ପ୍ରମୂଖ ଖବର
  • ଭାପୁର : ବ୍ରିଜ ନିର୍ମାଣ ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକ ମୃତ, ଜଣେ ଆହତ
  • ||
  • ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ୫ ହଜାର ଟଙ୍କାର ଜରିମାନା
  • ||
  • ଛତ୍ରପୁର : ହୁମା ନିକଟ ଜାତୀୟ ରାଜପଥ ଉପରେ ଲୁଟ୍‌ ଉଦ୍ୟମ, କାର୍‌ ଉପରକୁ ୮ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ମୁମ୍ବାଇ ସିଟିକୁ ଭେଟିବ ଓଡ଼ିଶା ଏଫ୍‌ସି
  • ||
  • ରାଉରକେଲା ରେଳ ଷ୍ଟେସନରୁ ୫୮କେଜି ରୂପା ଜବତ, ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କଲା ଜିଆରପି
  • ||
  • ଟାଙ୍ଗୀ : ନିମ୍ୱ ଗଛରୁ ବୋହୁଛି କ୍ଷୀର, ଗଛକୁ ପୂଜା କରୁଛନ୍ତି ଲୋକେ
  • ||
  • ହାଇଦ୍ରାବାଦରେ ଅଲ୍ଲୁଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋରେ ଦଳାଚକଟା, ମହିଳା ମୃତ,ଏକାଧିକ ଆହତ
  • ||
  • ମନି ଲଣ୍ଡରିଂ ମାମଲାରେ ଆଇଏସ ସଂଞ୍ଜୀବ ହଂସଙ୍କ ବଢିଲା ଅଡୁଆ, ୧୩ ସ୍ଥାନରେ ରେଡ଼୍
  • ||
  • ଶିମିଳିପାଳରେ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା, ୩ ଅଭିଯୁକ୍ତ ଗିରଫ
  • ||
  • ଓୟୁଏଟି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ, ସନ୍ଧ୍ୟାରେ ଜୁଡିସିଆଲ କମ୍ପେ୍ଲକ୍ସର କରିବେ ଉଦ୍‌ଘାଟନ
  • ||
  • ମହାରାଷ୍ଟ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଶପଥ ଉତ୍ସବରେ ହେବେ ସାମିଲ
  • ||
  • ଭଦ୍ରକ : ବେକରେ ଛୁରୀ ଲଗାଇ ଲୁଟ୍‌ କଲେ ୬ ଦୁର୍ବୃତ୍ତ, ପରିବାରର ୪ ସଦସ୍ୟ ଆହତ
  • ||
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନବିସ; ଅଜିତ, ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ
  • ||
  • ଶନିବାରଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||
  • ଭଦ୍ରକ : କାର୍‌ରୁ ୯ ଗୋରୁ ଉଦ୍ଧାର, ୨ ଗିରଫ
  • ||

ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ପାଇଁ ମତଦାନ ଆରମ୍ଭ, ନେତା ବାଛୁଛନ୍ତି ଜନତା

ମୁମ୍ବାଇ,୨୦/୧୧: ଭୋଟ ଦେଉଛି ମହାରାଷ୍ଟ୍ର । ନେତା ବାଛୁଛନ୍ତି ଜନତା । ସକାଳ ୭ଟାରୁ ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି । ଧାଡିରେ ରହି ମଦଦାନ ସାବ୍ୟସ୍ତ କରୁଛନ୍ତି ଜନତା । ୨୮୮ ଆସନରେ ମୋଟ ୧୫୮ ଦଳ ରହିଛନ୍ତି । ୯.୭୦ କୋଟି ଭୋଟର ସେମାନଙ୍କ ନେତା ବାଛୁଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ର ପାଇଁ ଭୋଟିଂ ହେଉଛି ।

ମହରାଷ୍ଟ୍ରରେ ମହାୟୁତି ଓ ମହା ବିକାଶ ଅଘାଡି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ବିଜେପି ନେତୃତ୍ବଧୀନ ମହାୟୁତି କ୍ଷମତା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବା ବେଳେ ମହା ବିକାଶ ଅଘାଡି କ୍ଷମତାକୁ ଫେରିବାକୁ ଆଶାବାଦୀ ରହିଛି । ଏନସିପି ଓ ଶିବସେନା ଦୁଇ ଭାଗ ହେବା ପରେ ରାଜ୍ୟରେ ବହୁମୁଖୀ ଲଢେଇ ହେଉଛି । ଶିବସେନା ଓ ଏନସିପି ପାଇଁ ଅଗ୍ନି ପରୀକ୍ଷା ହେବ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ସଂଧ୍ୟା ୬ଟା ଯାଏ ଚାଲିବ। ଶୃଙ୍ଖଳିତ ମତଦାନ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ହୋଇଛି । ୨୫ ହଜାର ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । 

