ନୂଆଦିଲ୍ଲୀ,୦୮/୧୨; 'ବନ୍ଦେ ମାତରମ୍' ଗୀତ ମଧୁର । ତାର ଭାବନା ମହାନ । ତାହା ଏକ ମନ୍ତ୍ର, ସ୍ଲୋଗାନ୍ ଯାହା ପ୍ରେରଣା ଶକ୍ତି ଦେଇଛି । ଆମେ ଏଠାରେ ବସିଛୁ ତାହା ବନ୍ଦେ ମାତରମ୍ର ପରିଣାମ । ବନ୍ଦେ ମାତରମ୍ ଇଂରେଜୀଙ୍କୁ ଚ୍ୟାଲେଞ୍ଜ ଦେଇଥିଲା । ଏହା ତାଙ୍କୁ ଏକ ଶକ୍ତ ଚାପୁଡା । ଇଂରେଜଙ୍କୁ ଦୋହଲାଇ ଦେଇଥିଲା ଭାରତୀୟଙ୍କ ସଂକଳ୍ପ 'ବନ୍ଦେ ମାତରମ୍' । ଏମର୍ଜେନ୍ସି ବେଳେ ବନ୍ଦେ ମାତରମକୁ ଶହେ ବର୍ଷ ହୋଇଥିଲା ସେହି ସମୟରେ ଗଣତନ୍ତ୍ର ବିପଦରେ ଥିଲା କହିଲେ ମୋଦି ୧୮୭୫ରୁ ଆରମ୍ଭ, ଆଜି ଏହା ୧୫୦ ବର୍ଷ ପୂରଣ କରିଛି । ଆମେ ଏ ଐତିହାସିକ ମୁହୂର୍ତ୍ତର ସାକ୍ଷୀ, ଏଥିପାଇଁ ଗର୍ବିତ । ଲୋକସଭାରେ ଆଜି ଜାତୀୟ ସଂଙ୍ଗୀତ 'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି ନେଇ ବିତର୍କ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଭାଷଣ ରଖି ଏହା କହିଛନ୍ତି। ବନ୍ଦେ ମାତରମ୍ ଓ ତାର ଅବଦାନ ବିଷୟରେ ଗୃହରେ ଆଲୋକପାତ କରିଛନ୍ତି ।

​​​​​​​ବନ୍ଦେ ମାତରମ୍' ମହାବିତର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ମନ୍ତ୍ର, ଜୟଘୋଷ ସ୍ୱାଧୀନତା ସଂଗ୍ରାମକୁ ମାର୍ଗ,  ଶକ୍ତି, ପ୍ରେରଣା ଏବଂ ତ୍ୟାଗ ଏବଂ ତପସ୍ୟା ପାଇଁ ପଥ ଦେଖାଇଥିଲା । ଏହା ଗର୍ବର ବିଷୟ ଯେ ଆମେ "ବନ୍ଦେ ମାତରମ୍"ର ୧୫୦ ବର୍ଷର ସାକ୍ଷୀ ହେଉଛୁ । ଏହା ଏକ ଐତିହାସିକ ମୁହୂର୍ତ୍ତ । ଏହା ଏପରି ଏକ ସମୟ ଯେତେବେଳେ ଅନେକ ଐତିହାସିକ ଘଟଣା ମାଇଲଖୁଣ୍ଟ ହୋଇଥିଲା । "ବନ୍ଦେ ମାତରମ୍" କେବଳ ରାଜନୈତିକ ସ୍ୱାଧୀନତା ସଂଗ୍ରାମ ପାଇଁ ଏକ ମନ୍ତ୍ର ନଥିଲା। ଏହା ଆମ ସ୍ୱାଧୀନତା ପର୍ଯ୍ୟନ୍ତ ସୀମିତ ନଥିଲା; ଏହା ତା'ଠାରୁ ବହୁତ ଅଧିକ ଥିଲା । ସ୍ୱାଧୀନତା ଆନ୍ଦୋଳନ ଆମର ମାତୃଭୂମିକୁ ଦାସତ୍ୱର କବଳରୁ ମୁକ୍ତ କରିବା ପାଇଁ ଏକ ଯୁଦ୍ଧ ଥିଲା । ଆମର ବେଦ ସମୟରେ କୁହାଯାଇଥିଲା, ଏହି ଭୂମି ମୋର ମାତା ଏବଂ ମୁଁ ଏହି ମାଟିର ପୁତ୍ର । ଶ୍ରୀରାମ ଲଙ୍କା ଛାଡିବା ସମୟରେ ଏହି ସମାନ ଧାରଣା ଦେଇଥିଲେ, 'ଜନନୀ ଜନ୍ମଭୂମି ସ୍ୱର୍ଗ ଦପି ଗରିୟସୀ '। "ବନ୍ଦେ ମାତରମ୍" ଆମର ମହାନ ସାଂସ୍କୃତିକ ପରମ୍ପରାର ଏକ ଆଧୁନିକ ଅବତାର। "