ନୂଆଦିଲ୍ଲୀ,୧୯/୧୦: ମିସ୍‌ ଟିନ୍‌ ୟୁନିଭର୍ସ ବିଜୟ ମୁକୁଟ ପିନ୍ଧିଛନ୍ତି ଭେନେଜୁଏଲା ସୁନ୍ଦରୀ ଅମିରା ମୋରିନୋ । ରାଜସ୍ଥାନରେ ଆୟୋଜିତ ମିସ୍ ଟିନ୍ ୟୁନିଭର୍ସ ପ୍ରତିଯୋଗିତାରେ ବାଜି ମାରିଛନ୍ତି ଭେନେଜୁଏଲା ସୁନ୍ଦରୀ । ଗତ ବର୍ଷ ଅନୁଷ୍ଠିତ ପ୍ରଥମ ମିସ୍‌ ଟିନ୍ ୟୁନିଭର୍ସ ଜିତିଥିବା ଭାରତୀୟ ସୁନ୍ଦରୀ ତ୍ରିଷ୍ଣା ରଏ ଅମିରାଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି । ୨୨ ଦେଶର ସୁନ୍ଦରୀକୁ ପଛରେ ପକାଇ ମିସ୍ ଟିନ୍ ୟୁନିଭର୍ସ ହୋଇଛନ୍ତି ଅମିରା ।

ଭେନେଜୁଏଲାର ଅମିରା ମୋରିନୋ ମିସ୍ ଟିନ୍ ୟୁନିଭର୍ସ ୨୦୨୫ ମୁକୁଟ ଜିତି ଭାରତରେ ଇତିହାସ ରଚିଛନ୍ତି । ସେ ପ୍ରତିଯୋଗିତାର ପ୍ରତ୍ୟେକ ପର୍ଯ୍ୟାୟରେ ନିଜକୁ ଭିନ୍ନ ଭାବେ ଉପସ୍ଥାପନ କରି ବିଜେତା ହୋଇଛନ୍ତି । ଗତ ବର୍ଷ ଭାରତର ସୁନ୍ଦରୀ ତ୍ରିଷ୍ଣା ବିଜୟୀ ହୋଇଥିଲେ । ମିସ୍‌ ଟିନ୍ ୟୁନିଭର୍ସ ୨୦୨୪ ସାଉଥ୍ ଆଫ୍ରିକା କିମ୍ବରଲିରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ତ୍ରିଷ୍ଣା ରଏ ଅମିରାଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି ।

ମିସ୍ ଟିନ୍ ୟୁନିଭର୍ସ ୨୦୨୫ ସରିବା ପରେ ମିସ୍‌ ଟିନ୍‌ ୟୁନିଭର୍ସ ଇଣ୍ଡିଆର ମାଲିକ ନିଖିଲ ଆନନ୍ଦ କହିଛନ୍ତି, ବହୁତ ଖୁସିର କଥା ମିସ୍ ଟିନ୍ ୟୁନିଭର୍ସ ସଫଳତାର ସହ ସମାପ୍ତ ହୋଇଛି । ତ୍ରିଷ୍ଣା ରଏ ଭାରତରୁ ପ୍ରତିନିଧିତ୍ୱ କରିଥିଲେ । ସର୍ବଶେଷରେ ଭେନେଜୁଏଲା ସୁନ୍ଦରୀ ମିସ୍‌ ଟିନ୍‌ ୟୁନିଭର୍ସ ବିଜୟ ମୁକୁଟ ପିନ୍ଧିଛନ୍ତି । ପ୍ରାୟ ସମୟରେ ଆମେ ଏପରି କାର୍ଯ୍ୟକ୍ରମ କରୁଛୁ ବର୍ତ୍ତମାନ ପାର୍ବଣ ସମୟ ଚାଲିଥିବାରୁ ସାମାନ୍ୟ ସମସ୍ୟା ହୋଇଥିଲା । ହେଲେ ସବୁକିଛି ଠାକ୍‌ଠାକ ହୋଇଛି । ଚଳିତବର୍ଷ ୨୨ ଦେଶ ଭାଗ ନେଇଥିଲେ । ଆଶା କରୁଛି କି, ୨୦୨୭ରେ ଭାରତ ମିସ୍‌ ୟୁନିଭର୍ସ ଆୟୋଜନ କରୁ । ଚେଷ୍ଟା କରିବୁ କି ୭୬ ବର୍ଷ ମଧ୍ୟରେ ପ୍ରଥମ ଥର ମିସ୍ ୟୁନିଭର୍ସର ଆୟୋଜକ ଭାରତ ହେବ ।''