ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

IND vs NZ Final: ଫାଇନାଲ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଟେନସନ୍‌, ଅଭ୍ୟାସ ବେଳେ କୋହଲି ଆହତ

Published By : Tapas Panda | March 8, 2025 8:06 PM

Image Courtesy: tv9hindi

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଖେଳାଯିବ। ଉଭୟ ଦଳ ପୂର୍ଣ୍ଣ ଶକ୍ତିର ସହିତ ଏହି ଫାଇନାଲ୍ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ । କିନ୍ତୁ ଏହା ପୂର୍ବରୁ, ଭାରତୀୟ ଦଳକୁ ଏକ ବିଚଳିତ କଲାଭଳି ଖବର ମିଳିଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆର ଅଭ୍ୟାସ ସେସନ୍ ସମୟରେ କୋହଲି ଆହତ ହୋଇଛନ୍ତି । ବ୍ୟାଟିଂ ସମୟରେ କୋହଲିଙ୍କୁ ଏହି ଆଘାତ ଲାଗିଛି । ଏହା ପରେ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଛନ୍ତି । 

ବଲ୍ ଆଣ୍ଠୁରେ ବାଜିଛି

ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଆଇସିସି ଏକାଡେମୀରେ ଅଭ୍ୟାସ ସମୟରେ ବିରାଟ ଦ୍ରୁତ ବୋଲରଙ୍କ ସାମ୍ନା କରୁଥିବା ସମୟରେ ଏକ ବଲ୍ ତାଙ୍କ ଆଣ୍ଠୁରେ ବାଜିଥିଲା। ଏହା ପରେ ସେ ବ୍ୟାଟିଂ ବନ୍ଦ କରିଦେଇଥିଲେ ଏବଂ ଭାରତୀୟ ଦଳର ଡାକ୍ତର ତାଙ୍କର ଚିକିତ୍ସା କରିଛନ୍ତି । ଏହା ପରେ କୋହଲି ଅଭ୍ୟାସ କରିନଥିଲେ । କିନ୍ତୁ ସେ ଅନ୍ୟ ଖେଳାଳିଙ୍କ ଅଭ୍ୟାସ ଦେଖିଥିଲେ । 

ଫାଇନାଲ ପାଇଁ କୋହଲି ଫିଟ୍ ଅଛନ୍ତି

ବିରାଟ ନିକଟରେ ସେ ଆଣ୍ଠୁରେ ଆଘାତ ଯୋଗୁଁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳିପାରି ନଥିଲେ। ଏପରି ପରିସ୍ଥିତିରେ, ସଦ୍ୟତମ ଆଘାତ ଟିମ୍ ଇଣ୍ଡିଆ ଏବଂ ଏହାର ପ୍ରଶଂସକମାନଙ୍କୁ ଅସୁବିଧାରେ ପକାଇପାରେ। ତଥାପି ଆଶ୍ୱସ୍ତିର କଥା ହେଉଛି ଯେ, କୋହଲିଙ୍କୁ ସାମାନ୍ୟ ଆଘାତ ଲାଗିଛି । ଭାରତୀୟ ଦଳର ସହାୟକ କର୍ମଚାରୀଙ୍କ ଅନୁସାରେ, କୋହଲି ଫାଇନାଲ ପାଇଁ ଫିଟ୍ ଅଛନ୍ତି ଏବଂ ସେ ପଡ଼ିଆକୁ ଓହ୍ଲାଇବେ।

ଭାରତ ପାଇଁ ସର୍ବାଧିକ ରନ

ଟାଇଟଲ ଜିତିବାକୁ ହେଲେ ବିରାଟ କୋହଲି ଫିଟ୍ ହୋଇ ପଡ଼ିଆକୁ ଆସିବା ଟିମ୍ ଇଣ୍ଡିଆ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ବିରାଟଙ୍କ ପ୍ରଦର୍ଶନ ଭଲ ରହିଛି । ସେ ଭାରତ ପାଇଁ ସର୍ବାଧିକ ରନ କରିଛନ୍ତି। ପାକିସ୍ତାନ ବିପକ୍ଷରେ ଟାର୍ଗେଟର ପିଛା କରିବା ସମୟରେ କୋହଲି ୧୦୦ ରନର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ । ତା'ପରେ ସେମିଫାଇନାଲରେ ମଧ୍ୟ କୋହଲି ୮୪ ରନ କରି ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ କରାଇଥିଲେ ଏବଂ ଫାଇନାଲକୁ ନେଇଯାଇଥିଲେ । କୋହଲି ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟର ୪ଟି ଇନିଂସରେ ୨୧୭ ରନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.