ନୂଆଦିଲ୍ଲୀ,୧୦।୧୧: ଭ୍ଲାଦିମିର ପୁଟିନ କ୍ରେମଲିନ୍ (ରୁଷ ରାଷ୍ଟ୍ରପତି ବାସଭବନ)ରେ ତାଙ୍କ ଝିଅ କାଟେରିନା ତିଖୋନୋଭାଙ୍କୁ ପ୍ରମୁଖ ଦାୟିତ୍ୱ ଦେଇପାରନ୍ତି। ମସ୍କୋରୁ ନେଇ ସାରା ୟୁରୋପ ପର୍ଯ୍ୟନ୍ତ ଏହି ଖବର ଉପରେ ଖୁବ୍ ଚର୍ଚ୍ଚା। କାରଣ ନିକଟରେ ଖବର ପ୍ରକାଶ ପାଇଥିଲା ଯେ, ରୁଷର ବୈଦେଶିକ ମନ୍ତ୍ରୀ ଏବଂ ପୁଟିନଙ୍କ ଘନିଷ୍ଠ ସହଯୋଗୀ ସେରଗେଇ ଲାଭରୋଭ କ୍ରେମଲିନ୍ ଠାରୁ ଦୂରରେ ରହୁଛନ୍ତି। କୁହାଯାଉଛି ଯେ ପୁଟିନଙ୍କ ସାନ ଝିଅ ତିଖୋନୋଭା ଏବେ ଲାଭରୋଭଙ୍କୁ ସ୍ଥାନ ନେବାକୁ ଚାହୁଁଛନ୍ତି। ‘ପୁଟିନଙ୍କ ଭାଷଣ ଲେଖୁଥିବା କ୍ରେମଲିନ୍ର ପୂର୍ବତନ କର୍ମଚାରୀ ଆବ୍ବାସ ଗାଲିଆମୋଭ ‘ଦ ସନ୍’କୁ ଦେଇଥିବା ସୂଚନା ଅନୁସାରେ, ଟ୍ରମ୍ପ-ପୁଟିନଙ୍କ ବୁଡାପେଷ୍ଟ ଗସ୍ତ ବାତିଲ ହେବା ମାତ୍ରେ, ପୁଟିନଙ୍କ ଝିଅ ଆକ୍ଟିଭ ହୋଇଯାଇଛନ୍ତି। ୩୯ ବର୍ଷୀୟା ତିଖୋନୋଭାଙ୍କ ନଜର ଏବେ ଲାଭରୋଭଙ୍କ ଚୌକି ଉପରେ ରହିଛି।
୭୫ ବର୍ଷୀୟ ସାର୍ଗେଇ ଲାଭରୋଭ ଜଣେ ଚତୁର ଡିପ୍ଲୋମାଟ ଭାବରେ ପରିଚିତ।ପ୍ରାୟ ୨୦ ବର୍ଷ ହେବ ରୁଷ ରାଷ୍ଟ୍ରଦୂତ ରହି ସାରିଛନ୍ତି। ଏହି ସମୟରେ ରୁଷରେ ୨ ରାଷ୍ଟ୍ରପତି ବଦଳି ସାରିଛନ୍ତି, କିନ୍ତୁ ଲାଭରୋଭ ନିଜ ପଦରେ ଅଛନ୍ତି। ଲାଭରୋଭଙ୍କୁ ପୁଟିନ୍ଙ୍କ ଖୁବ୍ ଘନିଷ୍ଠ ବୋଲି ମନେକରାଯାଏ। ପୁଟିନଙ୍କ ଡିପ୍ଲୋମାଟିନ୍ ମିଶନ୍ରେ ସେ ସମ୍ପୂର୍ଣ୍ଣ ଫିଟ୍।
ତିଖୋନୋଭା ହେଉଛନ୍ତି ପୁଟିନଙ୍କ ପ୍ରଥମ ପତ୍ନୀ ଲୁଡମିଲାଙ୍କ ଠାରୁ ଦ୍ୱିତୀୟ ସନ୍ତାନ। ସେ ସେଣ୍ଟ ପିଟର୍ସବର୍ଗ ଷ୍ଟେଟ୍ ୟୁନିଭରସିଟିରେ ଶିକ୍ଷାଗ୍ରହଣ କରିଥିଲେ। ସ୍ନାତକ ସମୟରେ, ତିଖୋନୋଭା ଏସୀୟ ଦେଶଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଅଧ୍ୟୟନ କରିଥିଲେ। ୨୦୨୨ ରେ, ତିଖୋନୋଭାଙ୍କୁ ଆମଦାନୀ ପ୍ରତିସ୍ଥାପନ ସମନ୍ୱୟ ପରିଷଦର ସହ-ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା, ଯାହା ରୁଷିଆର ସମସ୍ତ ପ୍ରମୁଖ ଉଦ୍ୟୋଗୀଙ୍କ ସହ ଜଡିତ ଏକ ସଂଗଠନ। ଟିଖୋନୋଭା ଏବେ କ୍ରେମଲିନ ଉପରେ ତାଙ୍କର ଦୃଷ୍ଟି ପକାଇଛନ୍ତି ଏବଂ ଆନ୍ତର୍ଜାତୀୟ ବ୍ୟାପାରରେ କାମ କରିବାକୁ ଚାହୁଁଛନ୍ତି। ମସ୍କୋ ଟାଇମ୍ସ ଲାଭରୋଭଙ୍କ ବିଷୟରେ କହିଛି ଯେ ବୁଡାପେଷ୍ଟ ଶିଖର ସମ୍ମିଳନୀ ବାତିଲ ହେବା ପରେ ପୁଟିନ ଏବଂ ଲାଭରୋଭଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଲାଭରୋଭଙ୍କୁ ଏକ ଆଫ୍ରିକୀୟ ଦ୍ୱୀପରେ ପ୍ରସ୍ତାବିତ ଜି-୨୦ ବୈଠକରେ ପଠାଯାଇ ନଥିଲା, ଯଦିଓ ସେ ସବୁଠାରୁ ଉପଯୁକ୍ତ ପ୍ରାର୍ଥୀ ଥିଲେ। ଲାଭରୋଭ କିମ୍ବା ପୁଟିନ କେହି ଏହାର ପ୍ରତିକ୍ରିୟା ଦେଇ ନାହାଁନ୍ତି। ତଥାପି, କ୍ରେମଲିନର ଜଣେ ମୁଖପାତ୍ର କହିଛନ୍ତି , ଏଭଳି ରିପୋର୍ଟରେ କୌଣସି ଦମ୍ ନାହିଁ।