ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭୁଲିଗଲେଣି ଯାନବାହନ ପ୍ରଦୂଷଣ ଯାଞ୍ଚ, ଏବେଠୁ ନ ଜଗିଲେ ଦିଲ୍ଳୀ ଭଳି ସ୍ଥିତି ହେବ

Published By : Prameya | January 23, 2025 2:58 PM

ଭୁବନେଶ୍ୱର,୨୩/୦୧: ପ୍ରଦୂଷଣ ବିହୀନ ଗାଡି ରାସ୍ତାରେ ଗଡ଼ିବା ଉଦ୍ଦେଶ୍ୟରେ ବଡ଼ ଅଭିଯାନ ଚଳାଇଲେ । ପ୍ରଦୂଷଣର ମାନ ପୂରଣ କରୁନଥିବା  ଗାଡ଼ି ଜବତ କଲେ । ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଧରି ୧୦ ହଜାର ଟଙ୍କା  ଜରିମାନା କଷିଲେ । ପୁରୁଣା ବସ୍‌, ଟ୍ରକ୍‌ କାର୍‌, ଓ ବାଇକ୍‌ ରାସ୍ତାରୁ ଉଭାନ  ହୋଇଗଲା । ମ୍ୟୁନିସିପାଲିଟିର ଦଦରା ଗାଡ଼ି ଓ ଟ୍ରାକ୍ଟର ବି ତଣ୍ଡ ଗଣି  କବାଡ଼ିଖାନାରେ ପଡିଲା । ପରିବହନ ବିଭାଗ ଓ ପୁଲସ୍‌ର ଏଭଳି କାର୍ଯ୍ୟାନୁଷ୍ଠାନ  ଦେଖି ଲାଗିଲା ରାଜ୍ୟରେ ଗାଡ଼ି ଦ୍ୱାରା ହେଉଥିବା ପ୍ରଦୂଷଣ କମିଯିବ । ହେଲେ  କାଳକ୍ରମେ ସବୁ ଭୁଲି ଯାଇଛନ୍ତି । ଏବେ ଶହ ଶହ ଗାଡ଼ି କଳାଧୂଆଁ ଛାଡ଼ି  ରାଜଧାନୀ ରାସ୍ତାରେ ବୁଲୁଛନ୍ତି । ହେଲେ ସେମାନଙ୍କୁ ଧରିବାକୁ କେହି ନାହାନ୍ତି । 

