ନୂଆଦିଲ୍ଲୀ,୨୧/୧୨: ବର୍ଡର-ଗାଭାସ୍କର ଟ୍ରଫିର ଗତ ଦୁଇଟି ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଭେଟେରାନ ବିରାଟ କୋହଲି  ସାଥି ଖେଳାଳିଙ୍କ ସହ ଗତକାଲି  ମେଲବର୍ଣ୍ଣରେ ପହଞ୍ଚିଥିଲେ । ମେଲବର୍ଣ୍ଣ ବିମାନବନ୍ଦରରେ  ଜଣେ ସାମ୍ବାଦିକାଙ୍କ ଫଟୋ ଉତ୍ତୋଳନକୁ ନେଇ ସେ ଉତ୍‌କ୍ଷିପ୍ତ  ହୋଇଯାଇଥିଲେ । ତାଙ୍କର ନୂଆ ‘ହେୟାର ଷ୍ଟାଇଲ’  ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ପ୍ରଶଂସକ  ଏହାକୁ ପସନ୍ଦ କରୁଛନ୍ତି ।  

ଚତୁର୍ଥ ଟେଷ୍ଟ ପୂର୍ବରୁ  କୋହଲି ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି । ନୂଆ ଲୁକ୍‌ ଏବଂ ନୂଆ ରଣନୀତି ସହ ମେଲବର୍ଣ୍ଣ ମଇଦାନରେ ଅବତୀର୍ଣ୍ଣ ହୋଇ ନିଜ ସମାଲୋଚକଙ୍କୁ ବଡ଼ ଇନିଂସ ଖେଳି ଜବାବ ଦେବାକୁ ଚାହାନ୍ତି । 

ଏ ପର୍ଯ୍ୟନ୍ତ ବର୍ଡର-ଗାଭାସ୍କର  ସିରିଜ ୧-୧ରେ ବରାବର ରହିଛି । ଆଉ ୨ଟି ମ୍ୟାଚ୍‌ ଖେଳାଯିବାକୁ ବାକି  ଅଛି । ତୃତୀୟ ଟେଷ୍ଟରେ କୋହଲି  ୩ ରନ୍‌ ଏବଂ ଦ୍ୱିତୀୟ ଟେଷ୍ଟରେ ୭  ଓ ୧୧ ରନ୍‌ କରିଥିଲେ । ସେହିପରି  ପ୍ରଥମ ଟେଷ୍ଟରେ ୫ ଏବଂ ୧୦୦  ରନ୍‌ କରି ଅପରାଜିତ ରହିଥିଲେ ।