ନୂଆଦିଲ୍ଲୀ: ଷ୍ଟ୍ରଙ୍ଗରୁମ ଆଗରେ ହଙ୍ଗାମା । TMC-BJP କର୍ମୀ ମୁହାଁମୁହିଁ ।କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଥିବା ଷ୍ଟ୍ରଙ୍ଗ ରୁମରେ ସଂରକ୍ଷିତ ଇଭିଏମ୍ ସହିତ କିଛି ଲୋକ ହେରଫେର କରିବାକୁ ଚେଷ୍ଟା କରୁଥିବା ଟିଏମସି ନେତାମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ, ଟିଏମସି ନେତା ଶଶି ପଞ୍ଜା ଏବଂ କୁନାଲ ଘୋଷ ଷ୍ଟ୍ରଙ୍ଗ ରୁମ ବାହାରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି ।
❗️ALARMING❗️
— All India Trinamool Congress (@AITCofficial) April 30, 2026
This is the murder of democracy in broad daylight.
CCTV footage has exposed how @BJP4India, in active collusion with the @ECISVEEP, is opening ballot boxes without the presence of any relevant party stakeholders. This is gross electoral fraud being committed openly… pic.twitter.com/aSe36kGKPI
ଏହାସହ ବିଜେପି ନେତା ତାପସ ରାୟ ମଧ୍ୟ ତାଙ୍କ ସମର୍ଥକମାନଙ୍କ ସହିତ ଷ୍ଟ୍ରଙ୍ଗ ରୁମ ଆଗରେ ପହଞ୍ଚିଛନ୍ତି । ଏହି ସମୟରେ ବିଜେପି ଏବଂ ଟିଏମସି ନେତାମାନେ ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ସ୍ଲୋଗାନ ଦେଇ ଷ୍ଟ୍ରଙ୍ଗ ରୁମ ସମ୍ମୁଖରେ ହଙ୍ଗାମା କରୁଛନ୍ତି । ଖବର ପାଇବା ପରେ ମମତା ବାନାର୍ଜୀ ମଧ୍ୟ ପହଞ୍ଚିଛନ୍ତି । ଟିଏମସି ଅଭିଯୋଗ କରିଛି କି, ବିଜେପି ଏବଂ ନିର୍ବାଚନ କମିଶନ ଅଧିକାରୀମାନେ ହେରଫେର କରୁଥିବା ଅଭିଯୋଗ ହୋଇଛି ।
#WATCH | Kolkata | TMC leader Shashi Panja says, "We were sitting on the dharna peacefully...BJP leaders created a ruckus here..." https://t.co/HLCEHzzeSG pic.twitter.com/avGuGlEFgA
— ANI (@ANI) April 30, 2026
କୁନାଲ ଘୋଷ କହିଛନ୍ତି, "... ନିର୍ବାଚନ କମିଶନଙ୍କ ଲାଇଭଷ୍ଟ୍ରିମ୍ ଏବଂ ସିସି କ୍ୟାମେରାରେ ଆପଣ ଦେଖିପାରିବେ ଯେ କିଛି ଲୋକ ଭିତରେ କାମ କରୁଛନ୍ତି। ଆମର କୌଣସି ପ୍ରତିନିଧି ଭିତରେ ନାହାନ୍ତି। ସେମାନେ ଆମକୁ ଭିତରକୁ ପ୍ରବେଶ କରିବାକୁ ଦେଉନାହାଁନ୍ତି । ସେମାନେ ଆମକୁ ଅନ୍ୟ ପ୍ରାର୍ଥୀଙ୍କ ସହ କଥା ହେବାକୁ କହୁଛନ୍ତି। ଆମେ ଅନ୍ୟ ପ୍ରାର୍ଥୀଙ୍କ ଦାୟିତ୍ୱ କାହିଁକି ନେବୁ?..." ଶଶି ପଞ୍ଜା କହିଛନ୍ତି, "... ଆମେ ଚିନ୍ତିତ। କୌଣସି ହେରଫେର ହେବା ଉଚିତ୍ ନୁହେଁ। ଆମକୁ ଏସବୁ କାହିଁକି ଦେଖାଯାଉନାହିଁ?"
ବିଧାନସଭା ନିର୍ବାଚନ ଫଳାଫଳ ମେ’ ୪ରେ
ଏହା ଉଲ୍ଲେଖ କରିବା ଉଚିତ ଯେ ପଶ୍ଚିମବଙ୍ଗରେ ଭୋଟ୍ ଦୁଇଟି ପର୍ଯ୍ୟାୟରେ ହୋଇଥିଲା। ଭୋଟ୍ ଗଣନା ଏବେ ମେ’୪ ତାରିଖରେ ହେବ । ଭୋଟ୍ ଗଣନା ପାଇଁ ବଙ୍ଗଳାରେ ୭୭ଟି ଗଣନା କେନ୍ଦ୍ର ସ୍ଥାପନ କରାଯାଇଛି।
ଏହାସହ ପଢ଼ନ୍ତୁ : ଏଗଜିଟ୍ ପୋଲ୍ ରିପୋର୍ଟକୁ ନେଇ ଏମିତି କହିଲେ ସଞ୍ଜୟ ରାଉତ