ବାରଙ୍ଗ, ୩୦/୧୨ : ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ରେଡ୍। ମଙ୍ଗଳବାର ସକାଳୁ ଏକକାଳୀନ ୪ଟି ସ୍ଥାନରେ ରେଡ୍ ମାରିଛି ଭିଜିଲାନ୍ସ ଟିମ୍।
ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢାଉ ହୋଇଛି। ଏହି ରେଡ୍ ରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ଜଣେ ଏସଆଇ, ୮ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। ଭୁବନେଶ୍ଵର ବଡ଼ଗଡ଼ ସ୍ଥିତ ତିନି ମହଲା କୋଠା, ବଡ଼ଗଡ଼ ବ୍ରିଟ୍ କଲୋନୀ ସ୍ଥିତ ତିନି ମହଲା କୋଠା, ଖୋର୍ଦ୍ଧା ସଁପାଳ ସ୍ଥିତ ଦୁଇ ମହଲା କୋଠା ଓ ବାରଙ୍ଗ ସ୍ଥିତ ଅଫିସ୍ ରେ ରେଡ୍ ଚାଲିଛି।
ଏହି ଖବରଟିକୁ ପଢନ୍ତୁ- ବର୍ଷ ଶେଷରେ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ: ୧୧ଟି ବିଭାଗରେ ୧୫୪୩ ନବ ନିଯୁକ୍ତଙ୍କୁ ମିଳିବ ଆପଏଣ୍ଟମେଣ୍ଟ ଲେଟର