ସମସ୍ତୀପୁର,୩।୬: ଆଇପିଏଲ୍ ୨୦୨୬ରେ ଧମାଲ କରିବା କରିବା ବୈଭବ ସୂର୍ଯ୍ୟବଂଶୀ ବିହାର ସ୍ଥିତ ନିଜ ଗାଁରେ ପହଁଞ୍ଚି ସାରିଛନ୍ତି। ଏଭଳି ସ୍ଥିତିରେ ଏହି କଥା ଆଖପାଖର ଲୋକଙ୍କ ଜଣାପଡି ଯାଇଛି। ତେଣୁ ୧୫ ବର୍ଷୀୟ ସୁପରଷ୍ଟାରଙ୍କୁ ଦେଖା କରିବାକୁ ଲାଗି ଯାଇଛି ଲୋକଙ୍କ ଭିଡ। ବୈଭବଙ୍କ ପୈତୃକ ଗାଁ ସମସ୍ତୀପୁରର ତାଜପୁରରେ ରହିଛି। ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ଏବେ ତାଙ୍କୁ ଦେଖା କରିବାକୁ ଲୋକଙ୍କର ପ୍ରବଳ ଭିଡ। ବୈଭବଙ୍କୁ ଭେଟୁଛନ୍ତି ଓ ତାଙ୍କ ସହ ସେଲଫି ମଧ୍ୟ ନେଉଛନ୍ତି।ନିକଟବର୍ତ୍ତୀ ଗାଁ ଏବଂ ସହରରୁ ଲୋକମାନେ ବୈଭବଙ୍କୁ ଦେଖା କରିବାକୁ ଆସୁଛନ୍ତି, କିନ୍ତୁ ସମସ୍ତେ ତାଙ୍କୁ ଭେଟି ପାରୁନାହାନ୍ତି। ଅଳ୍ପ କିଛି ଲୋକଙ୍କୁ ହିଁ ସେ ଭେଟୁଛନ୍ତି। ହୋଇପାରୁନାହାଁନ୍ତି। ବୈଭବ କେବଳ କିଛି ବଛା ବଛା ଲୋକଙ୍କୁ ଭେଟୁଛନ୍ତି। ତାଙ୍କ ଘର ବାହାରେ ୟୁଟ୍ୟୁବର ଏବଂ ସ୍ଥାନୀୟ ଗଣମାଧ୍ୟମର ଭିଡ଼ ଦେଖିବାକୁ ମିଳୁଛି। ସୂର୍ଯ୍ୟବଂଶୀ ପରିବାର ମଧ୍ୟ ଗତ ଦୁଇ ଦିନ ଧରି ଗଣମାଧ୍ୟମଠାରୁ ଦୂରତା ବଜାୟ ରଖିଛନ୍ତି।

ବୈଭବଙ୍କ ସଫଳତାରେ ତାଙ୍କ ପିତାମାତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବୈଭବ ତାଙ୍କ ବାପା ସଞ୍ଜୁ ସୂର୍ଯ୍ୟବଂଶୀ ତତ୍ତ୍ୱାବଧାନରେ ୪ ବର୍ଷ ବୟସରୁ ତାଙ୍କର କ୍ରିକେଟ ଟ୍ରେନିଂ ଆରମ୍ଭ କରିଥିଲେ। ତାଙ୍କ ବାପା ପ୍ରତିଦିନ ଭୋର ୪ଟା ବସ୍ ଧରି ବୈଭବଙ୍କୁ ଟ୍ରେନିଂ ପାଇଁ ପାଟନା ନେଇଯାଉଥିଲେ, ସେଭଳି ତାଙ୍କ ମାଆ ଆରତୀ ସୂର୍ଯ୍ୟବଂଶୀ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ରାତି ୨ଟାରେ ଉଠୁଥିଲେ।ଶୃଙ୍ଖଳା ଏବଂ କଠିନ ପରିଶ୍ରମ ମାଧ୍ୟମରେ, ବୈଭବ ବହୁତ କମ୍ ବୟସରୁ ନିର୍ଭୀକ ଭାବରେ ତାଙ୍କ ବୟସର ଦୁଇଗୁଣ ଖେଳାଳିଙ୍କ ଦ୍ରୁତ ବଲ୍ର ସମ୍ମୁଖୀନ ହେଉଥିଲେ ଏବଂ ଲମ୍ବା ଛକା ମାରୁଥିଲେ।

