ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତ ପାଇଁ ଡେବ୍ୟୁ କରିଛନ୍ତି । ତଥାପି ବଡ଼ ପାଳି ଖେଳିବାରେ ବିଫଳ ହୋଇଛନ୍ତି । ଯାହାକୁ ନେଇ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଛି । ଆଉ ଏବେ ବୈଭବଙ୍କ ସହ ଜଣେ ଯୁବତୀଙ୍କ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ସୋସିଆଲ ମିଡିଆରେ କରାଯାଉଛି । ତେବେ ବେବି ବସଙ୍କ ଫଟୋ ନଜର ଆସିଥିବା ଯୁବତୀ ଜଣକ କିଏ ?
ତେବେ ବୈଭବଙ୍କ ସହ ଫଟୋରେ ନଜର ଆସିଥିବା ଯୁବତୀ ଜଣକ ହେଲେ ଟିମ୍ ଇଣ୍ଡିଆର ଷ୍ଟାର ଓପନର ଅଭିଶେକ ଶର୍ମାଙ୍କ ଭଉଣୀ କୋମଲ । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଚାଲିଥିବା ସମୟରେ ସେ ଏହି ଫଟୋ ଉଠାଇଥିଲେ । ଏହାସହ ତାଙ୍କ ସ୍ବାମୀ ମଧ୍ୟ ଅନ୍ୟ ଏକ ଫଟୋରେ ନଜର ଫସିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ଏହି ଫଟୋକୁ ୟୁଜର୍ସମାନେ ପସନ୍ଦ କରିଥିବାବେଳେ ବିଭିନ୍ନ କମେଣ୍ଟମାନ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି ।
ସେପଟେ ଏହି ଫଟୋରେ ଅଭିଶେକ ଶର୍ମା ମଧ୍ୟ କମେଣ୍ଟ ଦେଇଛନ୍ତି । ସେ ଲେଖିଛନ୍ତି କି, କ୍ୟୁଟ୍ ବଣ୍ଡିଂ । ଏହାସହ ଫଟୋରେ ଟି-୨୦ ଅଧିନାୟକ ଶ୍ରେୟସଙ୍କ ପରିବାର ଲୋକ ମଧ୍ୟ ନଜର ଆସିଛନ୍ତି । କୋମଲଙ୍କ ସହ ତାଙ୍କ ପରିବାର ମଧ୍ୟ ବୈଭବଙ୍କ ସହ ସମୟ ବିତାଇଥିବାବେଳେ ଫଟୋ ଉଠାଇଛନ୍ତି । ତେବେ ଏହି ଫଟୋ ଏବେ ଭାଇରାଲ ହେଉଥିବାବେଳେ ଏହାକୁ ୟୁଜର୍ସମାନେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।
ଏହାସହ ପଢ଼ନ୍ତୁ : ରୋହିତଙ୍କ ପାଖରେ ବସି ଭାବୁକ ହେଲେ କୋହଲି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ...