ଅହଙ୍କାର ଓ ଚରମ  ଶତ୍ରୁତାର ପ୍ରତିଫଳନ ମାଧ୍ୟମରେ, ଯାହାକି ସମଗ୍ର ବିଶ୍ୱକୁ  ସ୍ତବ୍‌ଧ କରିଦେଇଛି । ଦୁଇଟି ଭୟାନକ ଯୁଦ୍ଧ ଏଯାବତ ମଧ୍ୟ  ସମାପ୍ତ ହେବାର କୌଣସି ସୂଚନା ମିଳୁନାହିଁ । ୟୁକ୍ରେନ  ଯେତେବେଳେ ନାଟୋ ସଦସ୍ୟତା ଗ୍ରହଣ କରିବାକୁ ଉଦ୍ୟମ  କଲା ସେତେବେଳେ ରୁଷିଆ ଚିନ୍ତା କଲା ୟୁକ୍ରେନକୁ ନାଟୋ  ସଦସ୍ୟତା ମିଳିବା ପରେ ସେ ପାଶ୍ଚାତ୍ୟ ଦେଶମାନଙ୍କର  ନିକଟତର ହୋଇ ରୁଷିଆ ପ୍ରତି ବିପଦ ସୃଷ୍ଟି କରିବ ।  ତେଣୁ ନାଟୋ ସଦସ୍ୟତା ଗ୍ରହଣ ନକରିବା ପାଇଁ ରୁଷିଆ  ୟୁକ୍ରେନକୁ ପରାମର୍ଶ ଦେଲା । ୟୁକ୍ରେନ ଉକ୍ତ ପରାମର୍ଶକୁ  ପ୍ରତ୍ୟାଖ୍ୟାନ କରିବାରୁ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ  ୨୪ ଫେବ୍ରୁଆରୀ ୨୦୨୨ରେ ୟୁକ୍ରେନ ଉପରେ ଆକ୍ରମଣ  କଲେ । ଯୁଦ୍ଧ ଆରମ୍ଭ ହେଲା, ଯାହାକି ଅଦ୍ୟାବଧି ଜାରି  ରହିଛି । ସେହିପରି ଆମେରିକା ଇରାନର ଆଣବିକ  ସାମର୍ଥ୍ୟ, ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି, ବାଲିଷ୍ଟିକ ମିସାଇଲ ଦେଖି  ଏକପ୍ରକାର ଉଦ୍‌ବେଗ ପ୍ରକାଶ କରିବା ସହ ଆଣବିକ  ପରୀକ୍ଷଣରୁ ନିବୃତ୍ତ ରହିବାକୁ ଇରାନକୁ ପରାମର୍ଶ ଦେଲା ।  ଇରାନ ଉକ୍ତ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରିବାରୁ ରାଷ୍ଟ୍ରପତି  ଡୋନାଲଡ ଟ୍ରମ୍ପ ଇରାନର ପୁରୁଣା ଶତ୍ରୁ ଇସ୍ରାଏଲ ସହ  ହାତ ମିଳାଇ ୨୮ ଫେବ୍ରୁଆରୀ ୨୦୨୬ରେ ଇରାନ ଉପରେ  ଆକ୍ରମଣ କଲେ ।

ଇରାନ ହମାସ, ହେଜବୁଲ୍ଲା, ହାଉଟିସ  ଭଳି ସନ୍ତ୍ରାସବାଦୀ ଗୋଷ୍ଠୀକୁ ଖୋଲା ସମର୍ଥନ ଦେଉଥିବାର ବିଶ୍ୱର ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ସମର୍ଥନ ମିଳିବା  ଓ ଅନ୍ତର୍ଜାତୀୟ ସ୍ତରରେ ଯୁଦ୍ଧ ଘୋଷଣାର ଯଥାର୍ଥତା  ଦର୍ଶାଇବା ନିମିତ୍ତ ଆମେରିକା ଇରାନକୁ ସନ୍ତ୍ରାସବାଦ  ପୃଷ୍ଠପୋଷକ ରାଷ୍ଟ୍ର କହି ଆକ୍ରମଣ କଲା । ଯୁଦ୍ଧ ଅଦ୍ୟାବଧି  ଚାଲୁଅଛି