ନୂଆଦିଲ୍ଲୀ : ବାସ୍ତୁଶାସ୍ତ୍ରକୁ ଭାରତୀୟ ସଂସ୍କୃତିରେ ଘର ଓ ଜୀବନର ଶକ୍ତିକୁ ସନ୍ତୁଳିତ କରିବାରେ ଗୁରୁତ୍ତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ମନାକରାଯାଉଛି। ମାନ୍ୟତା ଅନୁସାରେ , ଘରେ ସକାରାତ୍ମକ ଶକ୍ତିର ପ୍ରବାହ ବ୍ୟକ୍ତିର ସୁଧ ସମୃଦ୍ଧି ,ପ୍ରଗତି ଓ ଆର୍ଥିକ ସ୍ଥିତିକୁ ଦୃଢ କରେ। ଅନ୍ୟପଟେ ଅଜାଣତରେ କରିଥିବା କିଛି ଛୋଟ ଛୋଟ ଭୁଲ ଆର୍ଥିକ ସମସ୍ୟା , ଋଣ ଓ ମାନସିକ ଦୁଃଶ୍ଚିନ୍ତାର କାରଣ ହୋଇପାରେ। ଆସନ୍ତୁ ବାସ୍ତୁ ହିସାବରେ ଜାଣିବା ଏମିତି ସାଧାରଣ ଭୁଲ ବିଷୟରେ, ସାହାଯ୍ୟ ସମୟ ପୂର୍ବରୁ ସୁଧାରି ନେବା ନିହାତି ଜରୁରୀ।

ମୁଖ୍ୟ ଦ୍ୱାରରେ ଅନ୍ଧାର ରହିବା –

ଘରର ମୁଖ୍ୟ ଦ୍ୱାରା ମାଆ ଲକ୍ଷ୍ମୀଙ୍କର ପ୍ରବେଶ ଦ୍ୱାରା ଭାବେ ମନେକରାଯାଏ। ଯଦି ଆପଣଙ୍କ ଘରର ମେନ୍ ଗେଟ୍‌ରେ ସନ୍ଧ୍ୟା ସମୟରେ ଅନ୍ଧାର ରହେ , ତ ଏହା ନକାରାତ୍ମକତାକୁ ନିମନ୍ତ୍ରଣ କରେ।

ରୋଷେଇ ଘରେ ରାତିରେ ମଇଳା ବାସନକୁସନ ଛାଡ଼ିବା –

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଲୋକେ ଅନେକ ସମୟରେ ରାତିର ବାସନକୁ ସକାଳେ ଧୋଇବା ପାଇଁ ଛାଡି଼ ଦେଇ ଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ, ରୋଷେଇରେ ଅଇଁଠା ବା ମଇଳା ବାସନ କୁସନ ଛାଡ଼ିବାରେ ମାଆ ଅନ୍ନପୂର୍ଣ୍ଣ ଅଶାନ୍ତି ହୋଇଥାନ୍ତି। ଘରେ ଦରିଦ୍ରତା ବାସ କରିବା ଆରମ୍ଭ କରେ।

ଟ୍ୟାପରୁ ପାଣି ଝରିବା –

ଯଦି ଆପଣଙ୍କ ଘରର କୌଣସି ଟ୍ୟାପ୍ ଝରୁଥାଏ , ତ ଏହାକୁ ବାସ୍ତୁରେ ଖୁବ୍ ଅଶୁଭ ମନେକରାଯାଏ। ଟ୍ୟାପରୁ ଝରୁ ଥିବା ପାଣି ଧିରେ ଧିରେ ଧନର ନଷ୍ଟର ପ୍ରତୀକ ମନେକରାଯାଏ।

ଉତ୍ତର-ପୂର୍ବ ଦିଗରେ (ଐଶାଣ କୋଣ)ରେ ମଇଳା –

ଘରର ଉତ୍ତର-ପୂର୍ବ ଦିଗକୁ ଦେବୀଦେବତାଙ୍କ ସ୍ଥାନ ମନେକରାଯାଏ। ଏହି ଦିଗରେ ଓଜନିଆ ଜିନିଷ , ଅଦରକାରୀ ଜିନିଷ କିମ୍ୱା ଜୋତା ଚପଲ ରଖିବା ସମୃଦ୍ଧିର ରାସ୍ତାକୁ ବନ୍ଦ କରିଦିଏ।

ଘରେ ଥିବା ବନ୍ଦ ଘଣ୍ଟା ଓ ଭଙ୍ଗା କାଚ-

ଘରେ ବନ୍ଦ ପଡ଼ିଥିବା ଘଣ୍ଟା ଆପଣଙ୍କ ସମୟ(ଭାଗ୍ୟ)କୁ ମଧ୍ୟ ରୋକି ଦେଇଥାଏ। ଏହିପରି ଭଙ୍ଗା କାଚ କିମ୍ୱା ଫାଟି ଯାଇଥିବା ବାସନକୁସନ ଘରେ ନକାରାତ୍ମକ ଶକ୍ତି ପ୍ରସାର କରେ , ଯେଉଁଥିରେ ଆର୍ଥିକ ହାନି ହୋଇ ଥାଏ।

ସନ୍ଧ୍ୟା ସମୟରେ ଝାଡ଼ୁ କରିବା –

ଧାର୍ମିକ ଓ ବାସ୍ତୁ ମାନ୍ୟତା ଅନୁସାରେ , ସୂର୍ଯ୍ୟାସ୍ତ ସମୟ କିମ୍ୱା ଏହାପରେ ଘରେ ଝାଡ଼ୁ କରିବା ଉଚିତ୍ ନୁହେଁ। କୁହାଯାଏ କି ଏମିତି କରିବା ଗ୍ୱାରା ଘରର ଲକ୍ଷ୍ମୀ ବାହାରକୁ ଚାଲି ଯାନ୍ତି।

(ବିଶେଷ : ଉପରୋକ୍ତ ସମସ୍ତ ତଥ୍ୟ ଓ ସୂଚନା ବାସ୍ତୁଶାସ୍ତ୍ର ଓ ସାଧାରଣ ସୂଚନା ଉପରେ ଆଧାରିତ । ପ୍ରମେୟ ଡିଜିଟାଲର ଏହାର କୌଣସି ନିଶ୍ଚିତ କରେ ନାହିଁ।)