ଭୁବନେଶ୍ୱର,୨୭/୦୬: ରଥଯାତ୍ରାରେ ଯୋଗ  ଦେବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ । ପରିବହନ  ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି ।  ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ରଥଯାତ୍ରାରେ ଯୋଗ ଦେବାକୁ  ଅନେକ ଭିଭିଆଇପି ଆସିବେ । ଅନେକ ଶିଳ୍ପପତି ମଧ୍ୟ  ଆସି ରଥଯାତ୍ରା ଦେଖିବେ । ୧୦ରୁ ୧୨ ଜଣଙ୍କର ବର୍ତ୍ତମାନ ସୁଦ୍ଧା ତାଲିକା ଆସିଛି । କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଆସିବେ ।  

ତେବେ ଭକ୍ତଙ୍କ ପାଇଁ ପରିବହନ ବିଭାଗ ତରଫରୁ ପ୍ରତି ଜିଲ୍ଲାରୁ ବସ୍‌ ବ୍ୟବସ୍ଥା କରାଯାଇଛି । ୨୮ଟି ଜାଗାରେ  ପାର୍କିଂ ବ୍ୟବସ୍ଥା ହୋଇଛି । ୧୧ଟି କ୍ରେନ୍‌ ମୁତୟନ  କରାଯାଇଛି । ୨୦୦ ଅଟୋ ମାଗଣା ସେବା ଯୋଗାଇ  ଦେବେ । ମାଗଣା ଭୋଜନ ବ୍ୟବସ୍ଥା ବି କରାଯାଇଛି । ସବୁ ବସ୍‌ରେ ଦର ତାଲିକା ଲାଗିଛି । ଘରୋଇ ବସ  ଚଢ଼ା ଦର ନେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ  ଶ୍ରୀ ଜେନା ଚେତାବନୀ ଦେଇଛନ୍ତି ।