ନୂଆଦିଲ୍ଲୀ,୨।୧: ବିଶ୍ବର ସବୁଠାରୁ ଛୋଟ ଦେଶ ହେଲା ଭାଟିକାନ୍ ସିଟି। ଏହା ଧାର୍ମିକ ଓ ସାଂସ୍କୃତିକ ଐତିହ ପାଇଁ ପରିଚିତ। ଏହି ସ୍ଥାନରେ ସେଣ୍ଟ ପିଟର ବୋସିଲିକିା, ସିଷ୍ଟିନ୍ ଚାପେଲ ଓ ଭାଟିକାନ୍‌ ମ୍ୟୁଜିୟମ ଭଳି ଐତିହାସିକ ବିଲ୍ଡିଂ ପ୍ରସିଦ୍ଧ। କିନ୍ତୁ କ’ଣ ଆପଣ ଜାଣନ୍ତି ଏହି ଛୋଟ ଦେଶର ସୁରକ୍ଷା ଦାୟିତ୍ବ  ପାଇଁ ଏକ ସ୍ବତନ୍ତ୍ର ସାମରିକ ଦଳ ରହିଛି। ଯାହାକୁ ସ୍ବିସ୍‌ ଗାର୍ଡ କୁହାଯାଏ। ସବୁଠାରୁ ବଡ଼ କଥା ହେଲା ଯେ, ଏହି ସାମରିକ ଦଳ କୌଣସି ଯୁଦ୍ଧ ଲଢେନି। ଏହାପରେ ବି ଲକ୍ଷାଧିକ ଟଙ୍କା ଦରମା ନିଅନ୍ତି।

ସ୍ବିସ୍ ଗାର୍ଡ ଭାଟିକାନ୍ ସିଟିର ସେନା ଦଳ। ଏହାର ଗଠନ ବିଶେଷ ଭାବରେ ପୋପ୍‌ଙ୍କ ସୁରକ୍ଷା ପାଇଁ କରାଯାଇଥାଏ। ଏଥିରେ ମାତ୍ର ୧୫୦ ଜଣ ହିଁ ସୈନିକ ରହିଛି। ନିଷ୍ଠା ଓ ସମର୍ପଣର ଅଦ୍ବିତୀୟ ଭାବରେ ପରିଚିତ। ଏହି ସୈନିକ ପୋପ୍‌ଙ୍କ ସୁରକ୍ଷା ପାଇଁ ନିଜର ଜୀବନ ଦେବାକୁ ପଛାନ୍ତି ନାହିଁ। ଉଲ୍ଲେଖନୀୟ ଯେ, ଭାଟିକାନ୍ ସିଟିର ମୋଟ କ୍ଷେତ୍ରଫଳ କେବଳ ମାତ୍ର ୧୦୦ ଏକର, ଯେଉଁଠି ପ୍ରାୟ ୪୯୬ ଲୋକ ରୁହନ୍ତି। କିନ୍ତୁ ସେଠାକୁ ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଯାଇଥାନ୍ତି। ଏହାର ବିଶ୍ବର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ।

ସ୍ବିସ୍ ଗାର୍ଡ ଦୁନିଆର ସବୁଠାରୁ ପ୍ରାଚୀନ ସେନା ୟୁନିଟ୍ ଭିତରୁ ଅନ୍ୟତମ। ଏହି ଦଳରେ ସାମିଲ ହେବାର ପାଇଁ ୧୯ ରୁ ୩୦ ବର୍ଷ ଭିତରେ ବୟସ ରହିଥାଏ। ଅତି କମ୍ରେ ୫ ଫୁଟ୍ ୮ ଇଞ୍ଚର ଉଚ୍ଚତା ରହିଥାଏ। ଏହାଛଡା ପ୍ରାର୍ଥୀଙ୍କୁ ସ୍ବିଜରଲାଣ୍ଡର ନାଗରିକ ଓ ରୋମାନ କାଥୋଲିକ୍‌ ହୋଇଥିବା ଦରକାର। ସ୍ବିସ୍ ଗାର୍ଡ ସୈନିକଙ୍କ ମାସିକ ଦରମା ପ୍ରାୟ ୧୫୦୦ ରୁ ୩୬୦୦ ୟୁରୋ ବେତନ ରହିଥାଏ। ଯାହାକି ଭାରତରେ ୪.୫ ଲକ୍ଷ ଟଙ୍କାରୁ ଅଧିକ। ବାର୍ଷିକ ସେମାନେ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ପାଇଥାନ୍ତି। ସୈନିକଙ୍କୁ ମାଗଣା ଘର, ଟ୍ୟାକ୍ସ ଫ୍ରି କିଣାକିଣି, ପିଲାଙ୍କ ମାଗଣା ଶିକ୍ଷା ଓ ବର୍ଷକୁ ୩୦ ଦିନର ଛୁଟି ଭଳି ସୁବିଧା ମଧ୍ୟ ରହିଥାଏ। ପାରମ୍ପାରିକ୍ ଅସ୍ତ୍ର ଭାବରେ ସେମାନେ ହାଲବର୍ଡ ହତିଆର ଚଳାଇବାର ପ୍ରଶିକ୍ଷଣ ନେଇଥାନ୍ତି। ଏହାଛଡା ତାଙ୍କୁ ଆଧୁନିକ ଓ ଛୋଟ ହତିଆର ମଧ୍ୟ ଉପଯୋଗ କରିବା ଶିଖା ଯାଇଥାଏ। ତାଙ୍କର ରଙ୍ଗୀନ ଓ ଆକର୍ଷଣୀୟ ୟୁନିଫର୍ମ, ଲାଲ ହଳଦିଆ ଓ ନୀଳ ରଙ୍ଗର ହୋଇଥାଏ। ଏହା ଭାଟିକାନ୍‌ର ଇତିହାସ ଓ ପରମ୍ପରାକୁ ଦର୍ଶାଇଥାଏ।