ଭୁବନେଶ୍ୱର, ୧୭/୦୩: ଲାଞ୍ଚ ନେବାବେଳେ ବିିଇଓ (ବ୍ଲକ ଏଜୁକେସନ୍‌ ଅଫିସ୍‌) ଆକାଉଣ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ । ୨୦,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଆକାଉଣ୍ଟାଣ୍ଟ ଏମ୍‌ଡି ଫିରୋଜ ଖାନ୍‌ଙ୍କୁ ଧରିଲା ଭିଜିଲାନ୍ସ ଟିମ୍‌ । ତାଙ୍କ ଗୋଟିଏ ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । 

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବିିଇଓ (ବ୍ଲକ ଏଜୁକେସନ୍‌ ଅଫିସ୍‌)ର ଆକାଉଣ୍ଟାଣ୍ଟ ତଥା ସପୋର୍ଟିଂ ଷ୍ଟାଫ୍‌ ଭାବେ କାମ କରନ୍ତି ଏମ୍‌ଡି ଫିରୋଜ ଖାନ୍‌ । ରାଜକନିକା ବ୍ଲକର ସ୍କୁଲଗୁଡ଼ିକୁ ସ୍କୁଲ ୟୁନିଫର୍ମ ଯୋଗାଉଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ୧ଲକ୍ଷ ୯୩ ହଜାର ଟଙ୍କାର ବିଲ୍‌ ପାସ୍‌ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆକାଉଣ୍ଟାଣ୍ଟ । ଏନେଇ ଭିଜିଲାନ୍ସ ଅଫିସ୍‌ରେ ଅଭିଯୋଗ ହୋଇଥିଲା । ପୂର୍ବ ଯୋଜନା ମୁତାବକ ଛକି ବସିଥିଲା ଭିଜିଲାନ୍ସ ଟିମ୍‌ । ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିଲା । ଏହି ଚଢାଉରେ ଆକାଉଣ୍ଟାଣ୍ଟ ଏମ୍‌ଡି ଫିରୋଜ ଖାନ୍‌ଙ୍କଠାରୁ ସମସ୍ତ ରଙ୍ଗବୋଳା ଟଙ୍କା ଜବତ କରାଯାଇଛି । ଏଥି ସହିତ ତାଙ୍କ ଗୋଟିଏ ସ୍ଥାନରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢାଉ କରୁଛି ।