ଯାହାଫଳରେ ଅନେକ ଦେଶରେ ରନ୍ଧନ ଗ୍ୟାସ  ଓ ତୈଳର ଉତ୍କଟ ସମସ୍ୟା ଦେଖାଦେଇଛି । ଇରାନର  ଉତ୍ତର ପଟୁ ଏବଂ ଓମାନର ଦକ୍ଷିଣ ପଟୁ ହୋର୍ମୁଜ ପ୍ରଣାଳୀ  ଉପରେ ମାଲିକାନା ଥିବାରୁ ଇରାନ ହୋର୍ମୁଜ ପ୍ରଣାଳୀକୁ  ଉତ୍ତର ପଟେ ତୈଳବାହୀ ଜାହାଜ ପରିବହନ ଉପରେ  କଟକଣା ଜାରି ରଖିଛି, ଯେଉଁଥିପାଇଁ ଉତ୍କଟ ତୈଳସଙ୍କଟ  ଦେଖାଦେଇଛି ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ  ବଜାରରେ ଅହେତୁକ ଭାବେ ବୃଦ୍ଧିପାଇଛି । ଏହି ଦୁଇଟି  ଯୁଦ୍ଧ ଚାଲୁଥିବା ବେଳେ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ  ଘଟିଥିବା  ଦୁଇଟି  ବିଶ୍ୱଯୁଦ୍ଧର ଭୟାବହତା ସ୍ମରଣ  କରାଇଦେବା ସହ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ମଧ୍ୟ ସୃଷ୍ଟି  କରୁଛି । ସମଗ୍ର ବିଶ୍ୱବାସୀ ରୁଷିଆ, ଆମେରିକା ଚୀନ ଭଳି  ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ରମାନଙ୍କ ଆଭିମୁଖ୍ୟ, ଗତିବିଧି  ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ରଖିଛନ୍ତି ।  

ଏବେ ଆସନ୍ତୁ ଜାଣିବା ଶତ୍ରୁତା ମନୋଭାବ,  ଯୁଦ୍ଧଖୋର ମନୋବୃତ୍ତିର ଉତ୍ପତ୍ତି ସମ୍ପର୍କରେ ମନସ୍ତତ୍ତ୍ୱବିତ୍‌  ଓ ଦାର୍ଶନିକମାନେ କ’ଣ କହିଛନ୍ତି । ସିଗମଣ୍ଡ ଫ୍ରଏଡ  କହନ୍ତି- ମଣିଷ ମଧ୍ୟରେ ଥିବା ବିଧ୍ୱଂସକାରୀ ମୃତ୍ୟୁଚେତନା  (Thanatos)ର ପ୍ରତିଫଳନ ଦ୍ୱାରା ଦେଶ-ଦେଶ  ମଧ୍ୟରେ ସଙ୍ଘର୍ଷ ଉପୁଜି ପରିଶେଷରେ ଯୁଦ୍ଧରେ ପରିଣତ  ହୋଇଥାଏ । ମାନବ ଜୀବନ ସଧାରଣତଃ ଦୁଇଟି  ଶକ୍ତି ଯଥା- ଜୀବନୀଶକ୍ତି ଓ ମୃତ୍ୟୁଚେତନା । ଫ୍ରଏଡ  ଆଇନଷ୍ଟାଇନଙ୍କ ସହ "ଯୁଦ୍ଧ କାହିଁକି' ବୋଲି ଏକ  ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ, ଯାହାକି  ୧୯୩୨ ମସିହାରେ ‘‘why war’’ ନାମରେ ଏକ  ପ୍ରବନ୍ଧ ଭାବେ ପ୍ରକାଶିତ ହୋଇ ଖୁବ୍‌ ଲୋକପ୍ରିୟତା ଅର୍ଜନ  