ନୂଆଦିଲ୍ଲୀ: ଶୁକ୍ରବାର ଚଳିତ ଆଇପିଏଲର ଦ୍ବିତୀୟ କ୍ବାଲିଫାୟର ମୁକାବିଲା ଖେଳାଯିବ । ଗୁଜୁରାଟ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ କଡ଼ା ଟକ୍କର । ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଏହି ଯୁବ ତାରକା ଏବେ ଦମଦାର ଫର୍ମରେ ରହିଛନ୍ତି । ହାଇଦ୍ରାବାଦ ବିପକ୍ଷରେ ୨୯ ବଲରୁ ୯୭ ରନର ବିସ୍ଫୋରକ ପାଳି ଖେଳିଥିବାବେଳେ ଛକା ମାରିବାରେ ମାଇଲଖୁଣ୍ଟ ପାର୍ କରିଛନ୍ତି । ତେବେ ମ୍ୟାଚ୍ ପୂର୍ବରୁ ପ୍ରଶିକ୍ଷକ ମନୀକ୍ଷ ଓଝା କହିଛନ୍ତି କି, ରାଜସ୍ଥାନ ଯଦି ଫାଇନାଲରେ ପ୍ରବେଶ କରେ ତାହେଲେ ବୈଭବ ୮୦ ଛକା ମାରିବା ସହ ୮୦୦ରୁ ଅଧିକ ସ୍କୋର କରିବେ ।

ବୈଭବଙ୍କ ପ୍ରଶିକ୍ଷକ ମନୀଷ ଓଝା ଦାବି କରିଛନ୍ତି କି, ଆଜିର ମ୍ୟାଚରେ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଯଦି ବୈଭବଙ୍କ ବ୍ୟାଟ୍ ଥରେ ଚାଲିଲା ତାହେଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ । ଏହାସହ ବୈଭବଙ୍କ ବିସ୍ଫୋରଣ ଥରେ ଆରମ୍ଭ ହେଲେ ରାଜସ୍ଥାନର ହାରିବ ନାହିଁ । ତେବେ ଯଦି ରାଜସ୍ଥାନ ଫାଇନାଲରେ ପହଞ୍ଚେ ତାହେଲେ ବୈଭବ ୮୦ରୁ ଅଧିକ ଛକା ମାରିବା ସହ ୮୦୦ରୁ ଅଧିକ ସ୍କୋର କରିବେ ।

ସେପଟେ ମନୀଷ ଓଝାଙ୍କୁ ପଚରାଯାଇଥିଲା କି, ଆଜିର ମ୍ୟାଚରେ ରାବାଡ଼ା, ସିରାଜ ଏବଂ ରସିଦଙ୍କ ଭଳି ଷ୍ଟାର ବୋଲରଙ୍କ ସାମ୍ନା କିପରି କରିବେ ? ଏହାର ଉତ୍ତରରେ ସେ କହିଥିଲେ କି, ବୈଭବ କୌଣସି ବୋଲରଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ । ତାଙ୍କ ଆଗରେ ୨ଟି ବିକଳ୍ପ ଆଉଟ୍ ହେବେ ନାହିଁ ତ ବଲକୁ ବାଉଣ୍ଡୁରୀରେ ପହଞ୍ଚାଇବେ । ଏହାସହ ଗୁଜୁରାଟ ବିପକ୍ଷରେ ବୈଭବଙ୍କ ରେକର୍ଡ ଭଲ ରହିଛି । ଗୁଜୁରାଟ ବିପକ୍ଷରେ ସେ ଶତକ ହାସଲ କରିଛନ୍ତି । ଏହାସହ ୩ ମ୍ୟାଚରେ ୧୬୮ ରନ୍ କରିଛନ୍ତି । ମାତ୍ର ଷ୍ଟ୍ରାଇକ୍ ରେଟ୍ ୨୩୩.୩୩ ରହିଛି । ତେବେ ୩ ମ୍ୟାଚରେ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଏବଂ ରସିଦ ଆଉଟ୍ କରିଛନ୍ତି ।

ଏହାସହ ପଢ଼ନ୍ତୁ : IPL Second Qualifier : ଆଜି ବେଙ୍ଗାଲୁରୁ - ଗୁଜରାଟ ହାଇଭୋଲଟେଜ୍ ଫାଇଟ୍, ବୈଭବଙ୍କୁ ରୋକିବାକୁ GTର ରଣନୀତି