ନୂଆଦିଲ୍ଲୀ,୩୦/୦୫; ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଚଳିତ ଆଇପିଏଲରେ କ୍ୱାଲିଫାୟର ୨ ମ୍ୟାଚ୍ ଖେଳାଯାଇଥିଲା । ମ୍ୟାଚ ପୂର୍ବରୁ ଟସ୍ ସମୟରେ ଏକ ବଡ଼ ବିବାଦ ଦେଖିବାକୁ ମିଲିଥିଲା । ଟସ୍ ସମୟରେ ଏକ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇ ଦଳର ଅଧିନାୟକ ଟସ୍ ପାଇଁ ଗ୍ରାଉଣ୍ଡରେ ପହଞ୍ଚିଥିଲେ । କଏନ୍ ଟସ୍ ହେବା କ୍ଷଣି ରିୟାନ ପରାଗ "ହେଡ୍ସ" ବୋଲି ଡାକିଥିଲେ, କିନ୍ତୁ ତାହା ସ୍ପଷ୍ଟ ଭାବେ ଶୁଣାଯାଇନଥିଲା । ମ୍ୟାଚ ରେଫରୀ ପ୍ରକାଶ ଭଟ୍ଟଙ୍କୁ ଭୁଲ୍ ଶୁଣାଯାଇଥିଲା । କଏନ୍ ପଡିବା ପରେ ଫଳାଫଳ ଟେଲ୍ସ ଥିଲା । ଏହି ସମୟରେ ମ୍ୟାଚ ରେଫରୀ କହିଥିଲେ କି, ଡାକ ଶୁଣିନାହାନ୍ତି ପୁଣି ଟସ୍ ପଡିବ । ପରବର୍ତ୍ତୀ ସମୟରେ ଟସ୍ ପୁଣି ହୋଇଥିଲା । ପ୍ରଥମ ଟସ୍ ରାଜସ୍ଥାନ ହାରିଥିଲା । ଦ୍ୱିତୀୟ ଥର ଟସ୍ ରୟାଲ୍ସ ଭାଗ୍ୟରେ ଯାଇଥିଲା । ରାଜସ୍ଥାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ସମ୍ପୂର୍ଣ୍ଣ ଘଟଣା ଖେଳାଳି ଏବଂ ପ୍ରଶଂସକ ଉଭୟଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଥିଲା ।

ରିୟାନ ପରାଗ ଦ୍ୱିତୀୟ ଥରରେ ଜୋରରେ 'ହେଡ୍' ବୋଲି କହିଥିଲେ। କଏଟି ଯେତେବେଳେ ତଳେ ପଡ଼ିଲା, ସେତେବେଳେ ହେଡ୍ ଆସିଥିଲା । ରିୟାନ ପରାଗ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପରାଗ ଟସ୍ ଜିତିବା ପରେ କହିଥିଲେ- ଆମେ ପ୍ରଥମେ ବ୍ୟାଟିଂ କରିବୁ । ୱିକେଟ୍ ପ୍ରାୟ ସେମିତି ହିଁ ଅଛି, କିନ୍ତୁ ମୋତେ ଲାଗୁଛି ଯେ ଶେଷ ଆଡ଼କୁ ଏହା ଧିମା ହୋଇଯାଏ ଏବଂ ଆମ ପାଖରେ ଏଥିପାଇଁ ଉପଯୁକ୍ତ ବୋଲର ଅଛନ୍ତି । ଆମକୁ ବସ ସେହି ୪୦ ଓଭର ପର୍ଯ୍ୟନ୍ତ ଭଲ କ୍ରିକେଟ୍ ଖେଳିବାକୁ ହେବ। ଯେଉଁ ଦଳ ସବୁଠାରୁ ଭଲ ଖେଳିବ ସେହି ଦଳ ହିଁ ଜିତିବ ।

ଗୁଜରାଟ ଟାଇଟନ୍ସର ଅଧିନାୟକ ଶୁବମନ ଗିଲ୍ ଅସନ୍ତୋଷ ଥିବା ନଜର ଆସିଥିଲେ । ସେ ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲେ। ସେ ଟସ୍ ପରେ ମୁଖ୍ୟ କୋଚ୍ ଆଶିଷ ନେହେରାଙ୍କ ପାଖକୁ ଯାଇ ସମ୍ପୂର୍ଣ୍ଣ ସ୍ଥିତି ବିଷୟରେ ବୁଝାଇଥିଲେ । ଗିଲ୍ ଟସ୍ ପରେ କହିଥିଲେ- ଆମେ ମଧ୍ୟ ପ୍ରଥମେ ବ୍ୟାଟିଂ ହିଁ କରିଥାନ୍ତୁ । ଆମ ପାଇଁ ସବୁକିଛି ବାଜିରେ ଲାଗିଛି । ଏହା ଆମ ପାଇଁ 'ଏବେ ନୁହେଁ ତ କେବେ ନୁହେଁ' (କର ବା ମର) ଭଳି ସ୍ଥିତି । ତେବେ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ କଥା କହିବାକୁ ଗଲେ, ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୧୪ ରନ୍ କରିଥିଲା । ବିସ୍ପୋରକ ବୈଭବ ସୂର୍ଯ୍ୟବଂଶୀ ୯୬ ରନ୍ କରିଥିଲେ । ୨୧୫ରନ୍ ଟାର୍ଗେଟ୍ ପିଛା କରି ଗୁଜରାଟ ୭ ୱିକେଟରେ ରାଜସ୍ଥାନକୁ ହରାଇଛି । ଅଧିନାୟକ ଶୁଭମନ ଗିଲ ଶତକ ହାସଲ କରିିଥିଲେ । ଆସନ୍ତାକାଲି ଆରସିବି ବନାମ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ଟ୍ରମ୍ପ ଟକ୍କର ।

ଏହା ବି ପଢନ୍ତୁ...ଗିଲଙ୍କ ଦମଦାର ଶତକ: ରାଜସ୍ଥାନକୁ ହରାଇ ଫାଇନାଲରେ ପ୍ରବେଶ କଲା ଗୁଜରାଟ