ନୂଆଦିଲ୍ଲୀ, ୨୪/୧୧ : ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ସିଏମଙ୍କ ପରେ ବିହାର ବିଜେପି ଅଧ୍ୟକ୍ଷ ଏବଂ ରାଜସ୍ବ ଏବଂ ଭୂ ସଂସ୍କାର ମନ୍ତ୍ରୀ ଦିଲୀପ ଜୟସଓ୍ବାଲ ରବିବାର ପାଟନାର ଏକ ସିନେମା ହଲରେ ‘ଦ ସାବରମତୀ ରିପୋର୍ଟ’ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଦେଖିଥିଲେ । ସେ ଫିଲ୍ମର ଟିମକୁ ତାରିଫ ବି କରିଛନ୍ତି ।
ବିହାର ବିଜେପି ଅଧ୍ୟକ୍ଷ ଫିଲ୍ମ ଦେଖିବା ପରେ ସତ୍ୟ ଘଟଣାକୁ ପରଦାରେ ବହୁତ ଭଲ ଭାବେ ଦେଖାଇବା ଲାଗି ଟିମର ତାରିଫ କରିଛନ୍ତି ଏବଂ ପ୍ରତି ଭାରତୀୟଙ୍କୁ ଏହି ଫିଲ୍ମ ଦେଖିବାକୁ କହିଛନ୍ତି । ବିଜେପି ନେତା କହିଛନ୍ତି କି ଏହି ଫିଲ୍ମ ସମ୍ପୂର୍ଣ୍ଣ ଭାବେ ସୁପ୍ରିମକୋର୍ଟର ନିଷ୍ପତ୍ତି ଉପରେ ଆଧାରିତ ଅଟେ । ଯାହାକି ଭୟାନକ ଘଟଣା ଘଟିଥିଲା, ଯାହାକୁ ନେଇ ପ୍ରାୟ ୩୧ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଅପରାଧ ଭୟାନକ ଥିଲା, ଗୋଟିଏ ଟ୍ରେନକୁ ଜଳାଇ ଦିଆଯାଇଥିଲା ଏବଂ ନିର୍ଦୋଷ ଲୋକଙ୍କ ଜୀବନ ଚାଲି ଯାଇଥିଲା । ଏହା ଅତ୍ୟନ୍ତ ଦୁଃଖଦ କି ଆଜି ବି ଆମ ସମାଜରେ ଏଭଳି ମାନସିକତା ରହିଛି ।