କରିଥିଲା । ସେ କହନ୍ତି ଯେ, ଯୁଦ୍ଧ ସମୟରେ ବ୍ୟକ୍ତିବିଶେଷ  ତାର ନୈତିକତା ବିବେକ ଭୁଲିଯାଇ ସାମୂହିକ ଉନ୍ମାଦନା,  ଦଳ ମାନସିକତାରେ ଆଚ୍ଛନ୍ନ ହୋଇ ଉଗ୍ର ଜାତୀୟତାର ଦ୍ୱାହ ଦେଇ ନିଶାସକ୍ତ ହେବା ପରି ହିଂସାତ୍ମକ କାର୍ଯ୍ୟରେ ଲିପ୍ତରହି  ଏହାକୁ ଦେଶଭକ୍ତିର ଆଖ୍ୟା ଦେଇଥାଏ । ଫ୍ରଏଡ କହନ୍ତି  ଯେ, କୌଣସି ଅନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ କ୍ଷମତାସମ୍ପନ୍ନ ସଂସ୍ଥା  ଯୁଦ୍ଧମନସ୍କତା ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରିବ  ନାହିଁ, ଯେପରିକି "ଲିଗ୍‌ ଅଫ୍‌ ନେସନ୍‌ସ' ଏବଂ "ୟୁଏନଓ'  ନିଜ ଲକ୍ଷ୍ୟ ହାସଲ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇ  ନିରବଦ୍ରଷ୍ଟା ସାଜିଛନ୍ତି । ତାଙ୍କ ମତରେ ଇରସ(eros) କୁ ଥାନାଟସ (Thanatos) ବିରୋଧରେ ବହୁଳ  ଭାବେ ବ୍ୟବହାର କରିବା ପାଇଁ ସମାଜରେ ସଚେତନତା  ସୃଷ୍ଟି କଲେ ଯୁଦ୍ଧ ମନସ୍କତାକୁ ନିୟନ୍ତ୍ରଣ କରିବା ସମ୍ଭବପର  ହେବ । କାର୍ଲ ୟୁଙ୍ଗଙ୍କ ମତରେ, କେତେକ ଅସମାହିତ  ସଙ୍ଘର୍ଷର ପ୍ରତିଫଳନ ଯୁଦ୍ଧ ମାଧ୍ୟମରେ ହୋଇଥାଏ ।  ବ୍ୟକ୍ତିମାନେ ନିଜ ନିଜର ନୈତିକ ବିଚାର ଓ ବିବେକର  ସ୍ୱରକୁ ଏଡ଼ାଇଯାଇ ଏକ ସାମୂହିକ ଅବଚେତନ ଶକ୍ତି  ପ୍ରଭାବରେ ବର୍ବରତା ଓ ଗଣହିଂସାରେ ଲିପ୍ତ ହୋଇଥାନ୍ତି ।  ଫ୍ରେଡେରିକ ନିଚ୍ଚେ କହନ୍ତି- ଯୁଦ୍ଧ ସମାଜକୁ ବିପଥଗାମୀ  ଓ ଅଧୋପତନମୁଖୀ କରାଇଥାଏ । ଏହି ଯୁଦ୍ଧମନସ୍କତା  ଉଗ୍ରଜାତୀୟତା ନାମରେ ବ୍ୟକ୍ତିମାନଙ୍କ ମଧ୍ୟରେ ସାମୂହିକ  ଉତ୍ତେଜନା, ପାଶବିକ ଉନ୍ମାଦନା, ଅନ୍ଧ ଅନୁକରଣ ଭାବନା  ସୃଷ୍ଟି କରି ହିଂସାତ୍ମକ କାର୍ଯ୍ୟରେ ଜଡ଼ିତ ହେବାପାଇଁ  ପ୍ରରୋଚିତ କରିଥାଏ ।

ଇମାନୁଏଲ କାଣ୍ଟ କହନ୍ତି- ପରସ୍ପର  ମଧ୍ୟରେ ସମସ୍ୟା ସମାଧାନର ସମସ୍ତ ବିକଳ୍ପ ପ୍ରୟୋଗ କରି  ବିଫଳ ହେବା ପରେ ଯୁଦ୍ଧକୁ ଶେଷ ବିକଳ୍ପ ଭାବେ ଉପଯୋଗ  ଜ୍ଞାନର ସଂଚୟ ଜୀ ବନକୁ ସୁଚାରୁ ରୂପରେ ଚଳେଇବା ପାଇଁ ଲୋକମାନେ ନାନା ପ୍ରକାରର  ମଧ୍ୟ ସୂଚକ ଅଟେ ଯେ, ଆମେ ଅମୂଲ୍ୟ କଥାକୁ ଧାରଣ କରିବାର ଯୋଗ ଏବେ  ରଖନ୍ତ ନାହିଁ । ଜ୍ଞାନ ପ୍ରାପ୍ତିର କୌଣସି ବୟସ ସୀମା ନଥାଏ । ଏହାର ଆଦାନ ପ୍ରଦାନ ଅନ୍ତ ସମୟ ପର୍ଯ୍ୟନ୍ତ ସମ୍ଭବ । ରାବଣ ମଧ୍ୟ ମରିବା ସମୟରେ ଲକ୍ଷ୍ମଣଙ୍କୁ  ଜ୍ଞାନରେ ସମୃଦ୍ଧ କରିଥିଲେ । ଭୀଷ୍ମ ପିତାମହ ମଧ୍ୟ ମୃତ୍ୟୁଶଯ୍ୟା ଉପରେ ନିଜର  ପ୍ରିୟଜନଙ୍କୁ ଜୀବନର କିଛି ଉପଯୋଗୀ ସୂତ୍ର ଦେଇଥିଲେ । ଯେତେବେଳେ  କାହାଠୁ କିଛି ଜ୍ଞାନ ଶ୍ରବଣ କରିବାକୁ ହୋଇଥାଏ ସେଥିରେ କୃତଜ୍ଞତାର ଭାବ  ନିଶ୍ଚିତ ରହିବା ଜରୁରି । ସେତେବେଳେ କିଏ ନିଜର ସମୟ ଆଉ ଉର୍ଜାରେ  ଆପଣଙ୍କୁ ମାର୍ଗଦର୍ଶନ କରାଉଥିବ । ଜ୍ଞାନ ହିଁ ଆପଣଙ୍କ ସବୁ ସମସ୍ୟାର ଚାବି  ଅଟେ । ତେଣିକି ଯେତେ କଠିନ ପରିସ୍ଥିତି ଆପଣଙ୍କର ସାମନାରେ ହେଉ,  ଜ୍ଞାନ ଅନୁଭୂତିର ଭାବ ବ୍ୟକ୍ତିକୁ ଠିକ୍‌ ମାର୍ଗରେ ବିଚଳିତ ହେବାକୁ ଦିଏନି ।  ସମୟ ସହିତ ବଢୁଥିବା ଅନୁଭବ ମଧ୍ୟ ଜ୍ଞାନର ଧାରାକୁ ଆହୁରି ପ୍ରଖର  ବନେଇଥାଏ । ଯାହା ଜୀବନର ନୌକାକୁ ଆଗକୁ ବଢ଼େଇବାରେ ସହାୟକ  ହୋଇଥାଏ । ଭୌତିକ ସଂସାଧନ ସଂଚୟ କରିଥାନ୍ତି । ଯଦ୍ୟପି ଏହି ବସ୍ତୁ ଉପରେ  ଗୋଟିଏ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସଂଚୟ ମଧ୍ୟ ସେତିକି ଆବଶ୍ୟକ ହୋଇଥାଏ  ଆଉ ତାହା ହେଲା ଜ୍ଞାନର ସଂଚୟ । ଧନର ସଂଚୟ ଆପଣଙ୍କୁ ଅଭିମାନ,  ବସ୍ତୁର ସଂଚୟ ଆପଣଙ୍କୁ ଲୋଭୀ ବନେଇ ଦିଏ । କିନ୍ତୁ ଜ୍ଞାନର ସଂଚୟ  ଆପଣଙ୍କୁ ଏହି ଦୁର୍ଗୁଣରୁ ସର୍ବଦା ଦୂରରେ ରଖିଥାଏ । ଜ୍ଞାନଚକ୍ଷୁ ସର୍ବଦା ଖୋଲା  ରହୁ, ସେଥିପାଇଁ ଆବଶ୍ୟକ ଆମେ ଜ୍ଞାନରୂପୀ ସାଗରରେ ସର୍ବଦା ପହଁରିବା ।  ଯେଉଁଠି ଜ୍ଞାନର ସମାଗମ ହେବ ସେଠାରେ କେବଳ ଏହାର ଶ୍ରବଣ ହିଁ  କରିବନି, ଅପିତୁ ଏହାକୁ ନିଜର ଅନ୍ତଃକରଣରେ ଆତ୍ମସାତ୍‌ କରିବାକୁ ହେବ ।  