ଖପ୍ରାଖୋଲ,୪।୬ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପରିସର ପଡ଼ିଆରେ ବିକଶିତ କୃଷି ସଂକଳ୍ପ ଅଭିଯାନ ରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ଏହି ଅବସରରେ ବ୍ଲକ କୃଷି ଅଧିକାରୀ ସନ୍ତୋଷ ମେହେର ଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ଏଥିରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବାବୁଲି ଚରଣ ସେଠୀ , ବଲାଙ୍ଗୀର ମୁଖ୍ୟ ଗବେଷକ କୃଷି ବିଜ୍ଞାନ କେନ୍ଦ୍ର ସତ୍ୟମୟ ଶତପଥୀ, କଟକ ବରିଷ୍ଠ ବୈଜ୍ଞାନିକ, ରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ର ଡା .ଏନ ଏନ ଜାମବେଳକର, ପାଟଣାଗଡ ଉପ ଉଦ୍ୟାନ କୃଷି ଅଧିକାରୀ ପ୍ରମୋଦ କୁମାର ସେଠୀ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସିଂଦେଓ ବିଜ୍ଞାନ ଯୁଗରେ ଆଧୁନିକ କରଣ ଭାବରେ ଚାଷ କରିବା ପାଇଁ ଉଦବୋଧନ ଦେଇଥିଲେ ।
ବ୍ଲକ ଅଞ୍ଚଳର କାଦୋପାନି, କୁସୁମକାନି, ଭେଲୁଆଖୋଲ, ଘୁଚାପାଲି , ଫୁଲଝର, ଭରୁଆମୁଣ୍ଡା ଗ୍ରାମ ର ନୂତନ ଭାବେ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ପାଟଣାଗଡ ଏସ ଡି ପି ଓ ସଦାନନ୍ଦ ପୁଝାରୀ, ବି ଡି ଓ ବିବେକାନନ୍ଦ ଷଡଙ୍ଗୀ, ଏ ଏ ଇ ଶ୍ୟାମ କୁମ୍ଭାର, ଜେ ଇ ଚିନ୍ମୟ ପ୍ରଧାନ ଓ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।