ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବେଲିଭ୍ୟୁ ଛକରେ ଶୋଭାପାଇବ ସ୍ୱର୍ଗତଃ ବାଜପେୟୀଙ୍କ ପ୍ରତିମୂର୍ତ୍ତି, ତିଆରି ଚାଲିଛି ପୂର୍ଣ୍ଣାବୟବ ବ୍ରୋଞ୍ଜ୍‌ ମୂର୍ତ୍ତି

Published By : Rasmita Pradhan | December 4, 2024 12:14 PM

କଟକ, ୦୪/୧୨ : ସହରରେ ପ୍ରଥମ ଥର ପାଇଁ ଶୋଭାପାଇବ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କଟକରେ ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ଦ୍ୱାରା ଏହାକୁ ତିଆରି କରାଯାଉଛି । ପାଖାପାଖି ୧୧ କିଲୋ ବ୍ରୋଞ୍ଜ୍‌ ଦ୍ୱାରା ସୁନ୍ଦର କାରିଗରୀ ସହ ୧୦ ଫୁଟ୍‌ର ଏହି ପ୍ରତିମୂର୍ତ୍ତି ନିର୍ମାଣ ହେବ । ଯାହାକୁ ଆସନ୍ତା ୨୫ ତାରିଖ ଦିନ ଜନ୍ମ ଜୟନ୍ତୀ ଉପଲକ୍ଷେ ବେଲିଭ୍ୟୁ ଛକରେ ଲୋକାର୍ପଣ କରିବାକୁ ଯୋଜନା କରାଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସହରରେ ୧୫ରୁ ଅଧିକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଏଥିରେ କଟକ ଓ ସମ୍ବଲପୁରରେ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଶୋଭା ପାଇବ ବୋଲି ନିଷ୍ପତ୍ତି ହୋଇଛି । 

ବେଲିଭ୍ୟୁ ଛକରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଶିଳ୍ପୀ ସଞ୍ଜିବ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ କାରଖାନାରେ କରାଯାଉଛି । ପାଖାପାଖି ୧୧ କିଲୋ ବ୍ରୋଞ୍ଜ୍‌କୁ ବ୍ୟବହାର କରି ୧୦ ଫୁଟ୍‌ର ସ୍ୱତନ୍ତ୍ର ପ୍ରତିମୂର୍ତ୍ତି ହେବ । କାରଖାନାରେ ପୁଅ ଶ୍ରୀକାନ୍ତ ରଣାଙ୍କ ସମେତ ସମୁଦାୟ ୨୨ ଜଣ କାରିଗର ଏହି କାମରେ ନିୟୋଜିତ ଅଛନ୍ତି । ଯାହା ଆସନ୍ତା ୨୫ ତାରିଖ ପୂର୍ବରୁ ଶେଷ କରାଯିବ । ତେବେ ଭାସ୍କର୍ଯ୍ୟ ଶିଳ୍ପୀ ଲକ୍ଷ୍ମୀଧର ରଣା ନିଜ କାରିଗରୀ ମାଧ୍ୟମରେ ଅନେକ ଚମକ ସୃଷ୍ଟି କରିଛନ୍ତି । ନିଜ କାରିଗରୀରେ ବାଲିଯାତ୍ରାର ମୁଖ୍ୟ ତୋରଣ ହେଉ କି ଜୁଡିସିଆଲ୍‌ ଏକାଡେମୀ ନିକଟରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଅତ୍ୟନ୍ତ ଆକର୍ଷଣୀୟ ରହିଛି । ରାଜ୍ୟର ଅନେକ ସ୍ଥାନରେ ସେ କାମ କରିବ ଲୋକପ୍ରିୟତା ସାଉଣ୍ଟିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ଦ୍ୱାରା କେବଳ କଟକ ନୁହେଁ ବରଂ ସମ୍ବଲପୁର ପାଇଁ ମଧ୍ୟ ସେ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.