ନୂଆଦିଲ୍ଲୀ,୨୫।୭ : ଗୁଜରାଟରେ ପ୍ରବଳ ବର୍ଷା ଓ ବନ୍ୟା ଲୋକଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ଅସ୍ତ-ବ୍ୟସ୍ତ କରିଦେଇଛି। ଇଣ୍ଟରନେଟରେ ଗୁଜରାଟରୁ ବହୁ ଭିଡିଓ ସାମାନକୁ ଆସିଛି। ଏହା ଭିତରେ ବନ୍ଦେ ଭାରତ ଅହମ୍ମଦାବାଦ ଷ୍ଟେସନ୍ ପୂର୍ବରୁ ରହିବାର ଏକ ଭିଡିଓ ଖୁବ୍ ଚର୍ଚ୍ଚାରେ ରହିଛି। ଏଥିରେ ଜଣେ ମହିଳା ଷ୍ଟେସନ୍ ପୂର୍ବରୁ ହିଁ ବନ୍ଦେ ଭାରତ ଏକ୍ସପ୍ରେସ୍ ରହିଯାଇଥିବାର କଥା କହିଛନ୍ତି। ମହିଳା ଜଣକ ସୂଚନା ଦେଇଛନ୍ତି ଯେ, ଆଗରେ ବହୁତ ପାଣି ରହିଛି, ଏହି କାରଣରୁ ଟ୍ରେନ୍କୁ ତା ପୂର୍ବରୁ ରୋକି ଦିଆଯାଇଛି।
ଭିଡିଓକୁ ଇନଷ୍ଟାଗ୍ରାମ ଜରିଆରେ ଲୋକଙ୍କ ନିକଟରେ ପହଁଞ୍ଚାଇଥିବା ନିକିତା ‘ବନ୍ଦେ ଭାରତ’କୁ ଦେଖାଇ କହୁଛନ୍ତି, ଏବେ ଏହି ଟ୍ରେନ୍ ଫେରିଯାଉଛି, ପାସେଞ୍ଜରଙ୍କୁ ମଝି ରାସ୍ତାରେ ହିଁ ଓହ୍ଲାଇ ଦେଉଛି। କିଛି କ୍ୟାବ୍ ଆମେ ଡାକିଛୁ। ସବୁ ଲୋକ ଏଠାରେ ଓହ୍ଲାଉଛନ୍ତି, ଏହି ସ୍ଥାନ ହେଉଛି ଭିରୋଚନ ନଗର। ତାହା ଅହମ୍ମଦାବାଦଠାରୁ ୪୦ କିଲୋମିଟର ପୂର୍ବରୁ ରହିଛି।
ମଝି ରାସ୍ତାରେ ଅଟକି ଥିବା ବନ୍ଦେ ଭାରତରୁ ଲୋକଙ୍କୁ ଓହ୍ଲାଉଥିବାର ଦେଖିବାକୁ ମିଳିଛି। ନିକିତା କହିଛନ୍ତି ଏବେ କୌଣସି ବି ଟ୍ରେନ୍ ଏହାଠାରୁ ଆଗକୁ ଯିବେନି। ଭିଡିଓରେ ବହୁ ଲୋକ ନିଜର ଜିନିଷ ନେଇ ରେଲଓ୍ବେ ଟ୍ରାକ୍ କ୍ରସ କରି ସଡକରେ ଯାଉଥିବାର ଦେଖିବାକୁ ମିଳିଛନ୍ତି। ୧୯ ଘଣ୍ଟା ପୂର୍ବରୁ ପୋଷ୍ଟ ହୋଇଥିବା ଭିଡିଓ ୨୪ ଜୁଲାଇର। ସେତେବେଳେ ନିକିତା ରାଜକୋଟରୁ ଅହମ୍ମଦାବାଦ ଯାଉଥିଲେ।
ନିକିତା ସୁମନ ପଟିଦାର ଇନଷ୍ଟାଗ୍ରାମ୍ରେ ଏହି ଭିଡିଓକୁ ପୋଷ୍ଟ କରି କ୍ୟାପସନ୍ ଦେଇଛନ୍ତି। ଟ୍ରେନ୍ ଆଗକୁ ବଢିବନି, ସବୁ ଟ୍ରେନ୍ ଫେରୁଛି। ପ୍ରବଳ ବର୍ଷା କାରଣରୁ ଟ୍ରାକ୍ ୨୦୦ ଏମ୍ଏମରୁ ଅଧିକ ପାଣି ଭରି ଯାଇଛି। ତେବେ ଟ୍ରେନ୍ କେବଳ ୧୦୦ ଏମଏମ୍ ପର୍ଯ୍ୟନ୍ତ ଜଳସ୍ତରରେ ଚାଲିପାରିବ। ମହିଳାଙ୍କ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୪ ଲକ୍ଷ ଲୋକ ଦେଖିସାରାଛନ୍ତି। ସେଭଳି ୬୭ ହଜାର ୟୁଜର୍ସ ଏହାକୁ ଲାଇକ୍ କରିଥିବା ବେଳେ ୫୦୦ ଜକମେଣ୍ଟ ବି ଦେଇଛନ୍ତି।
ଆହୁରି ପଢନ୍ତୁ : Keylong rockfall accident : ଟାଟା ସୁମୋ ଉପରେ ଖସିଲା ପାହାଡ଼ ; ୬ ମାସର ଶିଶୁ ସହ ୧୩ ମୃତ, ଜଳିଗଲା ଗାଡ଼ି