ସମୟ ସହିତ ଭୌତିକ ସଂସାଧନ ତ ନଷ୍ଟ ହୋଇପାରେ, କିନ୍ତୁ ଅର୍ଜିତ ଜ୍ଞାନକୁ  କେହି ଆପଣଙ୍କ ଠାରୁ ଛଡ଼େଇ ନେଇପାରିବେନି । ଜ୍ଞାନାର୍ଜନ ସହିତ ଏହା  ମଧ୍ୟ ସ୍ମରଣ ରହୁ କି, ଆମ ଭିତରର ଅଭିମାନ ଯୋଗ ନହେଉ । କାହିଁକି, ଜ୍ଞାନ ଯେତେବେଳେ ଅଭିମାନର ଜାମା ପିନ୍ଧିନିଏ, ତାହେଲେ ଆମର ସେହି  ସଂଚୟର କ୍ଷୟ ହେବାକୁ ଲାଗେ । ଜ୍ଞାନର ସଂଚୟ-କ୍ଷୟ ହେବା ଏହି କଥାର – ମନୋଜ କୁମାର ବେହେରା,  ମୋ: ୭୯୭୮୮୩୦୬୧୧  କରିବା ଉଚିତ, ପ୍ରଥମ ବିକଳ୍ପ ଭାବେ ଆଦୌ ନୁହେଁ ।  ଏବେ ସର୍ବଜନାଦୃତ ପୁରାଣ ମହାଭାରତ କଥା ଦେଖନ୍ତୁ ।  ମହାକାବ୍ୟ ମହାଭାରତ ପୌରାଣିକ ଓ ଐତିହାସିକ ତଥ୍ୟ  ଉପରେ ପର୍ଯ୍ୟବେସିତ ହୋଇଥିଲେ ମଧ୍ୟ ଏଥିରୁ ଅନେକ  ଶିକ୍ଷଣୀୟ କଥାବସ୍ତୁ ମିଳିଥାଏ ।

ମହାଭାରତରେ ଭଗବାନ  ଶ୍ରୀକୃଷ୍ଣ ମଧ୍ୟ ସାମ, ଦାନ, ଭେଦ ନୀତି ଆପଣେଇ ପାଣ୍ଡବ  କୌରବ ବିବାଦ ସମାଧାନ କରିବାକୁ ପ୍ରୟାସ କରି ବିଫଳ  ହେବା ପରେ ଯୁଦ୍ଧକୁ ଅନ୍ତିମ ବିକଳ୍ପ ଭାବେ ଗ୍ରହଣ କରିବାକୁ  ବାଧ୍ୟ ହୋଇ, ଏହା ମାଧ୍ୟମରେ କୌରବମାନଙ୍କ ପାଇଁ  ଦଣ୍ଡ ବିଧାନ କରିଥିଲେ । ଶ୍ରୀକୃଷ୍ଣ ପ୍ରଥମେ ପାଣ୍ଡବମାନଙ୍କୁ  ସେମାନଙ୍କ ରାଜ୍ୟରେ ନ୍ୟାଯ୍ୟ ପ୍ରାପ୍ୟ ଦେଇ ସମସ୍ୟାର  ଆପୋସ ସମାଧାନ କରିବାକୁ ମହାରାଜ ଧୃତରାଷ୍ଟ୍ରଙ୍କୁ  ଦେଇଥିବା ପ୍ରସ୍ତାବ ଶକୁନିଙ୍କ ପ୍ରରୋଚନାରେ ଦୁର୍ଯ୍ୟୋଧନଙ୍କ  ଦ୍ୱାରା ପ୍ରତ୍ୟାଖ୍ୟାତ ହେବା ପରେ ମାତ୍ର ପାଞ୍ଚଖଣ୍ଡ ପଡ଼ା  ପାଣ୍ଡବମାନଙ୍କୁ ଦାନ ଦେବାପାଇଁ ଶ୍ରୀକୃଷ୍ଣ ଅନୁରୋଧ  କରିଥିଲେ । ସେ ପ୍ରସ୍ତାବକୁ ମଧ୍ୟ ଦୁର୍ଯ୍ୟୋଧନ ପ୍ରତ୍ୟାଖ୍ୟାନ  କଲାବେଳେ ଧୃତରାଷ୍ଟ୍ର ନିରବ ସମର୍ଥନ ଦେଇଥିଲେ ।  ଶ୍ରୀକୃଷ୍ଣ ଗୁପ୍ତରେ କର୍ଣ୍ଣଙ୍କ ନିକଟକୁ ଯାଇ ତାଙ୍କ ଜନ୍ମ ବୃତ୍ତାନ୍ତ  ବର୍ଣ୍ଣନା କରି ସେ ସୁତ ପୁତ୍ର ନୁହେଁ, ଜ୍ୟେଷ୍ଠ ପାଣ୍ଡବ ଅଟନ୍ତି  ଓ ସେ ପାଣ୍ଡବମାନଙ୍କ ପକ୍ଷରେ ରହିବା ଉଚିତ କହିବାରେ  କର୍ଣ୍ଣ ପ୍ରସ୍ତାବକୁ ଅସ୍ୱୀକାର କରି ଦୁର୍ଯ୍ୟୋଧନ ପ୍ରତି ନିଜ  ଆନୁଗତ୍ୟ ଦୋହରାଇଥିଲେ । ଶେଷ ବିକଳ୍ପ ଭାବେ ଯୁଦ୍ଧକୁ  ଗ୍ରହଣ କରିବା ବ୍ୟତୀତ ଶ୍ରୀକୃଷ୍ଣଙ୍କ ନିକଟରେ ଅନ୍ୟ  କୌଣସି ଉପାୟ ନଥିଲା ।

