ନୂଆଦିଲ୍ଲୀ : ଗୁଜୁରାଟ ବିପକ୍ଷ ମ୍ୟାଚରେ ବିରାଟଙ୍କ ନାଁରେ ଯୋଡ଼ି ହେଲା ଆଉ ଏକ ରେକର୍ଡ । ୧୩ ବଲରୁ ୨୮ ରନର ପାଳି ଖେଳିଥିଲେ କୋହଲି । ତଥାପି ଏହି ସ୍କୋର ତାଙ୍କୁ ଏକ ରେକର୍ଡ ସ୍ଥାପନ କରିବାରେ ସହାୟକ ହୋଇଛି । ବିରାଟ କୋହଲି ପ୍ରଥମ ଖେଳାଳି ଭାବେ ଏସୀୟ ମାଟିରେ ଏକ ବଡ଼ ରେକର୍ଡ କରିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଏହି ରେକର୍ଡ ସ୍ଥାପନ କରିଛନ୍ତି ।

ବିରାଟ କୋହଲି ଟି-୨୦ କ୍ରିକେଟରେ ଏସୀୟ ମାଟିରେ ୧୨ହଜାର ରନ୍ ପୂରଣ କରିଛନ୍ତି । ପ୍ରଥମ ଖେଳାଳି ଭାବେ ସେ ଏହି ରେକର୍ଡ ନିଜ ନାମରେ କରିଛନ୍ତି । ୩୪୦ ପାଳିରେ ସେ ଏହି ସ୍କୋର କରି ସଫଳତା ଅର୍ଜନ କରିଛନ୍ତି ।

ବିରାଟ କୋହଲି ଅନ୍ୟ ବ୍ୟାଟସମ୍ୟାନଙ୍କ ତୁଳନାରେ ବହୁତ ଆଗରେ ଅଛନ୍ତି। ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ଏସିଆରେ ୧୦,୨୫୨ ଟି-୨୦ ରନ୍ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରୋହିତ ଶର୍ମା ୧୦,୦୨୩ ରନ୍ ସହିତ ତୃତୀୟ ସ୍ଥାନରେ ଅଛନ୍ତି।

ବିରାଟ କୋହଲି ୪୨୨ ଟି-୨୦ ମ୍ୟାଚ୍ ଖେଳି ୧୩,୮୯୪ ରନ୍ କରିଛନ୍ତି। ସେ ନଅଟି ଶତକ ଏବଂ ୧୦୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଟି-୨୦ କ୍ରିକେଟରେ ୪୫୦ଟି ଛକା ଏବଂ ୧୨୫୦ରୁ ଅଧିକ ଚୌକା ମାରିଛନ୍ତି। ଚଳିତ IPL ସିଜିନରେ ବିରାଟ କୋହଲି RCB ପାଇଁ ସର୍ବାଧିକ ରନ ସ୍କୋରର। ସେ ନଅଟି ମ୍ୟାଚରେ ୩୭୯ ରନ କରିଛନ୍ତି, ଯାହାର ବ୍ୟାଟିଂ ହାର ୫୪ ରୁ ଅଧିକ। ସେ ତିନୋଟି ପଚାଶରୁ ଅଧିକ ସ୍କୋର କରିଛନ୍ତି।

ଏହାସହ ପଢ଼ନ୍ତୁ : କୋଲକାତାରେ ଷ୍ଟ୍ରଙ୍ଗ୍ ରୁମ ଆଗରେ ହଙ୍ଗାମା: TMC-BJP କର୍ମୀ ମୁହାଁମୁହିଁ