ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଫ୍ୟାନ୍ସଙ୍କ ଉପରେ ପଡ଼ିନି ବିରାଟ-ରୋହିତଙ୍କ ଅବସରର ପ୍ରଭାବ, ଲିଡସ୍‌ ଷ୍ଟାଡିୟମ୍‌ ପୂରା ଫୁଲ୍‌

Published By : Tapas Panda | June 21, 2025 5:11 PM

Image Courtesy: tv9hindi

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହୋଇ ଯାଇଛି । ଦୁଇ ଦଳ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ଲିଡସ୍‌ରେ ଖେଳାଯାଉଛି। ଏହି ଗସ୍ତରେ ଭାରତର ଅଭିଜ୍ଞ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା ଭାରତୀୟ ଦଳରେ ସାମିଲ ନାହାନ୍ତି । ଉଭୟ ଷ୍ଟାର ଖେଳାଳି ଟେଷ୍ଟରୁ ଅବସର ନେଇ ଯାଇଛନ୍ତି । ବିରାଟ ଏବଂ ରୋହିତଙ୍କ ଏହି ନିଷ୍ପତ୍ତି ଟେଷ୍ଟ କ୍ରିକେଟ୍ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଥିଲା। ବିଶ୍ୱାସ କରାଯାଉଥିଲା ଯେ, ସେମାନଙ୍କ ଅବସର ଭାରତ-ଇଂଲଣ୍ଡ ସିରିଜ ଉପରେ ପ୍ରଭାବ ପକାଇପାରେ । କିନ୍ତୁ ଲିଡ୍ସରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି । 

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି କରିଛି । ଏହି ହାଇ-ପ୍ରୋଫାଇଲ୍ ମ୍ୟାଚ୍ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ । ରିପୋର୍ଟ ଅନୁସାରେ, ଏହି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ତିନି ଦିନର ସମସ୍ତ ଟିକେଟ୍ ସମ୍ପୂର୍ଣ୍ଣ ବିକ୍ରି ହୋଇସାରିଛି । ଷ୍ଟାଡିୟମର ମୋଟ କ୍ଷମତା ୧୮,୦୦୦ । ଚତୁର୍ଥ ଦିନ (ସୋମବାର) ପାଇଁ ଏପର୍ଯ୍ୟନ୍ତ ୧୩,୦୦୦ ଟିକେଟ ବିକ୍ରି ହୋଇସାରିଛି । ଏହି ସଂଖ୍ୟା ଦର୍ଶାଉଛି ଯେ, ଇଂଲଣ୍ଡରେ ଟେଷ୍ଟ କ୍ରିକେଟ୍ ପ୍ରତି ଆଗ୍ରହ ଏବେ ବି ରହିଛି । ଟେଷ୍ଟ କ୍ରିକେଟକୁ ସବୁବେଳେ ଏଠାକାର ପ୍ରଶଂସକଙ୍କଠାରୁ ବିପୁଳ ସମର୍ଥନ ମିଳିଛି, ଏବଂ ଏହି ଧାରା ଏଥର ମଧ୍ୟ ଜାରି ରହିଛି । 

ଲିଡସ୍‌ ଟେଷ୍ଟର ପ୍ରଥମ ଦିନ ସମ୍ପୂର୍ଣ୍ଣ ଭାବରେ ଭାରତ କବଜାରେ ଥିଲା । ଦ୍ବିତୀୟ ଦିନରେ ମଧ୍ୟ ଭାରତ ଡ୍ରାଇଭର ସିଟ୍‌ରେ ରହିଛି। ପ୍ରଥମ ଦିନରେ ଯଶସ୍ବୀ ଜୟସ୍ବାଲ ଏବଂ ଶୁଭମନ ଗିଲ୍‌ ଶତକ କରିଥିଲେ । ଦ୍ବିତୀୟ ଦିନରେ ଗିଲ୍‌ କମାଲ କରୁଥିବା ବେଳେ ରିଷଭ ପନ୍ତ ନିଜର ଶତକ ପୂରା କରିଛନ୍ତି । ଇଂଲଣ୍ଡ ମାଟିରେ ଘରୋଇ ଦଳର ବୋଲରଙ୍କୁ ଧୋଇଛନ୍ତି ଭାରତୀୟ ବ୍ୟାଟର ।  ଭାରତୀୟ ଟେଷ୍ଟ ଦଳର ନୂଆ ଅଧିନାୟକ ଶୁଭମନ ଗିଲ ଶତକ କରିବା ସହ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି । ଟିମ୍ର ସ୍କୋର ୪୩୦ ଥିବା ବେଳେ ଅଧିନାୟକ ଗିଲ୍‌ ଆଉଟ୍‌ ହୋଇଥିଲେ । ସେ ୧୪୭ ରନ୍‌ କରି ଶୋଏବ ବଶିରଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.