ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୧୬ ଛୁଆ, ବାଃ ! ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପାକିସ୍ତାନୀ ଖେଳାଳିଙ୍କୁ ଥଟ୍ଟା କଲେ ଓ୍ବାସିମ ଆକ୍ରମ

Published By : Tapas Panda | November 4, 2024 10:26 PM

Image Courtesy: hindustantimes

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଦିନିକିଆ ମେଲବର୍ଣ୍ଣରେ ଖେଳାଯାଇଛି । ପାକିସ୍ତାନ ଲାଗି କାମରାନ ଗୁଲାମ ଡେବ୍ୟୁ କରିଛନ୍ତି । କିନ୍ତୁ ପୂର୍ବତନ ପାକିସ୍ତାନୀ କ୍ରିକେଟର ଓ୍ବାସିମ ଆକ୍ରମ ଲାଇଭ କେମଣ୍ଟ୍ରି ସମୟରେ କାମରାନ ଗୁଲାମଙ୍କ ପରିବାରକୁ ଥଟ୍ଟା କରିଛନ୍ତି । ଆଡାମ ଗିଲଖ୍ରୀଷ୍ଟ ଏବଂ ମାଇକେଲ ଓ୍ବନଙ୍କ ସହ ଓ୍ବାସିମ ଆକରମ କମେଣ୍ଟ୍ରି କରୁଥିଲେ । ଏହି ସମୟରେ ଓ୍ବାସିମ ଆକ୍ରମ କହିଥିଲେ, କାମରାନ ଗୁଲାମ ଏକ ବଡ଼ ପରିବାରରୁ ଆସିଛନ୍ତି । ସେ ୧୨ ଜଣ ଭାଇଙ୍କ ମଧ୍ୟରେ ୧୧ ନମ୍ବର । ଏହା ବ୍ୟତୀତ ତାଙ୍କର ୪ ଭଉଣୀ ଅଛନ୍ତି । ଏହା ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଓ୍ବନ ମଜା କରି କହିଥିଲେ, ୧୬ ଛୁଆ…ବାଃ ! ଏଜ୍‌ ଗ୍ୟାପ (ବୟସ ତାରତମ୍ୟ) କେତେ ହେବ ଜାଣିଲେ ଭଲ ହୁଅନ୍ତା । 

ମାଇକେଲ ଓ୍ବନଙ୍କ ଏଭଳି ପ୍ରତିକ୍ରିୟା ପରେ ଗିଲଖ୍ରୀଷ୍ଟ ମଧ୍ୟ ଥଟ୍ଟା କରି କହିଥିଲେ, ‘ପାକିସ୍ତାନ ସିଲେକ୍ସନ କମିଟି’। ଏବେ ଏହି ୩ ଜଣ ପୂର୍ବତନ କ୍ରିକେଟରଙ୍କ ପ୍ରତିକ୍ରିୟା ଭାଇରାଲ ହେବାରେ ଲାଗିଛି । ଏହା ସହ ଆଡାମ ଗିଲଖ୍ରୀଷ୍ଟ, ମାଇକେଲ ଓ୍ବନ ଏବଂ ଓ୍ବାସିମ ଆକ୍ରମ ସମାଲୋଚନାର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ୟୁଜର୍ସ କହିଛନ୍ତି, ଏହି ୩ ପୂର୍ବତନ କ୍ରିକେଟରଙ୍କୁ ଏଭଳି କମେଣ୍ଟ ଦେବାରୁ ବିରତ ରହିବା ଆବଶ୍ୟକ । ସେପଟେ ଏହାକୁ ନେଇ ଓ୍ବାସିମ ଆକ୍ରମଙ୍କ ସହ ଆଲୋଚନା କରିପାରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) । 

ଅନ୍ୟପକ୍ଷରେ, ମେଲବର୍ଣ୍ଣ ଦିନିକିଆରେ ପାକିସ୍ତାନକୁ ୨ ଓ୍ବିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଟିମ୍‌ ୪୬.୪ ଓଭରରେ ୨୦୩ ରନ୍‌ କରିଥିଲା । ପାକିସ୍ତାନ ପାଇଁ ଓ୍ବିକେଟ କିପର ବ୍ୟାଟର ମହମ୍ମଦ ରିଜଓ୍ବାନ ସବୁଠୁ ଅଧିକ ୭୧ ରନ୍‌ କରିଥିଲେ । ନସିମ ଶାହ ୪୦ ରନ୍‌, ବାବର ଆଜମ ୩୭ ରନ୍‌ କରି ଆଉଟ ହୋଇଥିଲେ । ଏହାର ଜବାବରେ ଅଷ୍ଟ୍ରେଲିଆ ୩୩.୩ ଓଭରରେ ୮ ଓ୍ବିକାଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.