ରାଏପୁର, ୦୩/୧୨: ବାରଟ କୋହଲିଙ୍କ ବ୍ୟାକ୍ ଟୁ ବ୍ୟାକ୍ ସେଞ୍ଚୁରୀ । ରାଞ୍ଚି ପରେ ରାଏପୁରରେ ଶତକୀୟ ଇନିଂସ ଖେଳିରେ କିଙ୍ଗ କୋହଲି । ଭାରତ-ଦକ୍ଷିଣ ଅଫ୍ରିକା ଦ୍ବିତୀୟ ଦିନିକିଆରେ ୯୦ ବଲରେ ଶତକ ହାସଲ କରିଛନ୍ତି । ଏହା ବିରାଟଙ୍କ ଦିନିକିଆ କ୍ୟାରିୟରର ୫୩ତମ ଶତକ । ଏହା ପୂର୍ବରୁ ରାଞ୍ଚିରେ ୧୩୫ ରନର ଦମଦାର ଇନିଂସ ଖେଳିଥିଲେ ବିରାଟ କୋହଲି । ​​​​​​​

​​​​​​​ବୁଧବାର ଛତିଶଗଡ଼ ରାଏପୁରରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଦିନିକିଆ ଜାରି ରହିଛି । ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ଶୃଙ୍ଖଳା ବଞ୍ଚାଇବାକୁ ହେଲେ ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ୍ କର ବା ମର ସ୍ଥିତି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ କ୍ୟାପଟେନ୍ ଟେମ୍ବା ବଭୁମା, ଟିମ୍ ଇଣ୍ଡିଆକୁ ଆମନ୍ତ୍ରଣ କରିଥିଲେ । ତେବେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ରୋହିତ୍ ଶର୍ମା ଏବଂ ଯଶସ୍ବୀ ଜୈସ୍ବାଲ । ପ୍ରାରମ୍ଭରୁ ଭଲ ଭଗିଦାରୀ ଗଢ଼ି ଉଠିଥିଲେ ମଧ୍ୟରେ ଏହାକୁ ଆଗକୁ ନେଇ ପାରିନଥିଲେ ଭାରତୀୟ ଦଳର ଦୁଇ ଓପନର । ହିଟ୍ ମ୍ୟାନ୍ ପ୍ରଥମେ ପରେ ଜୈସ୍ବାଲ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ । ଏହା ପରେ ପିଚ୍ ଆସିଥିଲେ ବିରାଟ୍ କୋହଲି । ଧମଦାର ଫର୍ମ ସହିତ ପଡ଼ିଆକୁ ଓହ୍ଲାଇଥିଲେ । ଆରମ୍ଭ ରୁତୁରାଜ ଗାଏକ୍ବଡଙ୍କ ସହ ଜଗିରହି ଖେଳିଥିଲେ । ପରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଉଭୟ ଖେଳି ତଡ଼ିପାର୍ ଦେଇଥିଲେ । ରିତୁରାଜ ଗାଏକ୍ବାଡ୍ ପ୍ରଥମେ ଦିନିକିଆରେ ପ୍ରଥମ ଶତକ ହାସଲ କରିଥିଲେ । ପରେ ବିରାଟ କୋହଲି ମାତ୍ର ୯୦ଟି ବଲ୍ ଖେଳି ସେଞ୍ଚୁରୀ ମାରିଥିଲେ । ଏହା ଥିଲା ତାଙ୍କ ଦିନିକିଆ କ୍ୟାରିୟରର ୫୩ତମ ଶତକ । ପରେ ସେ ୯୩ ବଲରୁ ୧୦୨ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ । ଏଥିରେ ୭ଟି ଚୌକା ଏବଂ ୨ଟି ଛକା ରହିଛି । ଗତ ମ୍ୟାଚରେ ମଧ୍ୟ ବିରାଟ କୋହଲି ଶତକୀୟ ପାଳି ଖେଳିଥିଲେ । ସେ ରାଞ୍ଚି ମ୍ୟାଚରେ ୧୩୫ ରନ ଜବରଦସ୍ତ ଇନିଂସ ଖେଳିଥିଲେ ।