ରାଏପୁର, ୦୩/୧୨: ରାଏପୁରରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ବିଶାଳ ସ୍କୋର ଛିଡ଼ା କରିଛି । ନିର୍ଦ୍ଧାରିତ ୫୦ ଓଭରରେ ଟିମ୍ କେଏଲ୍ ୫ ଓ୍ବିକେଟ୍ ହରାଇ ୩୫୮ ରନ ସଂଗ୍ରହ କରିଛି । ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୩୫୯ ରନ ସଂଗ୍ରହ କରିବାକୁ ହେବ । ଭାରତ ପକ୍ଷରୁ ବିରାଟ କୋହଲି ଓ ରିତୁରାଜ ଗାଏକ୍ବାଡ୍ ଶତକୀୟ ଇନିଂସ ଖେଳିଛନ୍ତି । ବିରାଟ କୋହଲି ୧୦୨ ରନ କରିଥିବା ବେଳେ ଗାଏକ୍ବାଡ୍ ୧୦୫ ରନର ଇନିଂସ ଖେଳିଥିଲେ । ସେହିପରି କ୍ୟାପଟେନ କେଏଲ ରାହୁଲ ୬୬ରନ ଦମଦାର ପାଳି ଖେଳିଛନ୍ତି । ରବୀନ୍ଦ୍ର ଜାଡେଜା ଶେଷରେ ୨୪ ରନ ମିଶାଇ ଦଳୀୟ ସ୍କୋରକୁ ୩୫୮ ରନକୁ ପହଞ୍ଚାଇଥିଲେ । ତେବେ ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୩୫୯ ରନ ସଂଗ୍ରହ କରିବାକୁ ପଡ଼ିବ । ସେପଟେ ଟିମ୍ ଇଣ୍ଡିଆ ସିରିଜ୍ ଜିତିବାକୁ ଲଢ଼େଇ କରିବ । ​​​​​​​

ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ କ୍ୟାପଟେନ୍ ଟେମ୍ବା ବଭୁମା, ଟିମ୍ ଇଣ୍ଡିଆକୁ ଆମନ୍ତ୍ରଣ କରିଥିଲେ । ତେବେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ରୋହିତ୍ ଶର୍ମା ଏବଂ ଯଶସ୍ବୀ ଜୈସ୍ବାଲ । ପ୍ରାରମ୍ଭରୁ ଭଲ ଭଗିଦାରୀ ଗଢ଼ି ଉଠିଥିଲେ ମଧ୍ୟରେ ଏହାକୁ ଆଗକୁ ନେଇ ପାରିନଥିଲେ ଭାରତୀୟ ଦଳର ଦୁଇ ଓପନର । ହିଟ୍ ମ୍ୟାନ୍ ପ୍ରଥମେ ପରେ ଜୈସ୍ବାଲ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ । ରୋହିତ୍ ମାତ୍ର ୧୪ ରନ ଏବଂ ଜୈସ୍ବାଲ ୨୨ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ପିଚ୍ ଆସିଥିଲେ ବିରାଟ୍ କୋହଲି । ଧମଦାର ଫର୍ମ ସହିତ ପଡ଼ିଆକୁ ଓହ୍ଲାଇଥିଲେ । ଆରମ୍ଭ ରୁତୁରାଜ ଗାଏକ୍ବଡଙ୍କ ସହ ଜଗିରହି ଖେଳିଥିଲେ । ପରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଉଭୟ ଖେଳି ତଡ଼ିପାର୍ ଦେଇଥିଲେ । ରିତୁରାଜ ଗାଏକ୍ବାଡ୍ ପ୍ରଥମେ ଦିନିକିଆରେ ପ୍ରଥମ ଶତକ ହାସଲ କରିଥିଲେ । ସେ ମାତ୍ର ୮୩ ବଲ ଖେଳି ୧୦୫ ରନ ସଂଗ୍ରହ କରିଥିଲେ । ଏଥିରେ ୧୨ଟି ଚୌକା ଏବଂ ୨ଟି ଛକା ରହିଛି ।

ସେହିପରି ବିରାଟ କୋହଲି ମାତ୍ର ୯୦ଟି ବଲ୍ ଖେଳି ସେଞ୍ଚୁରୀ ମାରିଥିଲେ । ଏହା ଥିଲା ତାଙ୍କ ଦିନିକିଆ କ୍ୟାରିୟର ୫୩ତମ ଶତକ । ପରେ ସେ ୯୩ ବଲରୁ ୧୦୨ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ । ଏଥିରେ ୭ଟି ଚୌକା ଏବଂ ୨ଟି ଛକା ରହିଛି । ଗତ ମ୍ୟାଚରେ ମଧ୍ୟ ବିରାଟ କୋହଲି ଶତକୀୟ ପାଳି ଖେଳିଥିଲେ । ସେ ରାଞ୍ଚି ମ୍ୟାଚରେ ୧୩୫ ରନ ଜବରଦସ୍ତ ଇନିଂସ ଖେଳିଥିଲେ । ପରେ କେଏଲ ରାହୁଲ ଆସି ଅଧିନାୟକତ୍ବ ଇନିଂସ ଖେଳିଥିଲେ । ରାହୁଲ ୪୩ ବଲରୁ ୬୬ ରନ ସଂଗ୍ରହ କରିଥିଲେ । ଫଳରେ ଟିମ୍ ଇଣ୍ଡିଆ ସ୍କୋର ୩୫୮ ରନରେ ପହଞ୍ଚିଥିଲା । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ୟାନସେନ ସର୍ବାଧିକ ଦୁଇଟି ଓ୍ବିକେଟ୍ ନେଇଥିଲେ । ସେହିପରି ନାନ୍ଦ୍ରେ ବର୍ଗର ଏବଂ ଲୁଙ୍ଗି ଏଙ୍ଗିଡି ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।