ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

କଟେନଚୁଆଁ ବାଳିକା ହାଇସ୍କୁଲକୁ ଯୁକ୍ତ ୨ ମହିଳା ମହାବିଦ୍ୟାଳୟ ଘୋଷଣା ଦାବି, ପଞ୍ଚାୟତ ଅଫିସ୍ ଆଗରେ ଶତାଧିକ ଲୋକଙ୍କ ଧାରଣା

Published By : Rasmita Pradhan | May 19, 2025 2:35 PM

ନୂଆପଡ଼ା, ୧୯/୦୫ : ନୂଆପଡ଼ା ବ୍ଳକ କଟେନଚୁଆଁ ସ୍ଥିତ ଏକମାତ୍ର ବାଳିକା ଉଚ୍ଚ ବିଦ୍ୟାଳୟକୁ ଯୁକ୍ତ ୨ ମହିଳା ମହାବିଦ୍ୟାଳୟ ଘୋଷଣା ପାଇଁ ଦାବି ଜୋର୍ ଧରିଛି। ସୋମବାର ପୂର୍ବାହ୍ନରୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଲୋକେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି।

୧୯୫୮ରେ କଟେନଚୁଆଁ ଗାଁରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ଆଦିବାସୀ ପିଲାଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ସେବାଶ୍ରମ ଖୋଲାଯାଇଥିଲା । ୧୯୯୬ରେ ସେବାଶ୍ରମକୁ ଉନ୍ନୀତ ହୋଇ କନ୍ୟାଶ୍ରମ ଖୋଲା ଯାଇଥିଲା । ଏଥିରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହେଉଥିଲା । ୨୦୦୭ରେ ଉନ୍ନତି ହୋଇ ହାଇସ୍କୁଲରେ ରୂପାନ୍ତର ହୋଇଥିଲା । ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୭ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏବେ ଏଠାରେ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଖୋଲିବାକୁ ଦାବି ହୋଇଛି।

କଟେନଚୁଆଁ ଗାଁରେ ବସ୍ତି ଓ ଭୁଞ୍ଜିଆପଡ଼ା ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। କିନ୍ତୁ ଗାଁ ମୁଖ୍ୟବସ୍ତିର ପିଲାଙ୍କୁ ଭୁଞ୍ଜିଆପଡ଼ା ଓ ଭୁଞ୍ଜିଆପଡ଼ାର ପିଲାଙ୍କୁ ବସ୍ତି କେନ୍ଦ୍ରରେ ଯୋଡ଼ା ଯାଇଛି । ଏବେ କୋମଳମତି ପିଲାମାନେ ପ୍ରାୟ ୨ କିମି ଅତିକ୍ରମ କରି କେନ୍ଦ୍ରକୁ ଯାଉଛନ୍ତି । ଏଣୁ ଛୋଟ ଛୋଟ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଅଙ୍ଗନବାଡ଼ି କେନ୍ଦ୍ର ୨ରେ ସହାୟିକା ଭାବେ ବରଗଡ଼ ଜିଲ୍ଲାର ମାଧବୀ ପଟେଲଙ୍କୁ ନିଯୁକ୍ତି ଦେଇଛନ୍ତି । ଏଣୁ ତାଙ୍କୁ ବହିଷ୍କାର କରି ଗାଁର ଅନ୍ୟ ଜଣେ ମହିଳାଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ଏହି ସବୁ ଦାବୀର ସମାଧାନ ପାଇଁ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପସିଂ ମାଝିଙ୍କ ନେତୃତ୍ୱରେ ପଞ୍ଚାୟତର ଶତାଧିକ ଲୋକେ ପଞ୍ଚାୟତ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେର ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.