ମୋଟ ୪,୧୩୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ନିର୍ବାଚନରେ ବିଜେପି ୧୪୯ ଆସନରେ ଲଢୁଥିବା ବେଳେ ଶିବସେନା ୮୧, ଏନସିପି ୫୯, କଂଗ୍ରେସରୁ ୧୦୧ ପ୍ରାର୍ଥୀ ମୈଦାନରେ ରହିଛନ୍ତି। ସେହିପରି ଶିବସେନା ୟୁଟିବି ୯୫,ଏନସିପି (ଶରଦ ପାୱାର) ୮୬ ପ୍ରାର୍ଥୀ ଲଢେଇ କରୁଛନ୍ତି । ବିଏସପି ୨୩୭ ଆସନରେ ପ୍ରତିଯୋଗିତା କରୁଛି । ୨୦୧୯ ନିର୍ବାଚନରେ ବିଜେପି ୧୦୫ଟି ଆସନ ଜିତିଥିଲା। ଶିବସେନା ୫୬ ଓ କଂଗ୍ରେସ ୪୪ଟି ଆସନରେ ବିଜୟୀ ହୋଇଥିଲେ ।

୬ଟି ପ୍ରମୁଖ ଦଳକୁ ମିଶାଇ ମୋଟ ୧୫୮ଟି ଦଳ ନିଜ ଭାଗ୍ୟ ପରୀକ୍ଷା ଦେଉଛନ୍ତି । କିନ୍ତୁ ମୋଟାମୋଟି ଭାବେ କହିବାକୁ ଗଲେ ମହାୟୁତି ଓ ମହା ବିକାଶ ଅଘାଡି ମେଣ୍ଟ ଭିତରେ କଡା ମୁକାବିଲା ହେବ । ରାଜ୍ୟରେ ମୋଟ ୯.୭୦ କୋଟି ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୨.୨ ଲକ୍ଷ ପ୍ରଥମ ଥର ମତଦାନ ସାବ୍ୟସ୍ତ କରୁଛନ୍ତି । ଆସନ୍ତା ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । 

ଝାଡଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ- ଗତ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଆଜି ଝାଡଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ୮୧ ଆସନରୁ ୩୮ ଆସନରେ ଆଜି ଭୋଟ ଗ୍ରହଣ ହେଉଛି । କଡା ସୁରକ୍ଷା ଭିତରେ ମଦତାନ ଜାରି ରହିଛି । ଦ୍ବିତୀୟ ପର୍ଯ୍ୟାୟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ,ତାଙ୍କ ପତ୍ନୀ କଳ୍ପନା ସୋରେନ, ବିଜେପିର ଅମର କୁମାରଙ୍କ ସମେତ ୫୦୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ୧୪,୨୧୮ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେଉଛି । 

ଏହି ପର୍ଯ୍ୟାୟରେ ମଇଦାନରେ ୫୨୮ ପ୍ରାର୍ଥୀ ରହିଛନ୍ତି। ୧ କୋଟି ୨୩ ଲକ୍ଷ ୫୮ ହଜାର ୧୯୫ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ରାଜ୍ୟରେ ଜେଏମଏମର ହେମନ୍ତ ସୋରେନ କ୍ଷମତାରେ ଥିବାବେଳେ ଏଠାରେ ବିଜେପି ସରକାର ଗଢିବ ବୋଲି ଆଶାବାଦୀ ରହିଛି । ଶାନ୍ତି ଶୃଙ୍ଖଳାରେ ଭୋଟ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି । ପୋଲିଂ ଅଧିକାରୀଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ଅର୍ଦ୍ଧ ସାମିରକି ବଳର ୫୮୫ କମ୍ପାନୀ, ଝାଡଖଣ୍ଡ ଆର୍ମ ଫୋର୍ସର ୬୦ କମ୍ପାନୀ ଛଡା ୩୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ୪୩ ଆସନରେ ଭୋଟ ଗ୍ରହଣ ହୋଇଥିଲା । ଆସନ୍ତା ୨୩ ତାରିଖରେ ମହାରାଷ୍ଟ୍ର ସମେତ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.