ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ଆଜି ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ: ଭିଏସ୍‌ଏସ୍‌ ନଗରରେ ବୀର ବେଶ ପ୍ରତିମୂର୍ତ୍ତି ପାଇଁ ଜୋର ଧରିଲା ଦାବି

Published By : Prameya | January 23, 2025 9:04 AM

ଚନ୍ଦ୍ରଶେଖରପୁର,୨୩/୦୧: ଭାରତୀୟ  ସ୍ୱାଧୀନତା ସଂଗ୍ରାମର ଅନ୍ୟତମ  କର୍ଣ୍ଣଧାର ବୀର ସୁରେନ୍ଦ୍ର ସାଏଙ୍କ  ଜୟନ୍ତୀ । ତାଙ୍କ ନାମ ଅନୁସାରେ ୪୭  ବର୍ଷ ପୂର୍ବେ ରାଜଧାନୀର ଭିଏସ୍‌ଏସ୍‌  ନଗର କଲୋନୀର ନାମକରଣ  କରାଯାଇଥିଲା । ହେଲେ ଦୀର୍ଘ ବର୍ଷ  ପରେ ମଧ୍ୟ କଲୋନୀରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ  ହୋଇପାରିଲାନି । ତେଣୁ ଭିଏସ୍‌ଏସ୍‌  ନଗରରେ ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପାଇଁ ଦାବି କରିଛି ଭିଏସ୍‌ଏସ୍‌ ନଗର  ଉନ୍ନୟନ ପରିଷଦ ଓ ଉତ୍କଳ ସମ୍ମିଳନୀ ।  

୧୯୭୮ ମସିହାରୁ ଆରମ୍ଭ  ହୋଇଥିଲା ବୀର ସୁରେନ୍ଦ୍ର ସାଏ  ନଗର । କଲୋନୀରେ ୧୯୮୦ ମସିହାରେ  ସୁରେନ୍ଦ୍ର ସାଏଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି  ପ୍ରତିଷ୍ଠା କରି କଲୋନୀର ନାମକରଣ  କରାଯାଇଥିଲା । ତେବେ ତାଙ୍କର ଏକ  ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପାଇଁ ଭିଏସ୍‌ଏସ୍‌ ନଗରବାସୀ ବାରମ୍ବାର ଦାବି ପରେ ୨୦୦୮ ମସିହା ଅକ୍ଟୋବର ୨୩  ତାରିଖରେ ତତ୍‌କାଳୀନ ସଂସ୍କୃତି ମନ୍ତ୍ରୀଙ୍କ  ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ  ବସିଥିଲା । ଭୁବନେଶ୍ୱରର ଜୟଦେବ  ବିହାର ଛକରେ ସୁରେନ୍ଦ୍ର ସାଏଙ୍କର  ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସଂସ୍କୃତି ବିଭାଗର  ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା । ଏହା ପରେ ଅର୍ଥାଭାବର ଆଳ ଦେଖାଇ  ଏହି ପ୍ରତିମୂର୍ତ୍ତି ଆଜି ପର୍ଯ୍ୟନ୍ତ ପ୍ରତିଷ୍ଠା  ହୋଇ ପାରିନାହିଁ । ଭିଏସ୍‌ଏସ୍‌ ନଗର  ଉନ୍ନୟନ ପରିଷଦ ଓ ଉତ୍କଳ ସମ୍ମିଳନୀ  ପକ୍ଷରୁ ବହୁ ବାର ସଂସ୍କୃତି ବିଭାଗକୁ  ଅନୁରୋଧ କରିବା ପରେ ୨୦୨୩ ମସିହା  ଅଗଷ୍ଟ ମାସରେ ନଗରରେ ସାଏଙ୍କ  ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛନ୍ତି ।  ମାତ୍ର ସାଏଙ୍କର ଘୋଡ଼ା ଉପରେ ବୀର  ବେଶରେ ଥିବା ପ୍ରତିମୂର୍ତ୍ତି ନିର୍ମାଣ  କରିବା ବଦଳରେ ଦଣ୍ଡାୟମାନ ପ୍ରତିମୂର୍ତ୍ତି  ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି ଯାହାକୁ  ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ ଓ  ଉତ୍କଳ ସମ୍ମିଳନୀ ବିରୋଧ କରୁଛନ୍ତି ।  

ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ  ଶାଖା ସଭାପତି ତଥା ଉନ୍ନୟନ ପରିଷଦ  ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା  କହିଛନ୍ତି, ବୀର ଉପାଧି ଥିବା ରାଜ୍ୟର  ଏକମାତ୍ର ବରପୁତ୍ର ହେଉଛନ୍ତି ବୀର  ସୁରେନ୍ଦ୍ର ସାଏ । ତେଣୁ ବୀର ବେଶରେ  ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ  ଭିଏସ୍‌ଏସ୍‌ ନଗରରେ ପ୍ରତିଷ୍ଠା କରାଯାଉ  ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି  ବିଭାଗକୁ ସେ ଅନୁରୋଧ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.