ଖୁଣ୍ଟା ୨୩/୦୨ : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଗଡିଗାଁ ଗ୍ରାମରେ ଜଣେ ଚୋରି ଅଭିଯୁକ୍ତକୁ ଗ୍ରାମବାସୀ ମାନେ ପିଟିପିଟି ହତ୍ୟା କରିଥିବା ଜଣାପଡ଼ିଛି। ସୁଚନାଥାଉକି ପୂର୍ବ ଘଟଣାକୁ କେନ୍ଦ୍ର କରି ବିସିପୁର ଚୋରି ଘଟଣାରେ ଫେରାର ଥିବା ଅଭିଯୁକ୍ତ କାହ୍ନୁ ମଢ଼େଇ ନିଜ ଘରେ ଗଡିଗାଁରେ ଥିବାବେଳେ ଗାଁ ଲୋକେ ପିଟି ମାରି ଦେଇଥିବା ପୋଲିସ ପକ୍ଷରୁ ଜଣାପଡିଛି। ତେବେ ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ଅନୁସନ୍ଧାନ ଆରମ୍ଭ କରିଛି ।