ନୂଆଦିଲ୍ଲୀ,୩୦/୦୫; ବୈଭବ ସୂର୍ଯ୍ୟବଂଶୀ । 'ଛୋଟା ପ୍ୟାକେଟ୍ ବଡ଼ା ଧମାକା' । ବୈଭବଙ୍କ ବିସ୍ଫୋରକ ବ୍ୟାଟିଂରେ ବୋଲରଙ୍କୁ କନ୍ଦାଉଥିଲେ, କିନ୍ତୁ ସମୟ ଆସିଲେ ନିଜେ କାନ୍ଦିଲେ। ଆଇପିଏଲ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ପରାଜୟ ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଆଖିରେ ପରାଜୟର ଲୁହ ଦେଖିବାକୁ ମିଳିଛି । ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଠାରୁ ୭ ୱିକେଟରେ ହାରିଯାଇଥିଲା । ରାଜସ୍ଥାନ ରୟାଲ୍ସର ଷ୍ଟାର ବୈଭବ ସୂର୍ଯ୍ୟବଂଶୀଙ୍କ ୯୬ରନର ଦମଦାର ଇନିଂସ ରେ 214 ରନ କରିଥିଲା । ଜବାବରେ ଗୁଜୁରାଟ ଟାଇଟାନ୍ସ କେବଳ ୩ ୱିକେଟ ହରାଇ ୮ ବଲ୍ ପୂର୍ବରୁ ଲକ୍ଷ୍ୟ ହାସଲ କରିଥିଲା। ଗୁଜୁରାଟ ବ୍ୟାଟର ରାହୁଲ ତେୱାତିଆ ବିଜୟୀ ଚୌକା ମାରିବା ମାତ୍ରେ, ଆଇପିଏଲ ୨୦୨୬ରେ ରାଜସ୍ଥାନର ଯାତ୍ରା ଶେଷ ହୋଇଗଲା ଏବଂ ବୈଭବ ସୂର୍ଯ୍ୟବଂଶୀ ଭାବପ୍ରବଣ ହୋଇଗଲେ । ଡଗଆଉଟ୍ କୋଣରେ ବସି ଭୋ-ଭୋ ହୋଇ କାନ୍ଦିଥିଲେ ବେବି ବୈଭବ । ଆଖିରେ ଲୁହ ଥିଲା ମୁହଁ ଶୁଖି ଯାଇଥିଲା । କ୍ୟାପରେ ଆଖିର ଲୁହ ଲୁଚାଇବାକୁ ଚେଷ୍ଟା କରୁଥିଲେ ବୈଭବ ଯାହା କ୍ୟାମେରାରା କଏଦ ହୋଇଥିଲା ।
ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ହାରିବା ମାତ୍ରେ, କ୍ୟାମେରା ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ବୈଭବ ଉଦାସ ହୋଇଯାଇଥିଲେ । ରବିନ୍ଦ୍ର ଜାଡେଜା ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ବହୁତ ସମୟ ଧରି ତାଙ୍କୁ ବୁଝାଇଥିଲେ । ଏହା ପରେ, ବୈଭବ ସୂର୍ଯ୍ୟବଂଶୀ ଡଗ୍ଆଉଟ୍ ଭିତରକୁ ଗଲେ। ଡଗ୍ଆଉଟ୍ରେ ବସି ନିଜ ଟୋପି ସାହାଯ୍ୟରେ ମୁହଁ ଲୁଚାଇଥିବା ଦେଖିବାକୁ ମିଳିଥିଲା । ତାଙ୍କ ଆଖିର ଲୁହ କ୍ୟାମେରାରେ କଏଦ ହୋଇଥିଲା । ସିଜିନରେ ବୈଭବଙ୍କ ଦମଦାର ପ୍ରଦର୍ଶନ ଥିଲା । ସବୁ ମ୍ୟାଚରେ ତାଙ୍କ ବ୍ୟାଟ୍ ଗର୍ଜିଥିଲା । ଏତେ ଭଲ ଖେଳିବା ପରେ ଯେବେ ମ୍ୟାଚ ହାତରୁ ଖସିଯାଏ ତାର ଯନ୍ତ୍ରଣା କେତେ ଯେ କଷ୍ଟଦାୟକ ତାହାକୁ ଅନୁଭବ କରିଥିଲେ ବୈଭବ ।