 ଆମେ ସମସ୍ତେ ଉଣାଅଧିକେ ଯୁଦ୍ଧର ଭୟାବହ  ପରିଣାମ ସମ୍ପର୍କରେ ଅବଗତ ଥାଇ ମଧ୍ୟ ଯୁଦ୍ଧମନସ୍କ  ରହୁଛୁ, ଏହି ମନୋଭାବକୁ କିପରି ଏଡ଼ାଇ ହେବ, ଏହାର  ସମ୍ଭାବ୍ୟ ନିରାକରଣ ଉପରେ କିଞ୍ଚିତ ଆଲୋକପାତ କରିବା  ପ୍ରାସଙ୍ଗିକ ମନେହୁଏ । ସର୍ବପ୍ରଥମେ ବ୍ୟକ୍ତିବିଶେଷଙ୍କ  ମନରେ ଏକ ଭୟ, ସନ୍ଦେହ ଓ ଆଶଙ୍କାମୁକ୍ତ ଶୁଦ୍ଧ  ଭାବନା ଜାଗ୍ରତ ହେବା ଆବଶ୍ୟକ । ସେମାନେ କୌଣସି  ଚାଞ୍ଚଲ୍ୟକର, ଭୀତିପ୍ରଦ ଘଟଣାବଳୀଠାରୁ ଦୂରେଇ  ରହିବା ବାଞ୍ଛନୀୟ ଅଟେ । ବ୍ୟକ୍ତିବିଶେଷ ଉଦାରମନା,  ସମ୍ବେଦନଶୀଳ, ସହାନୁଭୂତିଶୀଳ, ସମାନୁଭୂତିସମ୍ପନ୍ନ ହେବା  ଆବଶ୍ୟକ । "ଆମ୍ଭେ' ଓ "ସେମାନେ' ମନୋଭାବ ପରିହାର  କରି ମହାଉପନିଷଦ ବାଣୀ "ବସୁଧୈବ କୁଟୁମ୍ବକମ୍‌' (ବିଶ୍ୱ  ପରିବାର) ଆଦର୍ଶରେ ପରିଚାଳିତ ହେବା ବିଧେୟ।  ନିଜ ମଧ୍ୟରୁ ଅହଂଭାବ ପରିହାର କରି ଦୟା, କରୁଣା,  ଅନୁକମ୍ପା ଭାବ ପୋଷଣ କରିବା ବାଞ୍ଛନୀୟ । ପ୍ରତ୍ୟେକ  ମଣିଷ ଭିତରେ ପରମାତ୍ମାଙ୍କ ଅଂଶ ଜୀବାତ୍ମା ବିଦ୍ୟମାନ  ଥିବାରୁ କାହାକୁ ହେୟଜ୍ଞାନ ନକରି ସମସ୍ତଙ୍କୁ ଉପଯୁକ୍ତ  ସମ୍ମାନ ପ୍ରଦର୍ଶନ କରିବା ଉଚିତ । ଉଗ୍ରତା, ଆତ୍ମବଡ଼ିମା  ଓ ଅହଂକାର ପରିହାର କରି ସହନଶୀଳତା, ଧୈର୍ଯ୍ୟ  ଓ କ୍ଷମା ଗୁଣ ଆହରଣ କରିବା ଆବଶ୍ୟକ । ଉପରୋକ୍ତ  ବିନ୍ଦୁଗୁଡ଼ିକ ଉପରେ ବିଶ୍ୱବାସୀ ଧ୍ୟାନ କେନ୍ଦ୍ରୀଭୂତ କଲେ  ସମ୍ପ୍ରତି ଚାଲୁରହିଥିବା ରୁଷ-ୟୁକ୍ରେନ, ଆମେରିକା-ଇରାନ  ଯୁଦ୍ଧର ପରିସମାପ୍ତି ସହ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ  ମଧ୍ୟ ଏଡ଼ାଇ ଦେଇହେବ । ବିଶ୍ୱକଲ୍ୟାଣ ପରିପ୍ରେକ୍ଷୀରେ ସାମ୍ପ୍ରତିକ ଯୁଦ୍ଧର ପରିସମାପ୍ତି ନିତାନ୍ତ ଆବଶ୍ୟକ ।