ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର ଗୁରୁତର । ଗତ ୧୦ ଦିନ ଧରି ଏହି ଭେଟେରାନ ଅଭିନେତା ଅସୁସ୍ଥ ଅଛନ୍ତି। ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା ଏବଂ ତାଙ୍କୁ ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି ଏବଂ ସେ ସୁସ୍ଥ ହେଉଛନ୍ତି । ଏବେ ଏବେ ଅଭିନେତାଙ୍କୁ ଭେଣ୍ଟିଲେଟର ସପୋର୍ଟକୁ ସ୍ଥାନାନ୍ତର କରାଯାଇଥିବା ଏକ ଖବର ଖେଳିଯାଇଥିଲା। କିନ୍ତୁ ଏହାକୁ ତାଙ୍କ ପରିବାର ପକ୍ଷରୁ ଅସ୍ୱୀକାର କରାଯାଇଛି ଏବଂ ଏହାକୁ କେବଳ ଏକ ଗୁଜବ ବୋଲି ଖାରଜ କରାଯାଇଛି।

ପରିବାର ସଦସ୍ୟ ମାନେ ହସ୍ପିଟାଲକୁ ପରିଦର୍ଶନ କରୁଛନ୍ତି। ତଥାପି, ପରିବାର କିମ୍ବା ଡାକ୍ତରଙ୍କ ଦ୍ୱାରା କୌଣସି ଆନୁଷ୍ଠାନିକ ସୂଚନା ପ୍ରକାଶ କରାଯାଇ ନାହିଁ। ସୂତ୍ର ଅନୁଯାୟୀ ଆଜି ସକାଳେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଥିଲା, ଯାହା ପରେ ତାଙ୍କୁ ଡାକ୍ତରଙ୍କ କଡ଼ା ତତ୍ତ୍ୱାବଧାନରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।

​​​​​​​

ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଖୁବ୍ ଶୀଘ୍ର ଡିସେମ୍ବର ୮ ତାରିଖରେ ତାଙ୍କର ୯୦ତମ ଜନ୍ମଦିନ ପାଳନ କରିବେ। ଏହି ବୟସରେ ମଧ୍ୟ, ସେ ତାଙ୍କର ଫିଟନେସ୍ ଏବଂ ସକାରାତ୍ମକ ଶକ୍ତି ସହିତ ତାଙ୍କ ପ୍ରଶଂସକ ମାନଙ୍କୁ ଅନୁପ୍ରାଣିତ କରିଆସୁଛନ୍ତି। ତଥାପି, ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ପ୍ରତି ଖବର ପ୍ରଶଂସକ ମାନଙ୍କ ମଧ୍ୟରେ କିଛି ଛନକା ସୃଷ୍ଟି କରିଥିଲା। ସୋସିଆଲ ମିଡିଆରେ ଗୁଜବ ପ୍ରଚାର ହେବା ଆରମ୍ଭ ହୋଇଥିଲା ଯେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରେ ଲାଗିଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି, କିନ୍ତୁ ଅଭିନେତାଙ୍କ ନିକଟତମ ସୂତ୍ର ଏହି ଖବର ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି।