ଭୁବନେଶ୍ବର, ୧୪/୨ : ପ୍ରେମୀ ଯୁଗଳଙ୍କ ପାଇଁ ଦିନଟିଏ । ଭାଲେଣ୍ଟାଇନ୍ ଡେ’ ସବୁ ପ୍ରେମୀଯୁଗଳଙ୍କ ପାଇଁ ଅଭୁଲା ହୋଇଥାଏ ଏହିଦିନ । ନିଜର ମନର ମଣିଷକୁ ଏହିଦିନ ଖୋଲି କହିଥାନ୍ତି ହୃଦୟ କଥା । ଏହିଦିନ ଅନେକ ପ୍ରେମୀ ମନରେ ରଖିଥିବା କଥାକୁ ପରିପ୍ରକାଶ କରିଥାନ୍ତି । ଭଲ ପାଉଥିବା କଥା ପୂର୍ବରୁ ଲୁଚାଇ ରଖିଥିଲେ ସୁଦ୍ଧା ଆଜିର ଦିନରେ ପ୍ରକାଶ କରିଥାନ୍ତି । କେହି ଏହାକୁ ଗ୍ରହଣ କରନ୍ତି ତ ଆଉ କେହି କେହି ଏହାକୁ ପ୍ରତ୍ୟାଖ୍ୟାନ କରନ୍ତି । କାହାକୁ ଭଲ ପାଇବା ନପାଇବା ଏହା ବ୍ୟକ୍ତିଗତ କଥା । କିନ୍ତୁ କିଛି ସମୟରେ ଯଦି କାହାକୁ ପ୍ରଯୋଜ କରନ୍ତି ଆଉ ଏହାକୁ ଯଦି ପ୍ରତ୍ୟାଖାନ କରାଯାଏ ତାହେଲେ ଆଜିକାଲିର ଯୁବପୀଢ଼ୀମାନେ ଭୁଲ୍ ନିଷ୍ପତ୍ତି ଗ୍ରହଣ କରିଥାନ୍ତି । ତେବେ ପ୍ରଥମେ ନିଜ ବାପା-ମାଆଙ୍କ କଥା ଟିକେ ଭାବନ୍ତୁ । ଏଭଳି କିଛି ଭୁଲ୍ ନିଷ୍ପତ୍ତି ନିଅନ୍ତୁ ନାହିଁ । ତେବେ ଆସନ୍ତୁ ଆମର ଏହି ଲେଖାରେ ଜାଣିବା ଯଦି କେହି ଆପଣଙ୍କୁ ପ୍ରତ୍ୟାଖାନ କରନ୍ତି ତାହେଲେ କରିବେ କଣ ?
ଭାବନାକୁ ଦମନ କରନ୍ତୁ ?
ଯଦି କେହି ଆପଣଙ୍କୁ ପ୍ରତ୍ୟାଖାନ୍ କରନ୍ତି ତାହେଲେ ଦୁଃଖ ଲାଗିବା ସ୍ବାଭାବିକ୍ । ସହଜରେ ମନରୁ ଏକଥା ଯାଏନାହିଁ । ଯାହାସହ ଏହା ବିତେ ସେ ହିଁ ଜାଣିପାରନ୍ତି । ଏଣୁ ସବୁବେଳେ ନିଜର ପ୍ରିୟ ବନ୍ଧୁଙ୍କ ସହ କଥା ହୁଅନ୍ତୁ । ସେହି କଥାକୁ ମନରୁ କାଢ଼ିବା ପାଇଁ ଲେଖା ପଢ଼ା କିମ୍ବା ଅଲଗା କାମରେ ମନ ଦିଅନ୍ତୁ ।
ନିଜକୁ ଦୋଷ ଦେବା ବନ୍ଦ କରନ୍ତୁ
କିଏ ପସନ୍ଦ କରିବ ନ କରିବ ତାହା ବ୍ୟକ୍ତିଗତ କଥା । ଏଣୁ ମନରେ ଭାବିବେ କି, ମୋ ପାଖରେ କଣ ତ୍ରୁଟି ରହିଲା ? ସବୁବେଳେ ଏହା ଭାବନ୍ତୁ । ଆତ୍ମବିଶ୍ବାସ ବଢ଼ାଇ ଆଗକୁ ବଢ଼ନ୍ତୁ ।
ନିଜର ଧ୍ୟାନ ନିଅନ୍ତୁ
ଆଜିକାଲି ପ୍ରେମକୁ ପ୍ରତ୍ୟାଖାନ କଲେ ଯୁବପୀଢ଼ୀମାନେ ନିଶାକୁ ଆପଣାଇଥାନ୍ତି । ଯାହାଦ୍ବାରା ନିଜ ଶରୀରର ଅନେକ କ୍ଷତି ହୋଇଥାଏ । ଅଯଥାରେ ନିଜକୁ ଦଣ୍ଡ ଦେବା ବଦଳରେ ଭଲ ଖାଦ୍ୟ ଖାଆନ୍ତୁ, ସାଙ୍ଗ ସାଥୀଙ୍କୁ ସହ ବୁଲିବାକୁ ବାହାରକୁ ଯାଆନ୍ତୁ । ବ୍ୟାୟାମ, ଗୀତ ଶୁଣିବା କିମ୍ବା ଅନ୍ୟା କୌଣସି କାମରେ ନିଜକୁ ନିୟୋଜିତ କରନ୍ତୁ । ଯାହାଦ୍ବାରା ଆପଣଙ୍କ ମନରୁ ଏହା ଧିରେ ଧିରେ ଲିଭିଯିବ । ଚେଷ୍ଟା କରିବେ ନିଜକୁ ଅଧିକ ପ୍ରତିଷ୍ଠିତ କରିବା ପାଇଁ । ଯାହାଦ୍ବାରା ଆପଣଙ୍କୁ ପ୍ରତ୍ୟାଖାନ କରିଥିବା ଲୋକ ଯେପରି ପସ୍ତାଇବାକୁ ବାଧ୍ୟ ହେବ । ନିଜକୁ ଜଳେଇବା ଅପେକ୍ଷା ତାଙ୍କୁ ଯେପରି ଜୀବନସାରା ଆପଣଙ୍କୁ କାହିଁକି ପ୍ରତ୍ୟାଖାନ କଲେ ଏହା ଭାବିବାକୁ ଦିଅନ୍ତୁ ।
ଏହାସହ ପଢ଼ନ୍ତୁ : ଭାରତ- ପାକିସ୍ତାନ ମ୍ୟାଚରେ ଆଦାୟ ହେବ କେତେ କୋଟି ଟଙ୍କା ? ଗୋଟିଏ କ୍ଲିକରେ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