ଭୁବନେଶ୍ଵର : କିଛି ଲୋକଙ୍କର ପାଦ ଓ ହାତରେ ନୀଳ ଶିରା ଦେଖିବାକୁ ମିଳିଥାଏ । ଏହାକୁ ବହୁ ଲୋକ ଖୁବ୍ ସାଧାରଣ ଭାବି ନେଇଥାନ୍ତି, ଯାହା ସମ୍ଫୂର୍ଣ୍ଣ ଭୁଲ୍ । ଏହି ନୀଳ ଶିର କେବେ କେବେ କିଛି ସମସ୍ୟାରୁ ଦେଖା ଦେଇଥାଏ ତ ଆଉ କେବେ ବୟସାଧି କରାଣରୁ । ଚାଲନ୍ତୁ ଜାଣିବା ଏହାର କାରଣ ଓ ସୁରକ୍ଷାର ଉପାୟ । ଆପଣଙ୍କ ପାଦରେ ନୀଳ ଶିରା ବାହାରକୁ ଆସିବା ପରି ଦେଖାଯାଉଛି କି? ଏହି ଶିରାରେ ଯନ୍ତ୍ରଣା ହେଉଛି କି? ଯଦି ହେଉଥାଏ, ତେବେ ତୁରନ୍ତ ଡାକ୍ତର ପରାମର୍ଶ କରନ୍ତୁ । ପାଦ ଶରୀରର ଅଧିକାଂଶ ଭାର ସମ୍ଭାଳିବା ସହ ଶାରିରୀକ ଗତିବିଧି ସଞ୍ଚାଳିତ କରିଥାଏ । ତେଣୁ ପାଦରେ ଯନ୍ତ୍ରଣା ହେବା ସହ ଚଲାବୁଲା କରିବାରେ ସମସ୍ୟା ଆସିଥାଏ । ଯେପରିକି ପାଦରେ ଉପରକୁ ବାହାରି ଆସିଥିବା ଶିରରେ ଯନ୍ତ୍ରଣା ହେବା । ଅନେକ ସମୟରେ ଏହି ଯନ୍ତ୍ରଣା ଯୋଗୁ ଠିଆହେବା ସମ୍ଭବ ହୁଏନା । ଠିକ୍ ସମୟରେ ଏହାର ଚିକିତ୍ସା କରା ନଗଲେ ରୋଗ ଗମ୍ଭୀର ରୂପ ନେଇପାରେ । ବାହାରି ଆସିଥିବା ଶିରା ଅର୍ଥାତ୍ ଭେରିକୋଜ୍ ଭେନ୍ ସମସ୍ୟା ପାଦ ସହ ହାତରେ ମଧ୍ୟ ହୋଇଥାଏ । ଏହାର କାରଣ ଉଭୟ ହାତପାଦ ମାଧ୍ୟମରେ ଶରୀରର ଅନେକ କ୍ରିୟା ସମ୍ପାଦନ କରିବାକୁ ପଡିଥାଏ । ବିଶେଷକରି ପାଦ ଉପରେ ସାରା ଶରୀରର ଭାର ସମ୍ଭାଳିବାକୁ ପଡିଥାଏ । ସେଥିପାଇଁ ଶିରା ବାହାରକୁ ଆସିବା ପରି ସମସ୍ୟା ଦେଖାଯାଇଥାଏ । ଏହାର ଅନେକ କାରଣ ରହିଥାଏ । ଯେପରିକି...