୨୦୧୯ରେ ସଂଶୋଧିତ ମୋଟର ଯାନ ଆଇନ କାର୍ଯ୍ୟକାରୀ ହେଲା ପରେ  ଭୁବନେଶ୍ୱର ସମେତ ଅନ୍ୟାନ୍ୟ ଅଞ୍ଚଳରେ ଯାଞ୍ଚ ଚାଲିଲା । ପ୍ରମାଣପତ୍ର ନଥିଲେ  ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଗଲା । ପ୍ରଦୂଷଣ ପରୀକ୍ଷା  କେନ୍ଦ୍ରରେ ନାହିଁ ନଥବା ଭିଡ଼ ଦେଖା ଦେଇଥିଲା । ସ୍ଥିତ ଏମିତି ହୋଇଥିଲା  ଯେ, ଆରଟିଓ-୧ ପକ୍ଷରୁ ୨୧ ଟି ଓ ଆରଟିଓ-୨ ପକ୍ଷରୁ ୨୦ଟି ଅତିରିକ୍ତ  ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ପାଇଁ ଅନୁମତି ଦିଆଗଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ  କରି କିଛି ଲୋକ ପରୀକ୍ଷା କେନ୍ଦ୍ର  ଖୋଲିଲେ । ଆରଟିଓ ପକ୍ଷରୁ  ସେମାନଙ୍କୁ କୁହାଯାଇଥିଲା ସେମାନେ ଯାହା ନିବେଶ କରିବ  ତାହା ଉଠିଯିବ । ଶହ ଶହ  ଲୋକ ପ୍ରଦୂଷଣ ପ୍ରମାଣପତ୍ର  ନେଇଥିଲେ । ଲୋକଙ୍କୁ ସମୟ ମଧ୍ୟ ଦିଆଯାଇଥିଲା ତୁରନ୍ତ ପଲ୍ୟୁସନ୍‌  ସାର୍ଟିଫିକେଟ୍‌ କରିବାକୁ । ହେଲେ ପରିବହନ ବିଭାଗ ଓ ପୁଲିସ୍‌ ଏ ସବୁ  କଥା ଭୁଲି ଗଲେ । ଏବେ ରାଜ୍ୟରେ ଲକ୍ଷ ଲକ୍ଷ ଗାଡ଼ି ବିନା ପଲ୍ୟୁସନ୍‌  ସାର୍ଟିଫିକେଟ୍‌ରେ ବୁଲୁଛନ୍ତି । ହେଲ୍‌ମେଟ୍‌, ସ୍ପିଡ୍‌ ଟ୍ରାଇଭ୍‌, ଓଭର ଲୋଡିଂ ପାଇଁ  ପୁଲିସ୍‌ ଯାଞ୍ଚ କରୁଛି । ହେଲେ ପ୍ରଦୂଷଣ ପ୍ରମାଣପତ୍ର କଥା ଭୁଲିଯାଇଛି ।  ଫଳରେ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଏବେଠୁ ଯଦି ଏହା ଉପରେ ନଜର  ଦିଆ ନ ଯାଏ ତା’ହେଲେ ଆଗକୁ ସ୍ଥିତି ସାଂଘାତିକ ହେବା ଆଶଙ୍କା ଉପୁଜିଛି ।  

ରିପୋର୍ଟ କହୁଛି, ବାୟୁ ପ୍ରଦୂଷଣ ପ୍ରତିବର୍ଷ ୭ ନିୟୁତ ଲୋକଙ୍କର  ଅକାଳମୃତ୍ୟୁର କାରଣ । ସମୟ କ୍ରମେ ଆମର ଫୁସଫୁସ୍‌, ହୃତପିଣ୍ଡ ଓ ମସ୍ତିଷ୍କ  ସ୍ୱାସ୍ଥ୍ୟକୁ ଖରାପ କରିଥାଏ । ୦.୦୧ ମାଇକ୍ରନରୁ ୩୦୦ ମାଇକ୍ରନ ପର୍ଯ୍ୟନ୍ତ  କ୍ଷୁଦ୍ର କଣିକା ଆମର ରକ୍ତ ପ୍ରବାହରେ ପ୍ରବେଶ କରି ଫୁସଫୁସ ଭିତରକୁ  ଯାଇପାରେ । ବାୟୁ ପ୍ରଦୂଷଣ ମଧ୍ୟ ମସ୍ତିଷ୍କରେ ପ୍ରଦାହ ସୃଷ୍ଟି କରିପାରେ । ଖାଲି  ପଲ୍ୟୁସନ୍‌ ନୁହେଁ ପୁଲିସ୍‌ ଓ ପରିବହନ ବିଭାଗର ସବୁ କାମ ଅଧପନ୍ତରିଆ । ସାରା ଦେଶରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ନିର୍ଦ୍ଦେଶ ଦିଆଗଲା ।  ସେଥିପାଇଁ ନିଦ୍ଦିଷ୍ଟ ସମୟ ମଧ୍ୟ ରହିଲା । କିଛି ଲୋକ ନିୟମ ମାନିଲେ ।  ବାକି ନିୟମକୁ ଦଳି ଦେଲେ । ରାଜ୍ୟରେ ଏବେବି ୪୦% ଗାଡ଼ି ମାଲିକ  ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନ ଲଗାଇ ଗାଡ଼ି ଚଢୁ଼ଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.