ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଏଣିକି ଜିଓ ହଟଷ୍ଟାରରେ ମାଗଣା ଆଇପିଏଲ ଦେଖିପାରିବେ ଦର୍ଶକ

Published By : Anindita Ratha | March 20, 2025 3:02 PM

ଭୁବନେଶ୍ୱର, ୨୦/୦୩:  ଏଣିକି କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଜିଓ ଏହାର ପୁରୁଣା ଏବଂ ନୂଆ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର ଆଣିଛି । ୨୯୯ ଟଙ୍କା କିମ୍ବା ତଦ୍ଦୁଦ୍ଧ୍ୱର୍ ମୂଲ୍ୟର ପ୍ଲାନ୍‌ ସହିତ ନୂତନ ଜିଓ ସିମ୍‌ ସଂଯୋଗ ନେଇ କିମ୍ବା ଅତି କମରେ ୨୯୯ ଟଙ୍କା ମୂଲ୍ୟର ପ୍ଲାନ୍‌ ରିଚାର୍ଜ କରି ଜିଓ ଗ୍ରାହକ ଜିଓ ହଟ୍‌ଷ୍ଟାରରେ ମାଗଣାରେ ଆଇପିଏଲ କ୍ରିକେଟ୍‌ ସିଜିନ୍‌ ଉପଭୋଗ କରିପାରିବେ । ଏହି ଅସୀମିତ କ୍ରିକେଟ୍‌ ଅଫରରେ ଗ୍ରାହକ ଟିଭି କିମ୍ବା ମୋବାଇଲରେ ୯୦ ଦିନର ମାଗଣା ଜିଓ ହଟଷ୍ଟାର ସବ୍‌ସ୍କ୍ରିପସନ୍‌ ପାଇବେ ଏବଂ ତାହା ମଧ୍ୟ ୪କେ ଗୁଣବତ୍ତାରେ । 

ଏହା ମଧ୍ୟ ପଢନ୍ତୁ-  ଗିରଫ ହେବା ପରେ ବି ଭାଙ୍ଗିନି ତପିଙ୍କ ତୋଡ଼, କହିଲେ "ଧର୍ମ ପାଇଁ ଲଢ଼ିକି ଯାଉଛି, ଫେରିଲେ ଆହୁରି ଶିବ ତାଣ୍ଡବ ଗାଇବି"

ଏହାର ଅର୍ଥ ହେଉଛି ଗ୍ରାହକ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଆଇପିଏଲ କ୍ରିକେଟ ସିଜିନ ମାଗଣାରେ ଉପଭୋଗ କରିପାରିବେ । ଜିଓ ହଟଷ୍ଟାର ପ୍ୟାକ୍‌ ଆସନ୍ତା ୨୨ ମାର୍ଚ୍ଚ ଅର୍ଥାତ୍‌ ଆଇପିଏଲ କ୍ରିକେଟ ସିଜିନର ଉଦଘାଟନୀ ମ୍ୟାଚ୍‌ ଦିନରୁ ୯୦ ଦିନ ପାଇଁ ବୈଧ ରହିବ । ଏହା ସହିତ ଜିଓ ଘର ପାଇଁ ଜିଓଫାଇବର କିମ୍ବା ଜିଓ ଏୟାରଫାଇବରର ମାଗଣା ଟ୍ରାଏଲ୍‌ ସଂଯୋଗ ମଧ୍ୟ ପ୍ରଦାନ କରିବ । ଅଲ୍ଟ୍ରା- ଫାଷ୍ଟ ଇଣ୍ଟରନେଟର ମାଗଣା ଟ୍ରାଏଲ୍‌ ସଂଯୋଗ ୫୦ ଦିନ ପାଇଁ ମାଗଣା ରହିବ । ଗ୍ରାହକ ୪ କେ ଗୁଣବତ୍ତାରେ ଇମର୍ସିଭ୍‌ କ୍ରିକେଟ୍‌ ଦେଖିବାର ଅନୁଭୂତି ସହିତ ଶ୍ରେଷ୍ଠ ହୋମ୍‌ ଏଣ୍ଟର୍‌ଟେନମେଣ୍ଟର ମଜା ନେଇପାରିବେ । ଜିଓଫାଇବର କିମ୍ବା ଜିଓ ଏୟାରଫାଇବରର ମାଗଣା ଟ୍ରାଏଲ୍‌ ସଂଯୋଗ ସହିତ ୮୦୦+ଟିଭି ଚ୍ୟାନେଲ୍‌, ୧୧+ ଓଟିଟି ଆପ୍‌, ଅସୀମିତ ୱାଇଫାଇ ମଧ୍ୟ ମିଳିବ । ଗ୍ରାହକ ଏହି ଅଫରର ଲାଭ ୧୭ ମାର୍ଚ୍ଚରୁ ୩୧ ମାର୍ଚ୍ଚ, ୨୦୨୫ ମଧ୍ୟରେ ଉପଲବ୍ଧ କରିପାରିବେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.