ମୁମ୍ବାଇ, ୬/୩ : ନିଜର ପ୍ରିୟ କଳାକାରଙ୍କୁ ପାଖରେ ପାଇଲେ ସେଲ୍ଫି ନେବାକୁ ସମସ୍ତ ଫ୍ୟାନ୍ସମାନେ ଇଛା ପ୍ରକାଶ କରନ୍ତି । ଆଉ ଏବେ କିଛି ଫ୍ୟାନ୍ସ ଏଭଳି ବିରକ୍ତ କରାଉଛନ୍ତି କି ଷ୍ଟାରମାନେ ମଧ୍ୟ ବିରକ୍ତିଭାବ ପ୍ରକାଶ କରୁଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ହେଉଛନ୍ତି ଟ୍ରୋଲ୍ । ଗୁରୁବାର ଭାରତ-ଇଂଲଣ୍ଡ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଟି-୨୦ ବିଶ୍ବକପର ସେମିଫାଇନାଲ ମୁକାବିଲା ଖେଳାଯାଉଥିଲା । ଏହି ମ୍ୟାଚ ଦେଖିବାକୁ ବଲିଉଡ କଳାକାରମାନେ ଯାଇଥିଲେ । ଅଭିନେତା ବରୁଣ ଧାଓ୍ବନ ମଧ୍ୟ ମ୍ୟାଚ ସମୟରେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା । ତେବେ ସେ ମ୍ୟାଚ ଦେଖି ଫେରିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଯେତେବେଳେ ସେ ଷ୍ଟାଡିୟମ ବାହାରକୁ ଫେରୁଥିଲେ ଫ୍ୟାନ୍ସମାନେ ତାଙ୍କ ସହ ଫଟୋ ଉଠାଉଥିଲେ । ଆଉ ଫ୍ୟାନ୍ସମାନେ ସେଲ୍ଫି ନେଉଥିଲେ । ତେବେ ଜଣେ ଫ୍ୟାନ୍ସ ସେଲଫି ନେଉଥିବାବେଳେ ହଠାତ ରାଗି ଯାଇଥିଲେ । ଆଉ ତାଙ୍କ ହାତରୁ ମୋବାଇଲ ଛଡ଼ାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ଆଉ ଏହି ସମୟରେ ସେ ଯେଭଳି ବିରକ୍ତିଭାବ ପ୍ରକାଶ କରିଥିଲେ ଏହାକୁ ମଧ୍ୟ କିଛି ଫ୍ୟାନ୍ସ ମୋବାଇଲରେ କଏଦ କରିଛନ୍ତି । ଆଉ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ୟୁଜର୍ସମାନେ ବରୁଣ ଧାଓ୍ବନଙ୍କୁ ନିନ୍ଦା କରୁଥିବା ଦେଖିବାକୁ ମିଳିଛି । ଜଣେ ୟୁଜର୍ସ ଲେଖିଛନ୍ତି କି, ବରୁଣ ଏବେ ଅହଂକାରୀ ହୋଇଗଲେଣି । ଯେଉଁ କାରଣରୁ ସେ ଏଭଳି ହେଉଛନ୍ତି । ଏହାସହ ତାଙ୍କୁ ସୋସିଆଲ ମିଡିବରେ ମଧ୍ୟ ଟ୍ରୋଲ କରାଯାଉଛି ।
Bollywood In Wankhede #INDvsENG #VarunDhawan #AnilKapoor pic.twitter.com/4qY0nXhEug
— Bheemendra Pratap (@BheemendraP) March 5, 2026
ସେପଟେ ଆମେ ଯଦି ବରୁଣ ଧାଓ୍ବନଙ୍କ ସମ୍ପର୍କରେ କହିବା ତାହେଲେ ନିକଟରେ ରିଲିଜ୍ ହୋଇଥିବା ‘ବର୍ଡର-୨’ ଫିଲ୍ମରେ ସେ ନଜର ଆସିଥିଲେ । ଏହି ଫିଲ୍ମଟି ୪୫୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି । ବକ୍ସ ଅଫିସରେ ଏହା କମାଲ କରିଥିବାବେଳେ ଆସନ୍ତୁ ଜୁନ୍ ୪ ତାରିଖରେ ଆଉ ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ବରୁଣ ଧାଓ୍ବନଙ୍କ ଅଭିନୀତ ଫିଲ୍ମ ‘ହେ ଜଓ୍ବାନୀ ଇସ୍କ ହୋନା ହେ’ । ତେବେ ଏହି ସମୟରେ ୟଶଙ୍କ ଟକ୍ସିସ ରିଲିଜ୍ ହେବାକୁ ରହିଛି । ଏଣୁ ବରୁଣଙ୍କ ଫିଲ୍ମ କେତେ ରୋଜଗାର କରିବ ଏହା ଉପରେ ରହିଛି ସମସ୍ତଙ୍କ ନଜର ।
ଏହାସହ ପଢ଼ନ୍ତୁ: କ୍ରିକେଟ ଇତିହାସରେ ପ୍ରଥମଥର ହେବ ଏମିତି, ଭାରତ-ନ୍ୟୁଜିଲାଣ୍ଡ ମିଶି କରିବେ ରେକର୍ଡ