ଅହମ୍ମଦାବାଦ, ୭/୩ : ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯିବ ଟି-୨୦ ବିଶ୍ବକପର ଫାଇନାଲ ମୁକାବିଲା । ମ୍ୟାଚ୍ ପୂର୍ବରୁ ଦେଖିବାକୁ ମିଳିଲାଣି ଲଢ଼େଇ । ଭାରତକୁ ନେଇ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ୍ ସାଣ୍ଟନର ଦେଇଥିବା ଏକ କଡ଼ା ପ୍ରତିକ୍ରିୟାର ଜବାବ ରଖିଛନ୍ତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ସାଣ୍ଟନର ମ୍ୟାଚ୍ ପୂର୍ବରୁ କହିଥିଲେ କି, ଅହମ୍ମଦାବାଦରେ ଭାରତୀୟ ଦର୍ଶକଙ୍କୁ ଚୁପ୍ କରିଦେବେ । ଲକ୍ଷେ ଦର୍ଶକ ବିଶିଷ୍ଟ ଏହି ଷ୍ଟାଡିୟମରେ ଭରା ଦର୍ଶକ ରହିବେ । ଘରୋଇ ଦଳକୁ ସପୋର୍ଟ କରିବେ । ତେବେ ଫାଇନାଲ ମ୍ୟାଚ ପୂର୍ବରୁ ସାଣ୍ଟନର ନିଜର ପ୍ରତିକ୍ରିୟାରେ କହିଥିଲେ କି, ଭାରତୀୟ ଫ୍ୟାନ୍ସଙ୍କୁ ଶାନ୍ତ କରିବାକୁ ପଡ଼ିବ । ଏହାସହ ସେ କହିଥିଲେ କି, ଏହି ଦର୍ଶକ ହେଉଛନ୍ତି ଟିମ୍ ଇଣ୍ଡିଆର ୧୨ ନମ୍ବର ଖେଳାଳି । ଯାହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସେପଟେ ସାଣ୍ଟନରଙ୍କ ଏହି ପ୍ରତିକ୍ରିୟା ପରେ ଜବାବ ରଖିଛନ୍ତି ସୂର୍ଯ୍ୟକୁମାର ଯାଦବ । ସେ କହିଛନ୍ତି କି, କିଛି ନୂଆ କୁହ । ସମସ୍ତେ ସମାନ କଥା କହୁଛନ୍ତି । ଏହାସହ ସେ କହିଛନ୍ତି କି, ଘରୋଇ ପରିବେଶରେ ଫାଇନାଲ ଖେଳିବାର ମଜା କିଛି ଅଲଗା । ଡ୍ରେସିଂ ରୁମର ପରିବେଶ ବେଶ ସକରାତ୍ମକ ହୋଇଥାଏ । ଆମ ଟିମ ଏବେ ଦମଦାର ପ୍ରଦର୍ଶନ କରୁଛି ।
ଏହାସହ ପଢ଼ନ୍ତୁ : ପଶ୍ଚିମବଙ୍ଗରେ କାହିଁକି ଉଦବେଗ୍ ପ୍ରକାଶ କଲେ ରାଷ୍ଟ୍ରପତି, ମମତାଙ୍କୁ ନେଇ କହିଲେ ବଡ଼ କଥା