ଶିମଲା : ହିମାଚଳ ପ୍ରଦେଶର ଲାହୌଲ ସ୍ପିତିର ପାଙ୍ଗୀ-ଉଦୟପୁର ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଚଳନ୍ତା ଟାଟା ସୁମୋ ଗାଡ଼ି ଉପରେ ପାହାଡ଼ ଭୁଶୁଡ଼ି ପଡ଼ିବାରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଲାହୌଲ ସ୍ପିତି ପୁଲିସ ଏହି ଦୁର୍ଘଟଣା ନେଇ ସ୍ପଷ୍ଟ କରିଛି। ଏହାପରେ ଲାହୌଲ ସ୍ପିତି ପୁଲିସ ଟିମ୍ ଘଟଣା ସ୍ଥଳକୁ ଯାଇଛନ୍ତି। ଭରମୋର-ପାଙ୍ଗୀର ବିଧାୟକ ଜନକ ରାଜଙ୍କ ଅନୁସାରେ , ଉଦୟପୁର ରାସ୍ତାରେ ଘଟି ଥିବା ଦୁର୍ଘଟଣାରେ ଗାଡ଼ିରେ ଯାତ୍ରା କରୁଥିବା ୧୫ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟି ଥିବା ସୂଚନା ମିଳିଛି। ଏଥିରେ ମୃତକଙ୍କ ମଧ୍ୟରେ ଜଣେ ୬ ମାସର ଶିଶୁ ମଧ୍ୟ ସାମିଲ ଅଛି। ଅନ୍ୟ ଦୁଇଜଣ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଲାହୌଲ ଘାଟିରୁ ପ୍ରାୟ ୬୦-୭୦ କିଲୋମିଟର ଦୂର କୁଡ଼ୁନାଲା ନିକଟରେ ଏହି ଘଟଣା ଘଟିଛି। ଏଠାରେ ଚଳନ୍ତା ଟାଟା ସୁମୋ ଉପରେ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡ ଖସି ପଡ଼ି ଥିଲା। ଟାଟା ସୁମୋ ଟ୍ୟାକ୍ସିରେ ମୋଟ ୧୫ ଜଣ ଯାତ୍ରୀ ଥିଲେ। ଭଙ୍ଗା ପଥର ଖଣ୍ଡ ମଧ୍ୟରୁ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଦୁର୍ଘଟଣା ପରେ ଗାଡ଼ିର ପଛ ଭାଗରେ ନିଆଁ ମଧ୍ୟ ଲାଗି ଯାଇ ଥିଲା, ଯାହାର ଭିଡିଓ ସାମ୍ନାକୁ ଆସିଛି।

ମୃତକଙ୍କ ସରକାରୀ ଭାବେ ପରିଚୟ ସ୍ପଷ୍ଟ ହୋଇ ନାହିଁ। ହେଲେ କୁହାଯାଉଛି, ସମସ୍ତ ମୃତକ ପାଙ୍ଗୀ ଘାଟି ବାସିନ୍ଦା। ଭରମୋର ବିଧାୟକ ଜନକ ରାଜ କହିଛନ୍ତି ଯେ, ଆମେ ଚମ୍ବା ଏବଂ ଲାହୌଲ ସ୍ପିତି ଜିଲ୍ଲାପାଳଙ୍କୁ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛୁ ଏବଂ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପ୍ରସ୍ଥାନ କରିଛନ୍ତି।

ଲାହୌଲ ସ୍ପିତିର ଡିଏସପି ରଶ୍ମି ଶର୍ମା ନ୍ୟୁଜ୍-୧୮କୁ ଫୋନରେ କହିଛନ୍ତି ଯେ, ବର୍ତ୍ତମାନ କେବଳ ଦୁର୍ଘଟଣାର ସୂଚନା ମିଳିଛି ଏବଂ ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି। ଅନ୍ୟପଟେ ଘଟଣାର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖି ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଅନୁମାନ କରାଯାଇ ପାରେ। ଭିଡିଓରେ ଟାଟା ସୁମୋର ପଛ ଭାଗରେ ନିଆଁ ଲାଗିଥିବା ଦେଖାଯାଉଛି ଏବଂ କିଛି ଲୋକ ନିଆଁ ଲିଭାଉ ଥିବାର ନଜର ଆସୁଛନ୍ତି। ସେଥିରେ ସେନାର ଯବାନ ମଧ୍ୟ ଅଛନ୍ତି, ଯିଏ ଶ୍ରମିକ ମଗାଇବା ଓ ପାଣି ବିଷୟରେ କଥା ହେଉଛନ୍ତି। ଭିଡିଓରେ ରକ୍ତ ମଧ୍ୟ ଦେଖାଯାଉଛି। ଦୁର୍ଘଟଣାରେ ଟାଟା ସୁମୋ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗୁରୁଜି ଯାଇଛି।

ଆହୁରି ମଧ୍ୟ ପଢନ୍ତୁ - Paper Leak: ପେପର ଲିକ୍ ମାଫିଆଙ୍କ ନିଦ ହଜାଇବେ କେନ୍ଦ୍ର ସରକାର, ୧୦ ବର୍ଷ ଜେଲ୍ ସହ ୧୦ କୋଟିର ଜରିମାନା !