ଇନ୍ଦୋର; ୧୮/୧ : ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ଶତକ ମାରିଛନ୍ତି କୋହଲି । ସେ ମାତ୍ର ୯୧ ବଲରୁ ଶତକ ହାସଲ କରିଛନ୍ତି । ଏହି ରୋମାଞ୍ଚକର ମ୍ୟାଚ ଏବେ ଜାରି ରହିଛି । ତେବେ ପ୍ରଶରମ୍ଭିକ ବ୍ୟାଟ୍ସମ୍ୟାନାମାନେ ଖରାପ ପ୍ରଦର୍ଶନ କରିଥିଲେ । ମାତ୍ର କୋହଲି ଏକାକି ଦଳକୁ ବିଜୟ ପଥରେ ଆଗେଇ ନେଉଛନ୍ତି । ସେ ଏହି ମ୍ୟାଚରେ ଲଢ଼ୁଆ ଶତକ ହାସଲ କରିଛନ୍ତି । ପୂର୍ବରୁ ଏହି ଷ୍ଟାଡିୟମରେ କୋହଲି ୪ ପାଳିରେ ମାତ୍ର ୯୯ ରନ କରିଥିଲେ । ଏଠାରେ ତାଙ୍କର ଗୋଟିଏ ବି ଅର୍ଦ୍ଧଶତକ ନଥିଲା । ମାତ୍ର ଏବେ ସେ ଶତକ ହାସଲ କରି ସବୁ ରେକର୍ଡ ଭାଙ୍ଗିଛନ୍ତି । ଦିନିକିଆରେ କୋହଲି ନିଜର ୫୪ତମ ଶତକ ହାସଲ କରିଛନ୍ତି । ପ୍ରଥମେ ନୀତିଶ କୁମାରଙ୍କ ସହ ଭଲ ପାର୍ଟନରସିପ୍ କରିଥିଲେ କୋହଲି । ପରେ ହର୍ଷିତ ରାଣା ଦମଦାର ପାଳି ଖେଳିଛନ୍ତି । ମ୍ୟାଚଯି ଏବେ ରୋମାଞ୍ଚକର ହେବାକୁ ଯାଉଛି । ଆଜିର ମ୍ୟାଚରେ ଯିଏ ଜିତିବ ସେ ସିରିଜ୍ ଜିତିବ । ଏବେ କୋହଲି ଏକାକି ଦଳ ପାଇଁ ଲଢ଼େଇ ଜାରି ରଖିଛନ୍ତି ।