ଯେତେବେଳେ ରାଜସ୍ଥାନ ରୟାଲ୍ସ ଆଇପିଏଲ ୨୦୨୫ ନିଲାମରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କା ରେ କିଣିଥିଲା, ସେତେବେଳେ ସେ ମାତ୍ର ୧୪ ବର୍ଷ ବୟସର ଥିଲେ। ଏହି ଯୁବ ତାରକା ତାଙ୍କ ଡେବ୍ୟୁ ସିଜିନର ମାତ୍ର ତୃତୀୟ ମ୍ୟାଚରେ ଶତକ ହାସଲ କରି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ। ବର୍ତ୍ତମାନ, ଆଇପିଏଲ ୨୦୨୬ ରେ, ସେ ୧୬ ଇନିଂସରେ ୭୭୬ ରନ କରି ଅରେଞ୍ଜ କ୍ୟାପ ଜିତିଥିବା ସବୁଠାରୁ କମ ବୟସ୍କ ଖେଳାଳି ହୋଇଛନ୍ତି। ଏହି ସମୟ ମଧ୍ୟରେ, ସେ ଗୋଟିଏ ସିଜିନରେ ସର୍ବାଧିକ ଛକା ମାରିବାର କିମ୍ବଦନ୍ତୀ କ୍ରିକେଟର କ୍ରିସ ଗେଲଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ସେ ଏଲିମିନେଟରରେ ୯୭ ଏବଂ କ୍ୱାଲିଫାୟର ୨ ରେ ୯୬ ରନ କରି ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ।

ଅଣ୍ଡର ୧୯ ଓ୍ବାର୍ଲ୍ଡକପ୍ ୨୦୨୬ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ଏକ ଦମଦାର ଶତକ ସହିତ ଟିମ୍କୁ ଚାମ୍ପିଆନ୍ କରିଥିଲେ। ଆଇପିଏଲରେ ଗୋଟିଏ ଶତକ, ପାଞ୍ଚଟି ଅର୍ଦ୍ଧଶତକ ଏବଂ ୭୨ ଟି ଛକା ତାଙ୍କୁ ଭାରତ -ଏ ଦଳରେ ସ୍ଥାନ ଦେଇଥିଲା। ସେ ଏବେ ଜୁନ୍ ୯ ତାରିଖରୁ ଶ୍ରୀଲଙ୍କାରେ ଆରମ୍ଭ ହେଉଥିବା ଟ୍ରାଇ-ସିରିଜରେ ଭାରତୀୟ ଟିମ୍ରେ ଖେଳିବେ। ବିଶ୍ୱର କ୍ରିକେଏକ୍ସପର୍ଟ ଏବଂ ବିଶେଷଜ୍ଞମାନେ ପୂର୍ବରୁ କହିଛନ୍ତି ଯେ ବୈଭବ ସିନିୟର ଟି-୨୦ ଦଳରେ ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ତାଙ୍କୁ ତୁରନ୍ତ ଅନ୍ତର୍ଜାତୀୟ ଡେବ୍ୟୁ ଦିଆଯିବା ଉଚିତ।

ଆହୁରି ପଢନ୍ତୁ : ବୈଭବ ସୂର୍ଯ୍ୟବଂଶୀଙ୍କ ଛବି ଖରାପ କରିବାକୁ ଷଡ଼ଯନ୍ତ୍ର ? ଫେକ୍ ଭିଡିଓକୁ ନେଇ ବର୍ଷିଲେ ହର୍ଷ ଭୋଗଲେ