ଫିରିଙ୍ଗିଆ, ୨୮।୮ : ରାସ୍ତା ନିର୍ମାଣ ବେଳେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ କରାଯାଇ ନାହିଁ। ବର୍ଷା ଯୋଗୁଁ ରାସ୍ତା ଉପରେ ପ୍ରବଳ ପାଣି ଯିବା ଦ୍ବାରା ରାସ୍ତା ତଳ ପଟେ ଥିବା ଘରେ ଆଣ୍ଠୁଏ ପାଣି ଜମା ହୋଇଛି। ଘର ବାହାରେ ରାସ୍ତା କଡ଼ରୁ ମାଟି ଧୋଇ ହୋଇ ଘର ଦୁଆରେ ଗଦା ହୋଇଛି। ପ୍ରବଳ ପାଣି ମାଡି ମାଟିରେ ଚାଷ ଜମି ପୋତି ହୋଇ ନଷ୍ଟ ହୋଇଛି । ଫିରିଙ୍ଗିଆ ବ୍ଲକର ପାଲାବୃଡ଼ି ଠାରୁ ପାଙ୍ଗା ଉପର ସାହି ପଞ୍ଚାୟତର କଲାଡି ଗାଁରେ ଏହା ଦେଖିବାକୁ ମିଳିଛି।
ଫିରିଙ୍ଗିଆ ବ୍ଲକର ପାଲାବୃଡ଼ି ଠାରୁ ପାଙ୍ଗା ଉପର ସାହି ପଞ୍ଚାୟତ ଦେଇ ସାଡୀଙ୍ଗିଆକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି। କିନ୍ତୁ ଡ୍ରେନ ନିର୍ମାଣ ନ କରିବାରୁ ବର୍ଷା ପାଣି ରାସ୍ତା ଉପର ଦେଇ କାଲାଡି ଗାଁର ଅନନ୍ତ କହଁରଙ୍କ ଘରେ ପଶି ଯାଇଛି। ପ୍ରବଳ ପାଣି ମାଡି ଆସିବାରୁ ଘର ଭିତରେ ପ୍ରବଳ ପାଣି ଜମା ହେବା ସହ ରାସ୍ତା କଡ଼ରୁ ମାଟି ଆସି ଘର ବାହାରେ ଗଦା ହୋଇଛି । ପ୍ରବଳ ମାତ୍ରାରେ ମାଟି ଓ ପାଣି ଆସିବା ଦ୍ୱାରା ଚାଷ ହୋଇଥିବା ଅଦା, ହଳଦୀ ଓ ବିନ୍ସ ଫସଲ ଉପରେ ପ୍ରବଳ ପାଣି ଯିବା ସହ ମାଟି ମାଡି ଯାଇ ଚାଷ ପୋତି ହେବା ସହ ନଷ୍ଟ ହୋଇଛି । ବାରମ୍ବାର ଡ୍ରେନ ନିର୍ମାଣ ପାଇଁ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ଠିକା ସଂସ୍ଥାକୁ ଦାବୀ କରିଥିଲେ ମଧ୍ୟ ଡ୍ରେନ ନିର୍ମାଣ ନ କରିବାରୁ ଏଭଳି ଅବସ୍ଥା ହେବାରୁ ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ପାଣି ରାସ୍ତା ଉପରେ ଯିବାଦ୍ୱାରା ରାସ୍ତାର ସ୍ଥାୟିତ୍ବ ନେଇଁ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତୁରନ୍ତ ଏହି ରାସ୍ତା କଡରେ ଡ୍ରେନ ନିର୍ମାଣ କରିବାକୁ ଦାବି ହେଉଛି। ପରିବାର ତରଫରୁ ହୋଇଥିବା କ୍ଷତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି l