ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଟ୍ରମ୍ପ୍‌ଙ୍କୁ ପୁଟିନ୍‌ଙ୍କ ବଡ଼ ଝଟକା; ଚୁକ୍ତିରେ ମୂଳ କାରଣକୁ ଅଣଦେଖା, ଦାବିର ନୂଆ ତାଲିକା ଧରାଇଲା ରୁଷ୍‌

Published By : Anindita Ratha | April 2, 2025 8:49 AM

ନୂଆଦିଲ୍ଲୀ,୦୨/୦୪: ୟୁକ୍ରେନ୍‌-ରୁଷ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ପାଇଁ ଆମେରିକାର ଉଦ୍ୟମକୁ ଝଟକା ଲାଗିଛି । ଯୁଦ୍ଧବିରତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ମଞ୍ଜୁର ନୁହେଁ ବୋଲି ରୁଷ୍‌ କହିଛି । ଟ୍ରମ୍ପ୍‌ଙ୍କ ପ୍ରସ୍ତାବ ଉପରେ ଅତି ଗମ୍ଭୀରତାର ସହ ବିଚାର କରଯାଉଛି । କିନ୍ତୁ ଏବେ ଡିଲ୍‌ରେ ଥିବା ସର୍ତ୍ତ ରୁଷ୍‌କୁ ଗ୍ରହଣୀୟ ନୁହେଁ ବୋଲି ରୁଷ୍‌ର ଉପବିଦେଶ ମନ୍ତ୍ରୀ ସର୍ଗେଇ ରିଆଭ୍‌କୋଭ୍‌ କହିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଏଥିସହ ଆମେରିକା ଦେଇଥିବା ପ୍ରସ୍ତାବକୁ ଅସ୍ୱୀକାର କରି ରୁଷ୍‌ ନିଜ ଦାବିର ଏକ ତାଲିକା ଆମେରିକାକୁ ଧରାଇଥିବା ରିପୋର୍ଟରୁ ଜଣାପଡ଼ିଛି । ରିଆଭ୍‌କୋଭ୍‌ କହିଛନ୍ତି, ଆମେରିକାର ୟୁକ୍ରେନ୍‌ ଡିଲ୍‌ରେ ଆମର ମୁଖ୍ୟ ଦାବିକୁ ଅଣଦେଖା କରାଯାଇଛି । ଯୁଦ୍ଧର ମୂଳ କାରଣ, ସମସ୍ୟାର ସମାଧାନ ଲାଗି ଚୁକ୍ତିରେ କିଛି ନାହିଁ । ତେଣୁ ଏହି ଚୁକ୍ତି ଗ୍ରହଣ କରିବା କଷ୍ଟକର ।

ଏହା ମଦ୍ୟ ପଢନ୍ତୁ- ଲୋକସଭାରେ ଉପସ୍ଥାପିତ ହେବ ୱାକଫ୍ ସଂଶୋଧନ ବିଲ୍,ଦଳୀୟ ସଦସ୍ୟଙ୍କୁ ହ୍ୱିପ୍‌ ଜାରି କଲା ବିଜେପି

ଏହା ପୂର୍ବରୁ ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧବିରତି ଲାଗି କୌଣସି ନିଷ୍କର୍ଷ ବାହାରି ପାରୁ ନ ଥିବାରୁ ଟ୍ରମ୍ପ୍‌ ରବିବାର ନିରାଶା ବ୍ୟକ୍ତ କରିଥିଲେ । ଏଥିସହ ଯୁଦ୍ଧ ଶେଷ କରିବା ଲାଗି ନିଜ ଉଦ୍ୟମରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଆଭିମୁଖ୍ୟ ଦେଖି ବିରକ୍ତି ପ୍ରକାଶ କରିଥିଲେ । ଏପରିକି ରୁଷ୍‌ ଉପରେ ନୂଆ ଆର୍ଥିକ କଟକଣା ବିଶେଷ କରି ରୁଷ୍‌ର ତେଲ ଉପରେ ସେକେଣ୍ଡାରୀ ଟାରିଫ୍‌ ଲଗାଇବାକୁ ମଧ୍ୟ ଧମକ ଦେଇଥିଲେ । ପୁଟିନ୍‌ ଏହା ପୂର୍ବରୁ ଜେଲେନ୍‌ସ୍କିଙ୍କ ନେତୃତ୍ୱକୁ ନାପସନ୍ଦ କରିବା ସହ ସମାଲୋଚନା କରିଥିଲେ । ୟୁକ୍ରେନ୍‌ରେ ଏକ ଅସ୍ଥାୟୀ ଶାସନର ଆବଶ୍ୟକତା ଥିବା ଏବଂ ଜେଲେନ୍‌ସ୍କିଙ୍କୁ କ୍ଷମତାରୁ ବାହାର କରଯିବାକୁ ପୁଟିନ୍‌ ଦାବି କରିଥିଲେ । ଏହା ଟ୍ରମ୍ପ୍‌ଙ୍କୁ ପସନ୍ଦ ଆସି ନ ଥିଲା । ଟ୍ରମ୍ପ୍‌ କହିଥିଲେ, ୟୁକ୍ରେନ୍‌ରେ ନୂଆ ଶାସକ ଆସିଲେ ଶାନ୍ତି ବୁଝାମଣା ବିଳମ୍ବ ହେବ । ନୂଆ ନେତା ନ ଆସିବା ପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇପାରିବ ନାହିଁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.