କାରାକାସ ୨୬/୦୬: ପ୍ରଚଣ୍ଡ ଭୂମିକମ୍ପରେ ଭେନେଜୁଲା ରାଜଧାନୀ କାରାକସରେ ଥିବା ଉଚ୍ଚ ଅଟ୍ଟଳିକାମାନ ଭଗ୍ନସ୍ତୂପ ପାଲଟିଗଲା। ଚାରିଆଡ଼ ହାହାକାର ସ୍ଥିତି। ମାତ୍ର କେଇ ସେକେଣ୍ଡରରେ ଦୁଇଠି ଶକ୍ତିଶାଳୀ ଭୂମିକମ୍ପ ହଜାର ହଜାର ଲୋକଙ୍କ ଜୀବନକୁ ବଦଳାଇ ଦେଇଛି। ଅନେକ ପରିବାର ନିଜ ପ୍ରିୟଜନଙ୍କ ହରାଇ କାନ୍ଦୁଛନ୍ତି। ସବୁଠି ଆର୍ତ୍ତ ଚିତ୍କାର। କିଛି ଲୋକ ଏତେ ବଡ଼ ସଙ୍କଟରୁ ବଞ୍ଚିଯାଇଥିବାରୁ ସେମାନଙ୍କ ପରିବାରଲୋକଙ୍କ ଆଖିରେ ବି ଲୁହ ଭରିଯାଇଛି। ସରକାରୀ ତଥ୍ୟ ଭାବେ ପ୍ରାୟ୨୦୦ଜଣ ପ୍ରାଣ ହରାଇଛନ୍ତି । କେହି କେହି ମୃତକଙ୍କ ସଂଖ୍ୟା୧୦ହଜାର ଡେଇଁବ ବୋଲି ଆକଳନ କରୁଛନ୍ତି । ତେବେ ଏହି ଭିତରେ ଯାହାର ଅଙ୍ଗେନିଭା କଥା କହିଛନ୍ତି ଜଣେ ସାମ୍ବାଦିକା ।

ବିବିସି ସାମ୍ବାଦିକା ଭାଲେଣ୍ଟିନା ଓରୋପେଜା କହିଛନ୍ତି, ବୁଧବାର ସନ୍ଧ୍ୟାରେ ତାଙ୍କ ଭଉଣୀ ଭେରୋନିକା ହ୍ଵାଟସଆପରେ ଅଡିଓ ମେସେଜ ପଠାଇଥିଲେ। ସେଥିରେ ସେ କହିଥିଲା, ତାଙ୍କ ଘର ଜୋରରେ ଦୋହଲୁଛି । ଯେ କୌଣସି ମୁହୂର୍ତ୍ତରେ ଏହା ଭୁଶୁଡ଼ି ଯାଇପାରେ। ଲାଗୁଛି ଯେମିତି ଆମେ ସମସ୍ତେ ମରିଯିବୁ।

ଅଧିକ ପଢ଼ନ୍ତୁ :-  Venezuela Earthquake: ଭୂକମ୍ପ ପୂର୍ବରୁ ଆଲର୍ଟ କଲା ଗୁଗଲ୍, ଭେନେଜୁଏଲାରେ ବଞ୍ଚିଗଲା ଲକ୍ଷ ଲକ୍ଷ ଜୀବନ !

ସେ ଆହୁରି କହିଛନ୍ତି ଯେ, ସେତେବେଳେ କାରାକାସରେ କ'ଣ ଘଟୁଛି, ତାହା ସେ ଅଚାନକ ବୁଝିପାରି ନ ଥିଲେ। ମେସେଜ ଶୁଣିବା ପରେ ମୁଣ୍ଡ ଖରାପ ହୋଇଯାଇଥିଲା। ଦୁଇଘଣ୍ଟା ଧରି ଭଉଣୀ ଭେରୋନିକାକୁ ସେ ଫୋନ ଲଗାଇଥିଲେ। କିନ୍ତୁ ସେ କୌଣସି ଜବାବ ଦେଇ ନ ଥିଲା । ଏହାପରେ କାରାକାସ ସାମ୍ବାଦିକମାନଙ୍କ ହ୍ବାଟସ ଆପ ଗ୍ରୁପରେ ଭୂମିକମ୍ପ ନେଇ ସୂଚନା ଆସିଥିଲା।

ଭାଲେଣ୍ଟିନାଙ୍କ ମୁତାବକ, ପ୍ରଥମେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଲସ୍ ପାଲୋସ ଗ୍ରାଣ୍ଡେସ ଅଞ୍ଚଳର ଏକ ଭିଡିଓ କ୍ଲିପ୍ ପଠାଇଥିଲେ। ଏଥିରେ ଏକ କୋଠା ତାସ ପତା ଭଳିଖସି ପଡ଼ୁଥିବା ଦେଖିବାକୁ ମିଳିଥିଲା। ଏହା ସେହି ଜାଗା ଥିଲା ଯାହା ପାଖରେ ଭାଲେଣ୍ଟିନାଙ୍କ ଭଉଣୀ ଓ ମାଆ ରହୁଛନ୍ତି । ଏହାର ୨ ଘଣ୍ଟା ପରେ ଭାଲେଣ୍ଟିନାଙ୍କୁ ଭଉଣୀ ଭେରୋନିକାର ମେସେଜ ଆସିଥିଲା। ଏଥିରେ ସେ କହିଥିଲେ, ଲାଗୁଛି ଆମେ ସମସ୍ତେ ମରିଯିବୁ।