ଅଧିକ ଶାରିରୀକ ଗତିବିଧି
ଅଧିକ ଶାରିରୀକ ଗତିବିଧି ଅର୍ଥାତ୍ ଅଧିକ ଚଲାବୁଲା କରିବା କାରଣରୁ ପାଦର ଶିରରେ ଯନ୍ତ୍ରଣା ଆସିଥାଏ । ବାସ୍ତବରେ ଅଧିକ ଶାରିରୀକ ଗତିବିଧି ଯୋଗୁ ରକ୍ତ ପ୍ରବାହ ବଢିବା ସହ ଶିରା ବାହାରି ଆସିବା ପରି ଦେଖାଯାଇଥାଏ ।
ଶରୀରର ତାପମାତ୍ରା ବଢିବା
ଶରୀରର ତାପମାତ୍ରା ବଢିବା କାରଣରୁ ଶିରାରେ ଯନ୍ତ୍ରଣା ସମସ୍ୟା ଉପୁଜିଥାଏ । ଏପରି ହେବାର କାରଣ ତାପମାତ୍ରା ବଢିବା ଦ୍ୱାରା ରକ୍ତକୁ ଥଣ୍ଡା କରିବା ପାଇଁ ଶରୀରର ରକ୍ତକୁ ବାହାର ଆସ୍ତରଣକୁ ପଠାଇ ଦେଇଥାଏ । ଫଳରେ ରକ୍ତ ସଞ୍ଚାରଣ ବଢିବା ଦ୍ୱାରା ଶିରା ବାହାରି ଆସିବା ପରି ଜଣାପଡିଥାଏ ।
ବଢୁଥିବା ବୟସର ପ୍ରଭାବ
ହାତ-ପାଦରେ ବାହାରି ଆସିଥିବା ଶିରା ବଢୁଥିବା ବୟସର ପ୍ରଭାବ ମଧ୍ୟ ହୋଇପାରେ । ବୟସ ବଢିବା ସହ କୋଲେଜନ୍ର ନିର୍ମାଣ କମ୍ ହୋଇଥାଏ । ସେହି କାରଣରୁ ତ୍ଵଚା ପତଳା ହୋଇଯାଇଥାଏ । ତେଣୁ ଶିରା ଉପରକୁ ଉଠି ଆସିବା ପରି ଲାଗିଥାଏ ।
ଶିର କ୍ଷତିଗ୍ରସ୍ତ ହୋଇଥିଲେ
ଶିରା କ୍ଷତିଗ୍ରସ୍ତ ହେବା କାରଣରୁ ଭେରିକୋଜ୍ ଭେନ୍ ସମସ୍ୟା ହୋଇପାରେ । କୌଣସି ଦୁର୍ଘଟଣା କାରଣରୁ ଶିରାର ଭାଲ୍ଭ୍ କ୍ଷତିଗ୍ରସ୍ତ ହେବା ଦ୍ୱାରା ଶିରରେ ସ୍ଥାୟୀ ଭାବେ ଯନ୍ତ୍ରଣା ରହିଯାଇଥାଏ । ଆଘାତ ଯୋଗୁ ପାଦର ଶିରାରେ ଥିବା ଯନ୍ତ୍ରଣାକୁ ଠିକ୍ କରିପାରିବେ ।
ମାଲିସ୍ ଯନ୍ତ୍ରଣା କମାଏ
ମାଲିସ୍ ପାଇଁ ସୋରିଷ ବା ନଡ଼ିଆ ତେଲର ବ୍ୟବହାର କରିପାରିବେ । ଏହାଦ୍ୱାରା ରକ୍ତ ସଞ୍ଚାଳନ ତୀବ୍ର ହୋଇଥାଏ ଏବଂ ବାହାରି ଆସିଥିବା ଶିର କାରଣରୁ ପାଦରୁ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
କାଢା ହୋଇଥାଏ ଲାଭଦାୟକ
ଶିର ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଅଦାରେ ତିଆରି କାଢା ଖୁବ୍ ଲାଭଦାୟକ । କାରଣ ଅଦାରେ ଆଣ୍ଟିଇନ୍ଫ୍ଲାମେଟୋରୀ ରହିଥାଏ । ତେଣୁ ଅଦା କାଢା ପିଇବା ଦ୍ୱାରା ଶିର ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।