ରୟାଲ୍ସ ପାଇଁ ବୈଭବ ସୂର୍ଯ୍ୟବଂଶୀ ଅସାଧାରଣ ପ୍ରଦର୍ଶନ କରିଥିଲେ । ସେ ଚଳିତ ସିଜିନରେ ୪୮.୫ ବ୍ୟାଟିଂ ହାର ସହିତ ୭୭୬ ରନ କରିଛନ୍ତି । ସେ ସର୍ବାଧିକ ୭୨ ଛକା ମାରିଥିଲେ ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୩୭.୩୧ ଥିଲା। ଯଦି ଜଣେ ଖେଳାଳି ଏତେ ଚମତ୍କାର ପ୍ରଦର୍ଶନ କରନ୍ତି ଏବଂ ତାଙ୍କ ଦଳ ଫାଇନାଲରେ ପହଞ୍ଚିବାରେ ବିଫଳ ହୁଏ, ତେବେ ଏହା ନିଶ୍ଚିତ ଭାବରେ ନିରାଶାଜନକ ।
ଏହା ବି ପଢନ୍ତୁ...RR VS GT Toss Controversy: ଦ୍ୱିତୀୟ କ୍ୱାଲିଫାୟାର ଟସ୍ରେ ବଡ଼ ଗଡ଼ବଡ଼; ପ୍ରଥମେ ହାରିଲେ ରିୟାନ, ନିଷ୍ପତ୍ତି ବଦଳାଇଲେ ରେଫରୀ
୪ ଥର ଭାଙ୍ଗିଛି ହୃଦୟ- ଏହି ସିଜିନରେ ରାଜସ୍ଥାନ ରୟାଲ୍ସ ପାଇଁ ବୈଭବ ସୂର୍ଯ୍ୟବଂଶୀ ପ୍ରଦର୍ଶନ ଥିଲା ସ୍ୱତନ୍ତ୍ର । ଶେଷ ୪ଟି ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କ ହୃଦୟ ୪ ଥର ଭାଙ୍ଗିଛନ୍ତି। ଏହି ସିଜିନରେ ସେ ତାଙ୍କର ଶେଷ ୪ଟି ମ୍ୟାଚ୍ରେ ୩ଟି ଶତକ ହାସଲ କରିପାରି ନାହାଁନ୍ତି । ସେ ଲକ୍ଷ୍ନୌ ବିପକ୍ଷରେ ୯୩ ରନ୍ରେ ଆଉଟ୍ ହୋଇଥିଲେ, ହାଇଦ୍ରାବାଦ ବିପକ୍ଷରେ ୯୭ ରନ୍ କରିଥିଲେ ଏବଂ ଏବେ ଗୁଜରାଟ ବିପକ୍ଷରେ ୯୬ ରନ୍ରେ ଆଉଟ୍ ହୋଇଛନ୍ତି । ଏହି ବିଫଳତା ସହିତ ତାଙ୍କ ଟିମ୍ ଫାଇନାଲ ପହଞ୍ଚି ପାରିନଥିବାରୁ ନିଶାର ହୋଇଛନ୍ତି ବୈଭବ ।
ବୈଭବ ରେକର୍ଡ
.ବୈଭବ ସୂର୍ଯ୍ୟବଂଶୀ ଏହି ସିଜିନରେ ଅନେକ ରେକର୍ଡ ଭାଙ୍ଗିଛନ୍ତି, ସର୍ବାଧିକ ୭୨ ଛକା ମାରିଛନ୍ତି ।
.ସେ ଗୋଟିଏ ସିଜିନରେ ୭୦୦ ରୁ ଅଧିକ ରନ ସ୍କୋର କରିବାରେ ସର୍ବକନିଷ୍ଠ ଖେଳାଳି ।
.ସୂର୍ଯ୍ୟବଂଶୀ IPLରେ ସବୁଠାରୁ କମ୍ ବଲ୍ ଅର୍ଥାତ୍ ୨୩ ଇନିଂସରେ ୪୪୦ ବଲରେ ୧୦୦୦ ରନ୍ କରିଥିବା ଖେଳାଳି ।
.ବୈଭବଶୀଙ୍କ ଷ୍ଟ୍ରାଇକ୍ ରେଟ୍ ୨୩୭ରୁ ଅଧିକ ଥିଲା, ଯାହା ୭୦୦ ରୁ ଅଧିକ ରନ୍ କରିଥିବା ବ୍ୟାଟରଙ୍କ ମଧ୍ୟରେ ସର୍ବାଧିକ ।