ପ୍ରମୂଖ ଖବର
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

୨୦,୦୦୦ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ବିିଇଓ ଆକାଉଣ୍ଟାଣ୍ଟ, ଗୋଟିଏ ସ୍ଥାନରେ ଚଢାଉ

Published By : Harapriya Sethi | March 17, 2025 3:02 PM

ଭୁବନେଶ୍ୱର, ୧୭/୦୩: ଲାଞ୍ଚ ନେବାବେଳେ ବିିଇଓ (ବ୍ଲକ ଏଜୁକେସନ୍‌ ଅଫିସ୍‌) ଆକାଉଣ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ । ୨୦,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଆକାଉଣ୍ଟାଣ୍ଟ ଏମ୍‌ଡି ଫିରୋଜ ଖାନ୍‌ଙ୍କୁ ଧରିଲା ଭିଜିଲାନ୍ସ ଟିମ୍‌ । ତାଙ୍କ ଗୋଟିଏ ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । 

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବିିଇଓ (ବ୍ଲକ ଏଜୁକେସନ୍‌ ଅଫିସ୍‌)ର ଆକାଉଣ୍ଟାଣ୍ଟ ତଥା ସପୋର୍ଟିଂ ଷ୍ଟାଫ୍‌ ଭାବେ କାମ କରନ୍ତି ଏମ୍‌ଡି ଫିରୋଜ ଖାନ୍‌ । ରାଜକନିକା ବ୍ଲକର ସ୍କୁଲଗୁଡ଼ିକୁ ସ୍କୁଲ ୟୁନିଫର୍ମ ଯୋଗାଉଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ୧ଲକ୍ଷ ୯୩ ହଜାର ଟଙ୍କାର ବିଲ୍‌ ପାସ୍‌ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆକାଉଣ୍ଟାଣ୍ଟ । ଏନେଇ ଭିଜିଲାନ୍ସ ଅଫିସ୍‌ରେ ଅଭିଯୋଗ ହୋଇଥିଲା । ପୂର୍ବ ଯୋଜନା ମୁତାବକ ଛକି ବସିଥିଲା ଭିଜିଲାନ୍ସ ଟିମ୍‌ । ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିଲା । ଏହି ଚଢାଉରେ ଆକାଉଣ୍ଟାଣ୍ଟ ଏମ୍‌ଡି ଫିରୋଜ ଖାନ୍‌ଙ୍କଠାରୁ ସମସ୍ତ ରଙ୍ଗବୋଳା ଟଙ୍କା ଜବତ କରାଯାଇଛି । ଏଥି ସହିତ ତାଙ୍କ ଗୋଟିଏ ସ୍ଥାନରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢାଉ କରୁଛି । 




 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.