ନୂଆଦିଲ୍ଲୀ,୧୪/୦୨; ଭାରତର ତାରକା କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ କ୍ରିକେଟ୍ ପଡ଼ିଆରେ ଅନେକ ଚମତ୍କାର ଇନିଂସ ଖେଳିଛନ୍ତି । ଏବେ ତାଙ୍କର ସାଧାରଣ ଜୀବନକୁ ଫେରିଛନ୍ତି । ତାଙ୍କର ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଛନ୍ତି । ସୂର୍ଯ୍ୟବଂଶୀ ୧୪ ବର୍ଷ ବୟସରେ କ୍ରିକେଟ୍ ପଡ଼ିଆରେ ନିଜର ଛାପ ଛାଡ଼ି ସାରିଛନ୍ତି । କିନ୍ତୁ ଏବେ ତାଙ୍କୁ ତାଙ୍କ ପାଠପଢ଼ାରେ ମଧ୍ୟ ଉତ୍କର୍ଷତା ହାସଲ କରିବାକୁ ପଡିବ । ସେ ଆସନ୍ତା ୧୭ ତାରିଖରୁ ଦଶମ ବୋର୍ଡ ପରୀକ୍ଷା ଦେବେ । ସମସ୍ତିପୁରରେ ତାଙ୍କର ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ପ୍ରସ୍ତୁତ ଏବଂ ତାଙ୍କୁ ଆଡମିଟ୍ କାର୍ଡ ମଧ୍ୟ ମିଳିସାରିଛି । ସଦ୍ୟ ସମାପ୍ତ ୧୯ ବର୍ଷରୁ କମ୍ ବିଶ୍ୱକରେ ବୈଭବଙ୍କ ଦମଦାର ଇନିଂସ ଦେଖିବାକୁ ମିଳିଥିଲା । ଫାଇନାଲରେ ୧୭୫ ରନ୍ର ବିସ୍ଫୋରକ ପାଳି ଖେଳିଥିଲେ ।
ସୂର୍ଯ୍ୟବଂଶୀ ସମ୍ପ୍ରତି ୨୦୨୬ ମସିହାର ୧୯ ବର୍ଷରୁ କମ୍ ବିଶ୍ୱକପରେ ତାଙ୍କ ବ୍ୟାଟରେ ଚମକ ଦେଖାଇଥିଲେ । ସେ ଫାଇନାଲରେ ୧୭୫ ରନ କରି ଟିମ୍ ଇଣ୍ଡିଆକୁ ଷଷ୍ଠ ଥର ପାଇଁ ଟାଇଟଲ ଜିତିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଭାରତକୁ ବିଜୟୀ କରାଇବା ପରେ, ସୂର୍ଯ୍ୟବଂଶୀ ଏବେ ସମସ୍ତିପୁରରେ ତାଙ୍କର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ । ସ୍କୁଲ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରିଛି । ତଥାପି, ସ୍କୁଲ ପ୍ରିନ୍ସିପାଲ କହିଛନ୍ତି ଯେ, ବୈଭବଙ୍କୁ କୌଣସି ବିଶେଷ ସୁବିଧା ମିଳିବ ନାହିଁ । ଗଣମାଧ୍ୟମ ସହି ଆଲୋଚନା କରି ସମସ୍ତିପୁରର ପୋଦାର ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରିନ୍ସିପାଲ କହିଛନ୍ତି, "ବୈଭବ ସୂର୍ଯ୍ୟବଂଶୀ ଆମ ସ୍କୁଲରେ ତାଙ୍କର ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଯାଉଛନ୍ତି । ତାଙ୍କର ଆଗମନ ଶିକ୍ଷକ, ଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ ଆଣିଛି । ଆମେ ତାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛୁ, କିନ୍ତୁ ଆମେ ତାଙ୍କୁ ଜଣେ ଛାତ୍ର ଭାବରେ ବିଚାରକୁ ନେବୁ । ଏହା ଶିକ୍ଷା କ୍ଷେତ୍ର, କ୍ରିକେଟ କ୍ଷେତ୍ର ନୁହେଁ । ପରୀକ୍ଷା ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେଉଛି । ଆମେ ନିଶ୍ଚିତ କରିବୁ ଯେ ପରୀକ୍ଷା ଦେବାରେ କେହି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ । ସମସ୍ତଙ୍କ ପାଇଁ ସୁବିଧା ଏବଂ ସୁରକ୍ଷା ସମାନ ହେବ। "
Vaibhav Suryavanshi will give his 10th Board exam from 17th February.
— Mufaddal Vohra (@mufaddal_vohra) February 13, 2026
- U19 World Cup winner and IPL centurion before appearing for boards. 😄 pic.twitter.com/BlsOMSCD5a
ଏହା ବି ପଢନ୍ତୁ...ବୈଭବ ବିସ୍ଫୋରଣ,୧୫ ଛକା, ୧୫ ଚୌକା ସହ ବ୍ରିଟିଶ୍ ବାହିନୀକୁ ଘାଇଲା କଲେ ସୂର୍ଯ୍ୟବଂଶୀ
୧୯ ବର୍ଷରୁ କମ୍ ବିଶ୍ୱକପରେ ବୈଭବଙ୍କ ପ୍ରଦର୍ଶନ- ୨୦୨୬ ମସିହାର ୧୯ ବର୍ଷରୁ କମ୍ ବିଶ୍ୱକପରେ ବୈଭବ ସୂର୍ଯ୍ୟବଂଶୀଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଥିଲା । ସେ ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୮୦ ବଲରୁ ୧୭୫ ରନ୍ କରିଥିଲେ, ଯେଉଁଥିରେ ୧୫ ଚୌକା ଏବଂ ୧୫ ଛକା ସାମିଲ ଥିଲା । ଏହି ବିଶ୍ୱକପରେ ସେ ମୋଟ ୭ଟି ମ୍ୟାଚ୍ ଖେଳି ୬୨.୭୧ ହାରରେ ଏବଂ ୧୬୯.୪୯ ଷ୍ଟ୍ରାଇକ୍ ରେଟ୍ ସହିତ ୪୩୯ ରନ୍ କରିଥିଲେ । ବୈଭବ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ଥିଲେ ଏବଂ ତାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରାଯାଇଥିଲା ।